Advertisment

Nari Panda Return Jatra Srimandir: ଯାତ୍ରାକୁ ବ୍ୟାକ୍ କଲେ ନରି ପଣ୍ଡା, ଏଥର ଶ୍ରୀମନ୍ଦିରରେ କରିବେ ନାଟକ

ଯାତ୍ରା ଶ୍ରୀମନ୍ଦିରରୁ ଅଫର ଆସିବାର ପରେ ନରି ପୁରୁଣା କଥାକୁ ମନେପକାଇଛନ୍ତି । ସେହି ସମୟରେ ମାଲିକ ସଂଘର କଥାକୁ ଯାତ୍ରା ଓମକାର ମାଲିକ ଖାତିର ନକରି ତାଙ୍କୁ ନାଟକ କରିବାକୁ ସୁଯୋଗ ଦେଇଥିବାରୁ ତାଙ୍କୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

author-image
Tanmay Kumar Mahalik
Nari Panda Join Shree Mandira

Nari Panda Join Shree Mandira Photograph: (OTV)

ଯାତ୍ରା ଶ୍ରୀମନ୍ଦିରକୁ ଫେରୁଛନ୍ତି କମେଡିଆନ୍ ନରି ପଣ୍ଡା । ୨୦୨୬-୨୭ ବର୍ଷ ପାଇଁ ଶ୍ରୀମନ୍ଦିରରେ ନାଟ କରିବେ ନରି । ମଞ୍ଚ ଚଢ଼ିବା ଆଗରୁ ଗଣମାଧ୍ୟମକୁ ଦେଲେ ବଡ଼ ସୂଚନା । ୨୦୨୫-୨୬ରେ ଯାତ୍ରା କରିବାକୁ ନେଇ ନରିଙ୍କ ଉପରେ ବ୍ୟାନ୍ ଲାଗାଇଥିଲା ଯାତ୍ରା ମାଲିକ ସଂଘ ।

Advertisment

ଯାତ୍ରା ମଞ୍ଚ ନଚଢ଼ିବାକୁ ନରିଙ୍କୁ ବାରଣ କରାଯାଇଥିଲା । ହେଲେ ଏବେ ସେହି ବ୍ୟାନ୍ କଟକଣାର ଶୃଙ୍ଖଳଟା ଭାଙ୍ଗିଯାଇଛି । ତେଣୁ ଯାତ୍ରା ଶ୍ରୀମନ୍ଦିରର ମାଲିକଙ୍କ ଅଫିର ପରେ ଆଗାମୀ ୨୦୨୬-୨୭ ବର୍ଷ ପାଇଁ ଶ୍ରୀମନ୍ଦିର ମଞ୍ଚରେ ଚଢ଼ିବାକୁ ଯାଉଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା । 

ପୂର୍ବରୁ ନରି ତୁଳସୀ ଗଣନାଟ୍ୟରେ ଯାତ୍ରା କରିବାକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ । ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁଙ୍କ ନାଁରେ ତାଙ୍କୁ ମାଡ଼ ମାରିବା ଭଳି ଏକ ସାଂଘାତିକ ଅଭିଯୋଗ ଆଣିଥିଲେ । ୨୦୨୫-୨୬ରେ ତୁଳସୀ ଗଣନାଟ୍ୟରେ କାମ କରିବା ପାଇଁ ଅଗ୍ରୀମ ୧୦ ଲକ୍ଷ ଟଙ୍କା ନେଇଥିଲେ କମେଡିଆନ ନରୀ ପଣ୍ଡା ।

Advertisment

ହେଲେ ଆଉ କିଛି ଆଡଭାନସ ଟଙ୍କା ମାଗିବାରୁ ମାଲିକ ତାଙ୍କ ଫୋନ ଉଠାଇଲେନି । ପରେ ନରୀଙ୍କ ପତ୍ନୀ ଫୋନ କରିବାରୁ ମାଲିକ ଖରାପ ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଥିଲେ ନରି । ତେଣୁ ସେ ନେଇଥିବା ଆଡଭାନସ ଟଙ୍କା ଫେରାଇବାକୁ ଚାହିଁଥିଲେ ।

ଅନ୍ୟପଟେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ନରିଙ୍କ ଏହି କଥାକୁ ମିଛ ବୋଲି କହି ଅଭିଯୋଗକୁ ଖଣ୍ଡନ କରିଥିଲେ । ପରେ ଲାଗିଥିଲା ନରିଙ୍କ ଉପରେ ବ୍ୟାନ୍ । କୌଣସି ପାର୍ଟିରେ ନନେବାକୁ ଯାତ୍ରା ମାଲିକ ସଂଘ ନରିଙ୍କ ଉପରେ ବର୍ଷିକିଆ ବ୍ୟାନ୍‌ ଲଗାଇଥିଲା । ଆଉ ଏବେ ସେହି ବ୍ୟାନ୍ ହଟିବାକୁ ଯାଉଛି ।

ସେପଟେ ଯାତ୍ରା ଶ୍ରୀମନ୍ଦିରରୁ ଅଫର ଆସିବାର ପରେ ନରି ପୁରୁଣା କଥାକୁ ମନେପକାଇଛନ୍ତି । ସେହି ସମୟରେ ମାଲିକ ସଂଘର କଥାକୁ ଯାତ୍ରା ଓମକାର ମାଲିକ ଖାତିର ନକରି ତାଙ୍କୁ ନାଟକ କରିବାକୁ ସୁଯୋଗ ଦେଇଥିବାରୁ ତାଙ୍କୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଆଉ ଏବେ ଶ୍ରୀମନ୍ଦିରକୁ ନରି ଯାଉଥିବା ସେ ଖସିଥିବା କହିଛନ୍ତି । ହେଲେ ଏନେଇ ଯାତ୍ରା ଶ୍ରୀମନ୍ଦିର କିମ୍ବା ତୁଳସୀ ଗଣନାଟ୍ୟର ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।   

Jatra Tulasi Gananatya Jatra Controversy
Advertisment
Related Articles
Advertisment