Advertisment

Murder Allegation: ଘରେ ବୋହୁ ଫେରାର, ଚକ୍ରବ୍ୟୁହରେ ଫସିଗଲେ ଶ୍ବଶୁର-ସ୍ବାମୀ

ଦୋଷ ନଥାଇ, କିଛି ଭୁଲ ନକରି, ପୋଲିସ ଭୟରେ ଲୁଚିଛନ୍ତି ସ୍ବାମୀ ଶ୍ବଶୁର । ପୁରୀ ଜିଲ୍ଲା କଣାସ ବ୍ଲକ ସୁନାଖଳା ଗାଁରୁ ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଝିଅ ନିଖୋଜ ହେବାପରେ ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ ଥାନାର ଦ୍ବାରସ୍ଥ ହୋଇଥିଲେ ।

author-image
Tanmay Kumar Mahalik
Pipili Badhu Nikhoj

Pipili Badhu Nikhoj Photograph: (OTV)

ଚଳଚଞ୍ଚଳ ରାସ୍ତାରେ ହୁତୁହୁତୁ ଜଳିଲା ନିଆଁ । ନଦୀରେ ଚାଲିଲା ନବବଧୂ ଖୋଜା । ବାପଘର ଲୋକ କହିଲେ ଝିଅକୁ ମାରିଦେଲେ । ଭୟରେ ଲୁଚିଲେ ଶ୍ବଶୁର-ସ୍ବାମୀ, ଝିଅ ଫେରିଲା ଜୀଅନ୍ତା । ଗତକାଲି ନଦୀକୁ ଗାଧୋଇବାକୁ ଯାଇ ନବବଧୂ ନିଖୋଜ ହେବା ପରେ କିଛି ଏମିତି ଘଟଣା ସାମ୍ନାକୁ ଆସିଛି ।

Advertisment

ଦୋଷ ନଥାଇ, କିଛି ଭୁଲ ନକରି, ପୋଲିସ ଭୟରେ ଲୁଚିଛନ୍ତି ସ୍ବାମୀ ଶ୍ବଶୁର । ପୁରୀ ଜିଲ୍ଲା କଣାସ ବ୍ଲକ ସୁନାଖଳା ଗାଁରୁ ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଝିଅ ନିଖୋଜ ହେବାପରେ ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ ଥାନାର ଦ୍ବାରସ୍ଥ ହୋଇଥିଲେ ।

ପରେ ନ୍ୟାୟ ଦାବିରେ ଟାୟର ଜାଳି ରାସ୍ତାରୋକ କରିଥିଲେ । ହେଲେ ଶେଷରେ ନିଖୋଜ ନବବଧୂଙ୍କୁ ଖୋଜି ଉଦ୍ଧାର କରିଛି ପୋଲିସ । 

Advertisment

ନିରାକାରପୁରରୁ ନିଖୋଜ ନବବଧୂଙ୍କୁ ପୋଲିସ ଉଦ୍ଧାର କରିଛି । ତାଙ୍କୁ ପଚରାଉଚରା କରିବା ପରେ ଥାନାରେ ରଖିଛି । କୁହାଯାଉଛି, ନବବଧୂଙ୍କ ମାନସିକ ସ୍ଥିତି ଠିକ୍ ନଥିଲା । ତେଣୁ ସେ ଅନ୍ୟତ୍ର ଚାଲିଯାଇଥିଲେ ।

ସେପଟେ କିନ୍ତୁ, ଘଟଣା ସମ୍ପର୍କରେ କିଛି ନବୁଝି ନଜାଣି ନ୍ୟାୟ ପାଇଁ ଜଗନ୍ନାଥ ସଡ଼କରେ ଟାୟାର ଜାଳିଥିଲା ନବବଧୂଙ୍କ ବାପଘର ଲୋକେ ଓ ସମ୍ପର୍କୀୟ। ଫଳରେ ଶହଶହ ଗାଡ଼ି ରାସ୍ତାରେ ଛିଡ଼ା ହୋଇରହିଥିଲା । ଏବେ ରାସ୍ତା ରୋକ ହଟିବାରୁ ସ୍ଥିତି ଏବେ ସ୍ବାଭାବିକ ହୋଇଛି ।

ଦୁଇ ମାସ ତଳେ ରାମଚନ୍ଦ୍ରଙ୍କ ଝିଅ ସୁନାଖଳା ଗାଁର ରବୀନ୍ଦ୍ର ଚମ୍ପତ୍ତିଙ୍କୁ ବିବାହ କରିଥିଲେ । ତେବେ ଗତକାଲି ଏହି ଘଟଣା ସାମ୍ନାକୁ ଆସିବା ପରେ ଆଜି ଏପରି ଦୃଶ୍ୟ ସାମ୍ନାକୁ ଆସିଥିଲା । 

ବିନା କାରଣରେ ରାସ୍ତା ଅବରୋଧ ହେଲା । ଶହଶହ ଯାତ୍ରୀ ହନ୍ତସନ୍ତ ହୋଲ । କୌଣସି ଭୁଲ୍ ନଥାଇ ସ୍ବାମୀ-ଶ୍ବଶୁରଙ୍କୁ ଲୁଚିବାକୁ ପଡ଼ିଲା । ଯଦି ବାସ୍ତବ କଥାକୁ ବୁଝି ଝିଅଘର ପରିବାର ସଠିକ୍ ପଦକ୍ଷେପ ନେଇଥା’ନ୍ତେ । ତେବେ ଆଜି ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିନଥାନ୍ତା । 

Puri Newlywed Woman Missing
Advertisment
Related Articles
Advertisment