/odishatv-khabar/media/media_files/2025/12/12/digapahandi-dadan-death-2025-12-12-11-25-44.jpg)
Digapahandi-Dadan-Death Photograph: (OTV)
ଦାଦନ ଶ୍ରମିକର ଯନ୍ତ୍ରଣାକୁ ନେଇ ଅନେକ ଘଟଣା ତ ଆପଣ ଶୁଣିଥିବେ । କେତେବେଳେ ଦାଦନଟିଏ ରୋଜଗାର ଆଶାରେ ଯାଇ ନିର୍ଯାତିତ ହୁଏ ତ ଆଉ କେତେବେଳେ ଶବ ହୋଇ ଫରେ । ହେଲେ ଏ ଘଟଣା ଟିକେ ଭିନ୍ନ । ସ୍ୱାମୀକୁ ଖୋଜି ଖୋଜି ସ୍ତ୍ରୀ ପହଞ୍ଚିଛି ପୋଲିସ ପୋତିଥିବା ଶବ ପାଖରେ । ଶବ ଉପରୁ ଧୂଳି ମାଟି ନେଇ ଫେରିଛି ଗାଁକୁ । ଅତି ଦୁଃଖଦ, ହୃଦୟ ବିଦାରକ ଏ ଘଟଣା...
କାନ୍ଦବୋବାଳିରେ ଫାଟିପଡୁଛି ଘର । ଛାତି ଫଟାଇ କାନ୍ଦୁଛି ସ୍ତ୍ରୀ । ଦି' ପଇସା ରୋଜଗାର ଆଶାରେ ଦାଦନ ଖଟି ଯାଇଥିଲେ ସ୍ୱାମୀ । ସ୍ୱାମୀ ତ ଆଉ ଆସିଲେନି, ଆସିଲା ତାଙ୍କର ମୃତ୍ୟୁ ଖବର । ହେଲେ ଅଭାଗିନୀ ଏ ସ୍ତ୍ରୀକୁ ସ୍ୱାମୀର ଶବ ବି ମିଳିଲା ନାହିଁ । ଶେଷରେ ପାଳ ନଡାରେ ସ୍ୱାମୀର ପ୍ରତିକାତ୍ମକ ଛବି କରି କରାଗଲା ଅନ୍ତିମ ସତ୍କାର ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗାଁର ବଳରାମ ଗଉଡ଼ । ଦାଦନ ଖଟିବାକୁ ଯାଇଥିଲେ ମୁମ୍ବାଇ । ସେଠି କୋଠାବାଡି ନିର୍ମାଣରେ ମଜୁରିଆ ଭାବେ କାମ କରୁଥିଲେ । ହଠାତ୍ ବଳରାମଙ୍କ ଦେହ ଖରାପ ହେଲା । ତାଙ୍କର ଚିକିତ୍ସା ପାଇଁ କେହି ସହଯୋଗ କଲେନି । ଶେଷରେ ଅସୁସ୍ଥ ଅବସ୍ଥାରେ ସେ ନଭେମ୍ବର ୮ ତାରିଖ ଦିନ ଟ୍ରେନ ଯୋଗେ ଗାଁକୁ ଫେରୁଥିଲେ । ହେଲେ କୌଣସି କାରଣରୁ ତେଲେଙ୍ଗାନା ତନ୍ଦୁର ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ ବଳରାମ । ସେବେଠୁ ତାଙ୍କର ଆଉ ଖୋଜଖବର ପାଇନଥିଲେ ପରିବାର ଲୋକେ ।
ସେପଟେ ତନ୍ଦୁର ଷ୍ଟେସନଠାରୁ କିଛି ଦୂରରୁ ରେଲୱେ ପୋଲିସ ବଳରାମଙ୍କ ମୃତଦେହ ପାଇଥିଲା । ଦୁଇ ତିନି ଦିନ ଅପେକ୍ଷା କରିବା ପରେ ଅଜଣା ଶବ ଭାବେ ପୋତି ଦେଇଥିଲା ।
ମାସେ ଧରି ଖୋଜାଖୋଜି କରିବା ପରେ ବଳରାମଙ୍କ ସ୍ତ୍ରୀ ଓ ସାନଭାଇ ପହଞ୍ଚିଥିଲେ ତେଲେଙ୍ଗାନା ତନ୍ଦୁର ରେଲୱେ ପୋଲିସ ଷ୍ଟେସନ । ସେଠି ବଳରାମଙ୍କ ମୃତଦେହ ଠାବ ଦିନର ଫଟୋ ଦେଖି ହତବାକ୍ ହୋଇଯାଇଥିଲେ । ପୋଲିସଠାରୁ ଜାଣିବାକୁ ପାଇଲେ ଯେ ଅଚିହ୍ନା ମୃତଦେହ ଭାବି ବ୍ୟବଚ୍ଛେଦ କରାଯିବା ପରେ ପୋତିଦେଇଛି । ଏହାପରେ ଅସହାୟ ସ୍ତ୍ରୀ, ସ୍ୱାମୀ ପୋତା ହୋଇଥିବା ସ୍ଥାନରୁ ଧୂଳି ମାଟି ନେଇ ଗାଁକୁ ଫେରିଥିଲେ ଓ ଗାଁରେ ପାଳ ନଡାରେ ପ୍ରତିକାତ୍ମକ ଛବି କରି ଶେଷକୃତ୍ୟ କରିଥିଲେ ।
ଏ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି । ବଳରାମଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ।
Rare Courtroom Cry: ୬୦ ଗ୍ରାମ୍ ‘ଅଫିମ’ ପାଇଁ ହାଇକୋର୍ଟ କବାଟ ପିଟିଲେ ବୃଦ୍ଧ , ଦିନକୁ ମିଳୁଛି ୪୦ ଦରକାର ୬୦ ଗ୍ରାମ ଅଫିମ

IndiGo Flight Disruption: କାହିଁକି ଉଡ଼ିଲାନି ଇଣ୍ଡିଗୋ ? ପୂରା ଘଟଣା ବୁଝନ୍ତୁ ଗୋଟିଏ କ୍ଲିକରେ

Animals in Blankets: ସିପାଞ୍ଜି ଘୋଡ଼ାଇ ହେବ କମ୍ବଳ , ହିଟର ଲଗାଇ ଶୋଇବେ ସାପ

23 Year Marriage Ends: ପିଆଜ ରସୁଣ ପାଇଁ ଭାଙ୍ଗିଗଲା ସଂସାର , ଛାଡ଼ପତ୍ରରେ ଶେଷ ହେଲା ୨୩ ବର୍ଷର ବିବାହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)