Advertisment

India Creates History: ପୁଣି ଭାରତୀୟ ମହିଳା ବିଶ୍ବ ଚାମ୍ପିଅନ୍ , ଓଡ଼ିଆ ଝିଅ ଫୁଲ ସୋରେନ ମ୍ୟାଚର ଶ୍ରେଷ୍ଠ ଖେଳାଳି

ଫାଇନାଲ୍ ମ୍ୟାଚରେ ଚମକିଛନ୍ତି ଓଡ଼ିଆ ଝିଅ ଫୁଲ ସୋରେନ। ଫୁଲ ସୋରେନଙ୍କ ଦମଦାର ବ୍ୟାଟିଂ ଭାରତର ବିଜୟକୁ ସହଜ କରି ଦେଇଥିଲା। ଫୁଲଙ୍କ ଅଲ୍ ରାଉଣ୍ଡର୍ ପ୍ରଦର୍ଶନ ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି।

author-image
Manas Ranjan Mohanty
INDIA WIN

INDIA WIN Photograph: (OTV)

ପୁଣି ଇତିହାସ ରଚିଲେ ଭାରତୀୟ ମହିଳା। ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମ୍ T-20 ବିଶ୍ବକପରେ ଭାରତ ଚାମ୍ପିଅନ୍। କଲୋମ୍ବୋରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲାରେ ନେପାଳକୁ ୭ ଓ୍ୱିକେଟରେ ହରାଇ ଚାମ୍ପିଅନ୍  ହୋଇଛି ଟିମ୍ ଇଣ୍ଡିଆ। ଭାରତ ପ୍ରଥମ ଥର ପାଇଁ ଦୃଷ୍ଟିବାଧିତ ମହିଳା T-20 ବିଶ୍ୱକପ୍ ଜିତି ଇତିହାସ ରଚିଛନ୍ତି।

Advertisment

ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନେପାଳ ନିର୍ଦ୍ଧାରିତ ୨୦ ଓଭରରେ ପାଞ୍ଚ ୱିକେଟ ହରାଇ ୧୧୪ ରନରେ ସୀମିତ ରହିଥିଲା। ଜବାବରେ ଦମଦାର ବ୍ୟାଟିଂ ବଳରେ ଭାରତ ୧୩ ଓଭରରେ ମ୍ୟାଚ୍ ଜିତି ଟାଇଟେଲ୍ ନିଜ ନାଁରେ କରିଛନ୍ତି।

ଫାଇନାଲ୍ ମ୍ୟାଚରେ ଚମକିଛନ୍ତି ଓଡ଼ିଆ ଝିଅ ଫୁଲ ସୋରେନ। ଫୁଲ ସୋରେନଙ୍କ ଦମଦାର ବ୍ୟାଟିଂ ଭାରତର ବିଜୟକୁ ସହଜ କରି ଦେଇଥିଲା। ଫୁଲଙ୍କ ଅଲ୍ ରାଉଣ୍ଡର୍ ପ୍ରଦର୍ଶନ ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଥିଲେ।

Advertisment

ପୁଣି ଭାରତୀୟ ମହିଳା ବିଶ୍ବ ଚାମ୍ପିଅନ୍ 
ଭାରତ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମ୍ T-20 ବିଶ୍ବକପ୍  ଚାମ୍ପିଅନ୍ 
ଫାଇନାଲ୍ ରେ ନେପାଳକୁ ୭ ଓ୍ୱିକେଟରେ ହରାଇଲା ଇଣ୍ଡିଆ
ପ୍ରଥମ ଥର ଦୃଷ୍ଟିବାଧିତ ମହିଳା T-20 ବିଶ୍ୱକପ୍ ଜିତିଲା ଭାରତ
୧୧୪ ରନର ଟାର୍ଗେଟକୁ ୧୩ ଓଭରରେ ପୂରା କଲା ଦଳ
ଫାଇନାଲ୍ ମ୍ୟାଚରେ ଚମକିଲେ ଓଡ଼ିଆ ଝିଅ ଫୁଲ ସୋରେନ
ଓଡ଼ିଆ ଝିଅ ଫୁଲ ସୋରେନ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ

Advertisment
Related Articles
Advertisment