/odishatv-khabar/media/media_files/2026/02/19/handicap-student-2026-02-19-14-01-56.jpg)
Handicap Student Photograph: (OTV)
ଭଗବାନ ଭାଗ୍ୟ ଲେଖନ୍ତି, ହେଲେ ଏ ଚଳଚଞ୍ଚଳ ପାଦଟା ଏଠି ନିଜର ଭବିଷ୍ୟତ ଲେଖୁଛି । ଦଇବ ସିନା ଦିବ୍ୟାଙ୍ଗଟିଏ କରି ମା’ କୋଳକୁ ପଠାଇ ଦେଇଥିଲା । କିନ୍ତୁ ସେଇ ଭିନ୍ନକ୍ଷମ ଆଜି ଅକ୍ଷମ ନୁହଁନ୍ତି । ନାଁ ତାଙ୍କର ଲକ୍ଷ୍ମୀ । ଶରୀରର ଗଢ଼ଣି ଯେମିତି ଠିକ୍ ମହାପ୍ରଭୁଙ୍କ ଭଳି ।
ଦୁଇ ହାତ ଗୋଡ଼ ଥାଇବି ଅଚଳ । ହେଲେ ମା’ ସରଶ୍ବତୀ ଯେମିତି ତାଙ୍କ ମଥାରେ ଆଶୀର୍ବାଦ ଢାଳି ଦେଇଛନ୍ତି । ଜନ୍ମରୁ ଦିବ୍ୟାଙ୍କ ହୋଇ ମା’ କୋଳକୁ ଆସିଥିବା ଲକ୍ଷ୍ମୀ ଏବେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଇଛନ୍ତି ।
ସାଧାରଣ ପିଲାଙ୍କ ପରି ସେ ବି ପରୀକ୍ଷା ହଲକୁ ଯାଇ ପରୀକ୍ଷା ଦେବେ । ନିଜର ଗୋଟିଏ ପାଦରେ ପାଠ ଲେଖି ଭବିଷ୍ୟତର ପ୍ରଥମ ସିଡି ଅତିକ୍ରମ କରିବେ । ଆଉ ଏଥିପାଇଁ ବେଶ୍ ପରିବାର ଓଠରେ ହସ ଖେଳୁଛି ।
ମାଲକାନଗିରି ଜିଲ୍ଲା ସିନ୍ଧ୍ରିମାଳ ପଞ୍ଚାୟତ ବନ୍ଧଗୁଡା ଗାଁରେ ଲକ୍ଷ୍ମୀ ଖେମୁଡୁଙ୍କ ଘର । ନା ଠିକ୍ ସେ ବସି ପାରନ୍ତି, ନା ଚାଲି ପାରନ୍ତି । ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ସ୍ବଚ୍ଛଳ ନୁହେଁ । ଗରିବ ବାପା କୁଲି ମଜୁରି କରି ପରିବାର ଚଳାଉଥିବା ବେଳେ ମା’ ଗୃହିଣୀ ।
ହେଲେ ଲକ୍ଷ୍ମୀଙ୍କ ପାଠପଢା ପ୍ରତି ଆଗ୍ରହ ଦେଖି ଉଭୟ ବାପା-ମା’ ଘର ଠାରୁ ୬ କିଲୋମିଟର ଦୂରରେ ଥିବା ସିନ୍ଧ୍ରମାଳ ସ୍କୁଲରେ ନାଁ ଲେଖାଇଥିଲେ । ଆଉ ଶିକ୍ଷକମାନେ ମଧ୍ୟ ଲକ୍ଷ୍ମୀଙ୍କୁ ପାଠପଢ଼ା ପ୍ରତି ସବୁବେଳେ ଧ୍ୟାନ ଦେଉଥିଲେ ।
ଯାହାଫଳରେ ଲକ୍ଷ୍ମୀ ଏବେ ଅନ୍ୟ ପିଲାଙ୍କ ପରି ନିଜେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି । ଆଉ ଭବିଷ୍ୟତରେ ସେ ଶିକ୍ଷୟତ୍ରୀଟିଏ ହେବାକୁ ଆଶା ରଖିଛନ୍ତି ।
ଇଚ୍ଛାଶକ୍ତି ଆଗରେ ଏଠି ହାର୍ ମାନିଛି ଅକ୍ଷମତା । ଲକ୍ଷ୍ମୀ ସାଜିଛନ୍ତି ଆଜିର ଯୁବପିଢ଼ିଙ୍କ ପାଇଁ ଉଦାହରଣ । ତେବେ ନିଜର ଭବିଷ୍ୟତକୁ ନେଇ ଲକ୍ଷ୍ମୀ ଦେଖିଥିବା ସ୍ବପ୍ନ, ସାକାର ହେବାକୁ ଏବେ ସରାକରୀ ସହାୟତାର ଆବଶ୍ୟକତା ରହିଛି ।
Imran Khan Health Letter : ଶତ୍ରୁଦେଶର ମିତ୍ର ପାଇଁ କାନ୍ଦିଲେ କ୍ରିକେଟର, ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ

Gold Price Update: ପୁଣି ବଢିଲା ସୁନା ଓ ରୁପା ଦର, କିଣିବା ପୂର୍ବରୁ ଜାଣନ୍ତୁ

Odisha’s Per Capita Income Rises: ରାଜ୍ୟରେ ବଢ଼ିଲା ମୁଣ୍ଡପିଛା ଆୟ, ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ

Bhubaneswar Gets Mumbai-Style Skywalk: ଭୁବନେଶ୍ୱର NHରେ ହେବ ମୁମ୍ବାଇ ଷ୍ଟାଇଲ୍ ସ୍କାଏୱାକ୍: ଖର୍ଚ୍ଚ ହେବ ୨୦ କୋଟି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)