Advertisment

Maraghura Village: ବର୍ଷାଦିନେ ପାଠପଢାରେ ବନ୍ଧା ହୁଏ ଡୋରି , ଚୁଆ ପାଣି ପିଇ ବଞ୍ଚୁଛନ୍ତି ଲୋକେ

ଗାଁରେ କାଁ ଭାଁ କେତୋଟି ପକ୍କାଘର  ଛାଡ଼ିଦେଲେ ମାଟି କୁଡିଆ ଓ ଜରିପାଲ ତଳେ ଅତି ଦୟନୀୟ ଅବସ୍ଥାରେ ବିତୁଛି ଅଧିକାଂଶ ଲୋକଙ୍କ ଜୀବନ। ଏସବୁ ଦୁଃଖକୁ ଦ୍ୱିଗୁଣିତ କରୁଛି ଗାଁ ଆରମ୍ଭରୁ ଥିବା ମୁଟୁକୁରିଆ ନାଳ।

author-image
Manas Ranjan Mohanty
VILLAGE-ISSUE

VILLAGE-ISSUE Photograph: (OTV)

ବର୍ଷାଦିନେ ପାଠପଢାରେ ଡୋରି ବନ୍ଧା ହୁଏ। ଘର ପାଖକୁ ପାଣି ଟ୍ୟାପ ଯାଇଛି ହେଲେ ଦେଢ଼ ବର୍ଷ ହେବ ବୁନ୍ଦାଏ ବି ପାଣି ବାହାରୁନି। ଚୁଆ ପାଣି ପିଇ ବଞ୍ଚୁଛନ୍ତି। ସ୍ବାସ୍ଥ୍ୟ ସେବା ପାଇବାକୁ ହେଲେ ଲୋକେ ଖଟିଆ କିମ୍ବା ଭାରାର ସାହାରା ନେଇ ଗାଁ ମୁଣ୍ଡକୁ ରୋଗୀକୁ ବୋହିକି ଆଣିଲେ ଜୀବନ ବଞ୍ଚିବ କି ଯିବ ଚିନ୍ତା କରିବାକୁ ପଡେ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ଏ ଦୃଶ୍ୟ କହୁଛି ଅଞ୍ଚଳର ବିକାଶ କେତେବାଟ ଯାଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରଙ୍ଗ ପଞ୍ଚାୟତର ମାରଘୁରା ଗାଁ। ଏଠାରେ 100ରୁ ଅଧିକ ମାହାର ସମ୍ପ୍ରଦାୟର ଲୋକେ ବାସ କରନ୍ତି। ହେଲେ ଅନେକ ମୌଳିକ ସୁବିଧାରୁ ଏମାନେ ବଞ୍ଚିତ । ଅଗିକୁ ବାଇଗଣ ଫିଙ୍ଗିଲା ଭଳି ସରକାରୀ ଯୋଜନାରୁ କିଞ୍ଚିତ ସେମାନଙ୍କ ପାଖରେ ପହଞ୍ଚାଇ ସରକାରୀ ବାବୁ ଚୁପ ବସିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। 

Advertisment



ଗାଁରେ କାଁ ଭାଁ କେତୋଟି ପକ୍କାଘର  ଛାଡ଼ିଦେଲେ ମାଟି କୁଡିଆ ଓ ଜରିପାଲ ତଳେ ଅତି ଦୟନୀୟ ଅବସ୍ଥାରେ ବିତୁଛି ଅଧିକାଂଶ ଲୋକଙ୍କ ଜୀବନ। ଏସବୁ ଦୁଃଖକୁ ଦ୍ୱିଗୁଣିତ କରୁଛି ଗାଁ ଆରମ୍ଭରୁ ଥିବା ମୁଟୁକୁରିଆ ନାଳ। ଗାଁ ବିକାଶରେ କେବଳ ଯେ ବାଧା ସାଜିଛି ତାହା ନୁହଁ। ଗାଁରେ ଅଙ୍ଗନବାଡ଼ି କି ସ୍କୁଲଟିଏ ନାହିଁ ପିଲାମାନେ ପାଠ ପଡ଼ିବାକୁ ଗାଁ ପାଖ ବାହାଳି ସାହିରେ ଥିବା ସ୍କୁଲ ଆସିବାକୁ ପଡେ। ହେଲେ ବର୍ଷା ଦିନରେ ମୁଟୁକୁରିଆ ନାଳ ଭରିଯିବା ଦ୍ଵାରା ବର୍ଷକର 4ମାସ କୁନି କୁନି ପିଲାଙ୍କ ପାଠ ପଢାରେ ଡୋରି ବାନ୍ଧିବାକୁ ବାଧ୍ୟ କରିଦିଏ। ଯେଉଁଠି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ସ୍ବପ୍ନ ପାଲଟେ ସେଠି ଶିକ୍ଷା କଥାକୁ ପଚାରେ କିଏ । ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ଠାରୁ ମାତ୍ର 9 କିଲୋମିଟର ସହର ତଳିରେ ଲୋକେ ଏଭଳି ବସବାସକୁ ସହଜରେ ଗ୍ରହଣ କରିପାରି ନଥିଲେ ଅନୁଗୁଳ ଉପ ଜିଲ୍ଲାପାଳ। ସମସ୍ୟା ଶୁଣିଲା ପରେ ତୁରନ୍ତ ଏ ନେଇ ସେ ବିଡ଼ିଓ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମାଧାନ ପାଇଁ କହିଛନ୍ତି।

Advertisment
Related Articles
Advertisment