/odishatv-khabar/media/media_files/2025/10/20/puri_diwali-2025-10-20-09-33-21.jpg)
PURI_DIWALI Photograph: (OTV)
ଆଜି ଆଲୋକର ପର୍ବ ଦୀପାବଳି। ସାରା ରାଜ୍ୟରେ ବେଶ ଧୁମଧାମର ସହ ପାଳନ ହେଉଛି ଦୀପାବଳି । ଆଜି ଓ କାଲି ରାଜ୍ୟ ସରକାର ଛୁଟି ଘୋଷଣା କରିଥିବାରୁ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତ ଆସିବେ ବୋଲି ଆଶା କରାଯାଉଛି। ପ୍ରଶାସନ ତରଫରୁ ଏହି ଦୁଇ ଦିନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ସହ ଶୃଙ୍ଖଳିତ ଭାବେ ବଡବଡୁଆ ଡାକିବା ପାଇଁ ଏମାରମଠ ଚକଡାରେ ଲୁହା ବ୍ୟାରିକେଡ୍ କରାଯାଇଛି।
ସୁରକ୍ଷା ଦାୟିତ୍ବରେ ସମୁଦାୟ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ଏସପି କହିଛନ୍ତି। ସରକାର ଦୁଇଦିନ ଛୁଟି ଘୋଷଣା କରିଥିବାରୁ ପ୍ରଶାସନ ତରଫରୁ ଦୁଇଦିନ ପାଇଁ ପୟାଶ୍ରାଦ୍ଧ ବ୍ୟବସ୍ଥା ସହ ଭୋର ୪ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ ହେବ ବୋଲି ଏସପି ପ୍ରତୀକ୍ ସିଂହ କହିଛନ୍ତି। ମାର୍କେଟଛକ ଠାରୁ ନୋ ଭେଇକିଲ୍ ଜୋନ୍ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)