Advertisment

Unique Traditional Wedding: ନା ଡିଜେ ନା କାନଫଟା ବ୍ୟାଣ୍ଡବାଜା, ଏମିତି ବି ହୁଏ ବାହାଘର

ନା କାନଫଟା ଡିଜେ, ନା ଲାଇଟ୍ ସାଉଣ୍ଡ। ନା ହିନ୍ଦୀ- ଓଡ଼ିଆ ଗୀତର ଧୁମ୍। କେଳବ ଶୁଭୁଛି ଶଙ୍ଖ ମୃଦଙ୍ଗର ଧ୍ବନି। ଢ଼ୋଳ, ଝାଞ୍ଜର ତାଳେ ତାଳେ ବାହାରିଛି ବରଯାତ୍ରୀ। ରାସ୍ତାରେ ଯିଏ ବି ଯାଉଥିଲେ, ଘଡ଼ିଏ ଚାହୁଁଥିଲା।

author-image
Madhupriya Mistry
Noise Free Wedding

Noise Free Wedding Photograph: (OTV)

ନା କାନଫଟା ଡିଜେ, ନା ଲାଇଟ୍ ସାଉଣ୍ଡ। ନା ହିନ୍ଦୀ- ଓଡ଼ିଆ ଗୀତର ଧୁମ୍। କେଳବ ଶୁଭୁଛି ଶଙ୍ଖ ମୃଦଙ୍ଗର ଧ୍ବନି। ଢ଼ୋଳ, ଝାଞ୍ଜର ତାଳେ ତାଳେ ବାହାରିଛି ବରଯାତ୍ରୀ। ରାସ୍ତାରେ ଯିଏ ବି ଯାଉଥିଲେ, ଘଡ଼ିଏ ଚାହୁଁଥିଲା। ଏଠି ବରଯାତ୍ରୀ ତ ବାହାରିଥିଲେ କିନ୍ତୁ ଶୁଭୁନଥିଲା କୌଣସି ଡିଜେ ସାଉଣ୍ଡ। କି ବାଜୁନଥିଲା ଛାତି ଥରାଇଲା ଭଳି ଡିଜେ ଗୀତ। ନଥିଲା ବ୍ୟାଣ୍ଡ ପାର୍ଟିର ଧୁମଧଡାକା। ଶଙ୍ଖ, ମୃଦଙ୍ଗ, ଝାଞ୍ଜ ଏବଂ ଘଣ୍ଟର ମଙ୍ଗଳ ଧ୍ୱନିରେ ଉତ୍ସବମୁଖର ହୋଇଉଠିଥିଲା ପରିବେଶ । ପାରମ୍ପରିକ ବାଦ୍ୟ ସାଙ୍ଗକୁ ସଂସ୍କାର ସମ୍ପନ୍ନ ନୃତ୍ୟର ତାଳେ ତାଳେ ଗଡ଼ିଥିଲା ବରଯାତ୍ରୀ ଗାଡ଼ି। 

ଆଜିକାଲି ବାହାଘର କହିଲେ କାନଫଟା ଡିଜେ ଆଉ ବ୍ୟାଣ୍ଡପାର୍ଟିର କୋଳାହଳକୁ ବୁଝାଏ। ହେଲେ ଏହି ଭିଡ଼ ଭିତରେ କଟକ ସିଡିଏ ସେକ୍ଟର-୬ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି କିଛି ନିଆରା ଦୃଶ୍ୟ। କେବଳ ବାଦ୍ୟ ନୁହେଁ, ବରଯାତ୍ରୀ ଗାଡ଼ିରେ ଲେଖା ରହିଛି ‘ଆଦର୍ଶ ବାହାଘର’। ଆଉ ବାହାଘରରେ ଆୟୋଜନ କରାଯାଇଥିଲା କେବଳ ସାତ୍ତ୍ବିକ ଭୋଜନ। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

Advertisment

ବରଙ୍କ ପରିବାର ଲୋକେ କୁହନ୍ତି, ଶବ୍ଦ ପ୍ରଦୂଷଣରୁ ମୁକ୍ତି ଏବଂ ପରିବେଶ ସୁରକ୍ଷା ପାଇଁ ଏହା ଏକ ପ୍ରୟାସ। ଆଜିକାଲିର ଯୁବପିଢ଼ି ପରମ୍ପରାକୁ ଭୁଲି ବାହାଘରକୁ କେବଳ ଏକ ଦେଖାଣିଆ ଉତ୍ସବରେ ପରିଣତ କରୁଛନ୍ତି। ତେଣୁ ସମାଜକୁ ଏକ ଶିକ୍ଷଣୀୟ ବାର୍ତ୍ତା ଦେବା ସହ ଆମ ସଂସ୍କୃତିକୁ ଗୁରୁତ୍ୱ ଦେବା ପାଇଁ ଏହି ନିଆରା ଆୟୋଜନ। 

ଯେଉଁଠି ଆଧୁନିକତା ନାଁରେ ଶବ୍ଦ ପ୍ରଦୂଷଣ ସୀମା ଟପୁଛି, ସେଠି କଟକରୁ ଆସିଥିବା ଏହି ଖବର ଚାରିଆଡେ ପ୍ରଶଂସା ସାଉଁଟୁଛି। ବଡ଼ ବଡ଼ ଡିଜେ ଆଉ ଲାଇଟ୍ ବଦଳରେ ସାଧାରଣ ଓ ଶାନ୍ତ ରୀତିନୀତିରେ ମଧ୍ୟ ଯେ ବାହାଘରକୁ ସ୍ମରଣୀୟ କରାଯାଇପାରେ, ତାହା ପ୍ରମାଣ କରି ଦେଖାଇଛନ୍ତି ଏହି ବରପକ୍ଷ।

Advertisment
Noise Pollution Cuttack Unique Wedding Wedding
Advertisment
Related Articles
Advertisment