/odishatv-khabar/media/media_files/2026/01/18/accident-2026-01-18-10-12-37.jpg)
Accident Photograph: (OTV)
ଭୁବନେଶ୍ବର ଉପକଣ୍ଠ ବାଳକାଟି ବଜାର ଭିତରେ ମଦ୍ୟପ ଗାଡିଚାଳକଙ୍କ ଉନ୍ମତ୍ତ କାଣ୍ଡ। ଦ୍ରୁତଗତିରେ ଆସି ବଜାର ଭିତରେ ସିଧା ପଶେଇଦେଲେ କାର୍ । ୭ ବାଇକ ଭାଙ୍ଗିବା ସହ ଦୋକାନ କ୍ଷତିଗ୍ରସ୍ତ ହେବାରୁ ଉପୁଜିଥିଲା ଉତ୍ତେଜନା। ବାଲିଅନ୍ତା ବାଳକାଟି ବଜାରରେ ଗତକାଲି ରାତିରେ ଘଟିଛି ଏହି ଘଟଣା।
ସରଦେଇପୁର ନିମାପଡା ରାସ୍ତାର ବାଳକାଟି ବଜାର ଅଟୋଷ୍ଟାଣ୍ଡ ନିକଟରେ OD 02 CW 8303 ନମ୍ବର ଥିବା କାର୍ ଦ୍ରୁତଗତିରେ ଆସି ଡାହାଣ ପଟକୁ ମାଡି ଯାଇଥିଲା। ତା ସହ ପାଖାପାଖି ୭ ଟି ବାଇକ ଉପରେ ଚଢ଼ିଯାଇଥିଲା। ବଜାରରେ ଉପସ୍ଥିତ ଲୋକେ ଡ୍ରାଇଭରକୁ ଅଟକ ରଖିବା ସହ ଗାଡି ଭଙ୍ଗା ରୁଜା କରିଛନ୍ତି।
ଗତକାଲି ଶନିବାର ବାଳକାଟି ସାପ୍ତାହିକ ହାଟ ଥିବାରୁ ବଜାରରେ ଜମିଥିଲା ଲୋକଙ୍କ ଭିଡ଼। ସୌଭାଗ୍ୟ ବଶତଃ ଲୋକେ ବର୍ତ୍ତି ଯାଇଛନ୍ତି | ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ବାଳକାଟି ବଜାରରେ ଦୁର୍ଘଟଣା
ମଦ୍ୟପ କାର୍ ଚାଳକଙ୍କ ଉନ୍ମତ୍ତ କାଣ୍ଡ
ବଜାର ଭିତରେ ଧସେଇ ପଶିଲା କାର
କାର୍ ସହ ୭ଟି ବାଇକ ସମ୍ପୂର୍ଣ୍ଣ ଚୁରମାର
କାର୍ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ
Aircraft Loses Contact: ଏୟାରକ୍ରାଫଟ୍ ନିଖୋଜ, ୩ ସରକାରୀ କର୍ମଚାରୀଙ୍କ ସହ ୭ କ୍ରୁ ଥିବା ସୂଚନା

Daily Horoscope 18th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 18th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Marital Life of Lord Sri Krishna: କୃଷ୍ଣଙ୍କର କେତେଜଣ ପତ୍ନୀ ଥିଲେ? ଏଇ ୮ ଜଣ ଥିଲେ ତାଙ୍କ ମୁଖ୍ୟ ପତ୍ନୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)