Advertisment

Nuapada bypoll: ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ

ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ।

author-image
Chinmayee Sahoo
Snehangini

Snehangini Photograph: (OTV)

ଉପନିର୍ବାଚନ ପାଇଁ ଏବେ ଉଠୁଛି ପଡୁଛି ନୂଆପଡା । ଆଜି ନାମାଙ୍କନ ଭରିବାର ଶେଷ ଦିନ। ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ। ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ଉଭୟ ୧୮ ଅକ୍ଟୋବରରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। 
ଲୋକଙ୍କ ହୃଦୟ ଜିତିବା ପାଇଁ ବଳ କଷୁଛନ୍ତି ତିନି ପ୍ରମୁଖ ଦଳ। ରାଲି ଓ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି।  ବିଜେପି ରଣନୀତି ଅନୁଯାୟୀ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାମାନେ ମଣ୍ଡଳକୁ ଜଗିବେ। ଘର ଘର ବୁଲି ଭୋଟ ମାଗିବେ। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ମଧ୍ୟ ଡୋର୍-ଟୁ-ଡୋର କ୍ୟାମ୍ପେନ ଆରମ୍ଭ କରିସାରିଛନ୍ତି। ପ୍ରଚାରର ମଙ୍ଗ ଧରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଛତିଶଗଡର ପ୍ରଭାବ ଅଧିକ ରହିବା ସମ୍ଭାବନା ଥିବାରୁ ସେଠାକାର ନେତାଙ୍କୁ ବି କ୍ୟାମ୍ପେନରେ ସାମିଲ କରିଛନ୍ତି ଏହି ଦୁଇ ଦଳ। ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ ପୂର୍ବରୁ ଏକ ରାଲିରେ ଯୋଗ ଦେଇଥିଲେ। 

Advertisment

Congress, BJP candidates file nominations for Nuapada bypoll in Odisha

nuapada bypoll
Advertisment
Related Articles
Advertisment