Advertisment

Doctor Reveals Shocking Truth: ଷ୍ଟେଜ୍ ସୋ’ର ଆସିଲା EXCLUSIVE ଭିଡିଓ , ବଡ଼ ଗୁମର ଖୋଲିଦେଲେ ଚିକିତ୍ସା କରିଥିବା ଡାକ୍ତର

ଗଲା ବର୍ଷେ ଧରି ଡାକ୍ତର ସଞ୍ଜୀବ କରଙ୍କ ପାଖରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ। ଆଲକହଲ୍ ନେବା ଯୋଗୁଁ ହ୍ୟୁମାନ ଲିଭର୍ ସିରୋସିସ୍ ରେ ପୀଡ଼ିତ ହୋଇ ବହୁତ ଖରାପ ଅବସ୍ଥାରେ ଥିଲା। ବାରମ୍ବାର ଧଇଁ ସଇଁ ହେବା, ଗୋଡ଼ ଫୁଲି ଯିବା ଭଳି ସମସ୍ୟା ଜଟିଳ ହେବାରେ ଲାଗିଥିଲା।

author-image
Manas Ranjan Mohanty
WHAT-REASON-SAGAR-DEATH

WHAT-REASON-SAGAR-DEATH Photograph: (OTV)

ଷ୍ଟେଜ୍ ଉପରେ ଗୀତ...ହାରି ଯାଉଥିଲେ ହ୍ୟୁମାନ, ଘଣ୍ଟା ଘଣ୍ଟା ଧରି ଗୀତ ଗାଉଥିବା ସାଗରଙ୍କ ପାଟିରୁ ବାହାରୁ ନଥିଲା ପଦେ ବି ଗୀତ। ଓଠ ଶୁଖିଯାଉଥିଲା, ଗୋଡ଼ ଥରି ଯାଉଥିଲା ତଥାପି ଏଭଳି ଅବସ୍ଥାରେ କାହିଁକି ହ୍ୟୁମାନ ଥିଲେ ଷ୍ଟେଜ୍ ରେ।...ଗତ ମାସ ବାଲେଶ୍ବର ଖନ୍ତପଡ଼ା ମହୋତ୍ସବରେ ଏଭଳି କିଛି ଦେଖିବାକୁ ମିଳିଥିଲା । ହ୍ୟୁମାନଙ୍କ ବିୟୋଗର ଦିନ କେଇଟା ପୂର୍ବରୁ ଏମିତି ଷ୍ଟେଜ୍ ସୋ’ରେ ଧଇଁ ସଇଁ ହେଉଥିଲେ। ଥରେ ନୁହେଁ ଏକାଧିକ ଥର ପ୍ରାୟ ସବୁ ପ୍ରୋଗାମରେ ହ୍ୟୁମାନ ସାଗରଙ୍କ ଏମିତି ଅବସ୍ଥା।.

Advertisment

ଗଲା ବର୍ଷେ ଧରି ଡାକ୍ତର ସଞ୍ଜୀବ କରଙ୍କ ପାଖରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ। ଆଲକହଲ୍ ନେବା ଯୋଗୁଁ ହ୍ୟୁମାନ ଲିଭର୍ ସିରୋସିସ୍ ରେ ପୀଡ଼ିତ ହୋଇ ବହୁତ ଖରାପ ଅବସ୍ଥାରେ ଥିଲା। ବାରମ୍ବାର ଧଇଁ ସଇଁ ହେବା, ଗୋଡ଼ ଫୁଲି ଯିବା ଭଳି ସମସ୍ୟା ଜଟିଳ ହେବାରେ ଲାଗିଥିଲା। ଏଥିପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ସହ ରାତି ଅନିଦ୍ରା ନହେବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ହେଲେ ନା ହ୍ୟୁମାନ ଏସବୁ ଶୁଣିଥିଲେ ନା ଏସବୁକୁ ମାନିଥିଲେ। 



ନିଜ ରୋଗ କଥା ଜାଣି ବି ଅଜଣା ହେଉଥିଲେ କି ହ୍ୟୁମାନ? ନା ତାଙ୍କୁ ଏସବୁ ବିଷୟରେ ଅବଗତ କରାଯାଉନଥିଲା? ରାତି ଅନିଦ୍ରା ରହିବାକୁ ସମ୍ପୂର୍ଣ୍ଣ ବାରଣ ଥିଲା ହେଲେ ବି ରାତି ରାତି କଟକରୁ ବହୁ ଦୂର ଅଞ୍ଚଳରେ ଷ୍ଟେଜ୍ ସୋ’ ରଖୁଥିଲା କିଏ ?  ଯେତେବେଳେ ହ୍ୟୁମାନଙ୍କୁ ଆବଶ୍ୟକ ଖାଦ୍ୟ ଓ ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବାକୁ କୁହାଯାଇଥିଲା ସେତେବେଳେ କାହିଁକି ଏସବୁ ମାନୁନଥିଲେ ହ୍ୟୁମାନ? ନା ତାଙ୍କ ସହ ହେଉଥିଲା ଜୋରଜବରଦସ୍ତ? PA ଦିନେଶ ବେହେରା ଓ ପ୍ରଶାନ୍ତ ଡାକ୍ତରଙ୍କ ପାଖକୁ ହ୍ୟୁମାନଙ୍କୁ ନେଉଥିଲେ। ଡାକ୍ତରଙ୍କ ସବୁ ପରାମର୍ଶ କଥା ଜାଣିଥିଲେ, ହେଲେ ସେମାନେ ହିଁ ଷ୍ଟେଜ୍ ସୋ’ ପାଇଁ କାହିଁକି ଡେଟ୍ ରଖୁଥିଲେ? ହ୍ୟୁମାନଙ୍କ ନାଁରେ ନା କୌଣସି ଲୋନ୍ ଥିଲା ନା ଆର୍ଥିକ ଚାପ ତଥାପି ଗୋଟେ ପରେ ଗୋଟେ ସୋ’ କରାଇବା ପଛର ରହସ୍ୟ କ’ଣ?

ଏସବୁ ଭିତରେ ଦିନ ଯେତେ ଗଡ଼ୁଛି ହ୍ୟୁମାନଙ୍କ ମୃତ୍ୟୁ ନେଇ ସନ୍ଦେହ ସେତେ ବଢ଼ୁଛି। ହ୍ୟୁମାନଙ୍କ ସହଯୋଗୀ ଓ ଘନିଷ୍ଠ ରୁକୁ ସୁନା ବି ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଗଲା କିଛି ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଥିଲା। ଏନେଇ ସେ ହ୍ୟୁମାନଙ୍କୁ ବି ପଚାରିଥିଲେ। ତଥାପି ଏସବୁକୁ ଏଡ଼ାଇ ଯାଇଥିଲେ ହ୍ୟୁମାନ। ତେଣୁ ଏସବୁ କାହା ଚାପରେ ସେ ନେଇ ତଦନ୍ତ ହେଲେ ସବୁ କଥା ପଦାକୁ ଆସିବ ବୋଲି ସେ କହିଛନ୍ତି। 

Advertisment
Advertisment
Related Articles
Advertisment