/odishatv-khabar/media/media_files/2026/01/18/parking-2026-01-18-10-49-59.jpg)
Parking Photograph: (OTV)
ଶ୍ରୀକ୍ଷେତ୍ରରେ ଭକ୍ତନିବାସରେ ଆଜିଠୁ ନୂଆ ପାର୍କିଂ ଫି ଲାଗୁ । ଏଣିକି ୫୦୦ ଟଙ୍କା ବଦଳରେ ୨୪୦ ଟଙ୍କା ଆଦାୟ ହେବ ପାର୍କିଂ ଫି । ଚାରିଆଡୁ ବିରୋଧ ପରେ ପାର୍କିଂ ଫି କମ କରାଯାଇଥିବା ସୂଚନା ରହିଛି ।
ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଥିଲେ । ସେହିପରି ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା । ଏଣିକି ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ । କଥାବାର୍ତ୍ତା ପାଇଁ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ଯାଇ ଫୋନ୍ ବ୍ୟବହାର କରିପାରିବେ । ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ଶ୍ରୀମନ୍ଦିର ଭିତରେ ମୋବାଇଲରେ ବାରମ୍ବାର ଫଟୋ ଉଠୁଥିବାରୁ ଏଥିପାଇଁ କଡ଼ା ଆଇନ ଆସିବା ଆବଶ୍ୟକ । ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଅରବିନ୍ଦ ପାଢୀ କହିଛନ୍ତି । ସେହିଭଳି ରତ୍ନଅଳଙ୍କାର ଗଣତି ମଣତି ନେଇ ଚିଠା ମାର୍ଗଦର୍ଶିକା ବୈଠକରେ ଅନୁମୋଦିତ ହୋଇଛି। ଏହା ରାଜ୍ୟ ସରକାରଙ୍କୁ ପଠାଯିବ, ଅନୁମୋଦନ ମିଳିବା ପରେ ସ୍ପଷ୍ଟ ହେବ ।
ଗଣତି ମଣତି ବେଳେ ଯେପରି ନୀତିକାନ୍ତି ପ୍ରଭାବିତ ନ ହେବ ତାହାକୁ ଗୁରୁତ୍ବ ଦିଆଯାଉଛି । ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ସେଟ୍ ତିଆରି ସରିଛି, ଶୁଭ ଲଗ୍ନ ଦେଖି ଲାଗି ହେବ। ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲାଯିବ, ତିଥି ଲଗ୍ନ ଦେଖି ସ୍ଥିର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ଚାରିଆଡୁ ବିରୋଧ ପରେ ପାର୍କିଂ ଫି କମାଯାଇଛି
ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା
ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ
କଥାବାର୍ତ୍ତା ପାଇଁ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ଯାଇପାରିବେ
ଶାଖା କାର୍ଯ୍ୟାଳୟକୁ ଯାଇ ଫୋନ୍ ବ୍ୟବହାର କରିପାରିବେ
ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି
ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ଅନୁରୋଧ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)