Advertisment

Piyush Tripathy Speaks Out: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ମୁହଁ ଖୋଲିଲେ, କହିଦେଲେ ପରବର୍ତ୍ତୀ ପଦକ୍ଷେପ

ସେ କହିଛନ୍ତି, କୋର୍ଟଙ୍କ ନୋଟିସ୍ ମିଳିନି, ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିବି ।  ଆଇନକୁ ସମ୍ମାନ ଦେଉଛି, ନୋଟିସ୍ ମିଳିଲେ ନିଷ୍ପତ୍ତି ନେବି । ଯାତ୍ରା ମାଲିକ ଓ ଓକିଲଙ୍କ ସହ ପରାମର୍ଶ କରିବେ ବୋଲି କହିଛନ୍ତି ପୀୟୂଷ ।

author-image
Tapan Swain
Piyush Tripathy

Piyush Tripathy Photograph: (OTV)

ମଞ୍ଚ ମନା ପ୍ରସଙ୍ଗରେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ମୁହଁ  ଖୋଲିଛନ୍ତି । ସେ କହିଛନ୍ତି, କୋର୍ଟଙ୍କ ନୋଟିସ୍ ମିଳିନି, ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିବି ।  ଆଇନକୁ ସମ୍ମାନ ଦେଉଛି, ନୋଟିସ୍ ମିଳିଲେ ନିଷ୍ପତ୍ତି ନେବି । ଯାତ୍ରା ମାଲିକ ଓ ଓକିଲଙ୍କ ସହ ପରାମର୍ଶ କରିବେ ବୋଲି କହିଛନ୍ତି ପୀୟୂଷ । 

Advertisment

ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀ ମଞ୍ଚ ଚଢିବାକୁ ନେଇ ବଢିଛି ବିବାଦ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ମଞ୍ଚ ଚଢିବାକୁ ଲାଗିଛି ରୋକ୍। ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା ଲାଗିଛି। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ। ଗତ ୫ ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ। ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ କରିଥିଲେ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ଅପେରା ସୂର୍ଯ୍ୟ ମନ୍ଦିର କର୍ତ୍ତୃପକ୍ଷ। କାରଣ ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା।

ଚୁକ୍ତି ସରି ନଥିବା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ। ଏହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ। .... 

Advertisment

ନୋଟିସ୍ ପାଇନାହାନ୍ତି ପୀୟୂଷ

କୋର୍ଟଙ୍କ ମଞ୍ଚ ବାରଣ ପ୍ରସଙ୍ଗରେ ପ୍ରତିକ୍ରିୟାରେ ପୀୟୂଷ କହିଛନ୍ତି, କୋର୍ଟ ନୋଟିସ୍ ପାଇଲା ପରେ ଓକିଲଙ୍କ ସହ ପରାମର୍ଶ କରିବି। ଏଯାବତ୍ ମୋତେ କୋର୍ଟଙ୍କ ପକ୍ଷରୁ କୌଣସି ନୋଟିସ୍ ଆସିନି। ନୋଟିସ୍ ନ ପାଇବା ପର୍ଯ୍ୟନ୍ତ ମଞ୍ଚରେ ଅଭିନୟ ଜାରି ରଖିବି। ... ସେପଟେ ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢ଼ୀ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି। ସେ ଫୋନ୍ ଯୋଗେ ଓଟିଭିକୁ କହିଛନ୍ତି, ଯେ କୋର୍ଟ ନୋଟିସ ଏଯାଏଁ ପୀୟୂଷଙ୍କ ନିକଟରେ ପହଞ୍ଚିନି। ନୋଟିସ ପାଇବା ପରେ, ଯାହା କିଛି ନିଷ୍ପତ୍ତି ଓ ପଦକ୍ଷେପ ନିଆଯିବ।...

ଏପଟେ କଟକ ଜିଲ୍ଲା ଟାଙ୍ଗୀରେ ଯାତ୍ରା ଚାଲୁଥିବା ବେଳେ ଦର୍ଶକ ମହଲରେ ଅସନ୍ତୋଷ ଦେଖାଦେଇଛି । ପୀୟୂଷ ମଞ୍ଚକୁ ଯିବେ କି ନାହିଁ ଯାତ୍ରା କମିଟି ପକ୍ଷରୁ କୌଣସି ସୂଚନା ଦର୍ଶକଙ୍କୁ ଦିଆଯାଇନି ।

ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟକା
କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ
ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍ 
ଗତ ୫ ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ

ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ କରିଥିଲେ
ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ସୂର୍ଯ୍ୟ ମନ୍ଦିର ମାଲିକ
କାରଣ ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା

ଚୁକ୍ତି ସରି ନଥିବା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ
ଏହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ
ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ

Jollywood Yatra Actor Piyush Tripathy
Advertisment
Related Articles
Advertisment