Advertisment

New Rules For Sleeper Buses: ସ୍ଲିପର ବସ୍ ପାଇଁ ହେବ ନୂଆ ନିୟମ, ତାଲିମ୍ ନେବେ ଡ୍ରାଇଭର ଓ କଣ୍ଡକ୍ଟର କ୍ଲିନର

ବାଧ୍ୟତାମୂଳକ ହେବ ଫାୟାର କ୍ଲିଅରାନ୍ସ ସାର୍ଟିଫିକେଟ୍। ଡ୍ରାଇଭର ଓ କଣ୍ଡକ୍ଟର କ୍ଲିନରଙ୍କୁ ଦିଆଯିବ ତାଲିମ୍। ଅଗ୍ନି ନିର୍ବାପନ ଯନ୍ତ୍ରର ବ୍ୟବହାର ସଂପର୍କରେ ଦିଆଯିବ ତାଲିମ୍

author-image
Chinmayee Sahoo
Sleper Bus

Sleper Bus Photograph: (OTV)

ସ୍ଲିପର ବସ୍ ପାଇଁ ବାଧ୍ୟତାମୂଳକ ହେବ ଫାୟାର କ୍ଲିଅରାନ୍ସ ସାର୍ଟିଫିକେଟ୍। ବିମାନ ଭଳି, ବସରେ ନିଆଁ ଲାଗିଲେ କେମିତି EMERGENCY EXITକୁ ବ୍ୟବହାର କରିବେ, ସେ ନେଇ ଏକ BOARD ଲାଗିବ ଏବଂ ଆଲାର୍ମ ବାଜିବ। ପ୍ରତି ଗାଡ଼ିର ଡ୍ରାଇଭର ଓ କଣ୍ଡକ୍ଟର କ୍ଲିନରଙ୍କୁ ଅଗ୍ନି ନିର୍ବାପନ ଯନ୍ତ୍ରର ବ୍ୟବହାର ସଂପର୍କରେ ତାଲିମ ଦିଆଯିବ। 
ଆସନ୍ତା ୪ ସପ୍ତାହ ଧରି ପ୍ରତି ଶନିବାର ବସ୍ ମାଲିକ, ଡ୍ରାଇଭର, କଣ୍ଡକ୍ଟରଙ୍କୁ ନେଇ ବସଷ୍ଟାଣ୍ଡରେ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନ କରାଯିବ। ପ୍ରତି ୩ ମାସରେ ଏହାର ସମୀକ୍ଷା କରାଯିବ ବୋଲି ଫାୟାର ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଆଜି ରାଜ୍ୟର ସମସ୍ତ ବସ୍ ମାଲିକ ସଂଘକୁ ଡାକି ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଟ୍ରାନପୋର୍ଟ କମିଶନର।

Advertisment
Fire Safety
Advertisment
Related Articles
Advertisment