Advertisment

From Guns to Governance? ସାଥୀଙ୍କୁ ଅପିଲ୍ କଲେ ମାଓନେତା ନିଖିଲ୍, ବନ୍ଧୁକ ଛାଡି ମୁଖ୍ୟ ସ୍ରୋତକୁ ଫେରିଆସ

ବନ୍ଧୁକ ଛାଡ଼ି ଆତ୍ମସମର୍ପଣ କର। ମାଓବାଦ ଛାଡ଼ି ଆତ୍ମସମର୍ପଣ କରିବାକୁ ଅପିଲ କରିଛନ୍ତି ମାଓନେତା ନିଖିଲ। ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମାଓବାଦ ଏବଂ ମାଓବାଦୀଙ୍କ ଲଢ଼େଇ। କେବଳ କିଛି ହାତ ଗଣତି ମାଓବାଦୀ କନ୍ଧମାଳ ଜିଲ୍ଲାରେ ଲୁଚି ରହିଛନ୍ତି ।

author-image
Tapan Swain
Surrender

Surrender Photograph: (OTV)

ବନ୍ଧୁକ ଛାଡ଼ି ଆତ୍ମସମର୍ପଣ କର। ମାଓବାଦ ଛାଡ଼ି ଆତ୍ମସମର୍ପଣ କରିବାକୁ ଅପିଲ କରିଛନ୍ତି ମାଓନେତା ନିଖିଲ। ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମାଓବାଦ ଏବଂ ମାଓବାଦୀଙ୍କ ଲଢ଼େଇ। କେବଳ କିଛି ହାତ ଗଣତି ମାଓବାଦୀ କନ୍ଧମାଳ ଜିଲ୍ଲାର ବିସ୍ତୀର୍ଣ୍ଣ ଜଙ୍ଗଲରେ ଲୁଚି ରହିଛନ୍ତି ।

Advertisment

ଏଭଳି ସ୍ଥଳେ ସେମାନେ ଆତ୍ମସମର୍ପଣ କରିବା ପାଇଁ ବାରମ୍ବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀ, DIG ଏବଂ କନ୍ଧମାଳ SP ସମସ୍ତେ ଅପିଲ କରୁଛନ୍ତି । ସେହିଭଳି ଗତକାଲି ରାୟଗଡ଼ାରେ ଆତ୍ମ ସମର୍ପଣ କରିଥିବା CPI ମାଓବାଦୀ ରାଜ୍ୟ କମିଟି ସଦସ୍ୟ ନିଖିଲ ମଧ୍ୟ ଆଜି ଏକ ଅଡିଓ ଟେପ୍ ରେ ତାଙ୍କର ସମସ୍ତ କମ୍ରେଡ଼ମାନେ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହା ସହିତ 9437643839 ନମ୍ବରରେ ତାଙ୍କୁ ଯୋଗାଯୋଗ କଲେ ସେ ଆତ୍ମସମର୍ପଣ କରିବା ପାଇଁ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି ।

ଏବେ ବି ସମୟ ଅଛି

ବର୍ତ୍ତମାନ ମଧ୍ୟ ସମୟ ଅଛି, ଯେଉଁମାନେ ଆତ୍ମସମର୍ପଣ କରିବାକୁ ଚାହିଁବେ ତାଙ୍କୁ ପୋଲିସ ସ୍ୱାଗତ କରିବ ବୋଲି ଗତକାଲି ଦକ୍ଷିଣାଞ୍ଚଳ ପୋଲିସ IG ନୀତି ଶେଖର କହିଥିଲେ। ....

Advertisment
Surrender Maoist
Advertisment
Related Articles
Advertisment