/odishatv-khabar/media/media_files/2025/11/21/baliguda-stealing-mdm-rice-2025-11-21-21-59-34.jpg)
BALIGUDA-STEALING-MDM-RICE Photograph: (OTV)
କିଟ୍ କିଟ୍ ଅନ୍ଧାର। ଚାରିଆଡେ ଶୂନଶାନ୍। ସାର୍ ଭାବିଥିଲେ ଏହାର ଫାଇଦା ନେବେ। ଆଉ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ସବୁ ଚାଉଳ ହଡପ କରିନେବେ। ଅଧ ରାତିରେ ଅଟୋରେ ଲଦି ବୋହି ନେଉଥିଲେ ବସ୍ତା ବସ୍ତା ଚାଉଳ। ହେଲେ ଗାଁ ଲୋକ କରେଇଦେଲେ ନାହିଁ। ସାର୍ ଙ୍କ ଏଭଳି କାରନାମା ସେମାନଙ୍କ ନଜରରେ ପଡିଗଲା। ଗାଁ ଲୋକଙ୍କ ହାବୁଡ଼ରେ ପଡି ହଟହଟା ହୋଇଛନ୍ତି। ଏଭଳି କାରନାମାକୁ ନେଇ ସାର୍ ଙ୍କୁ ପଚାରିବାରୁ, ସିଏ କିନ୍ତୁ ବାହାନା ମାରି ମୁହଁ ଆଡେଇ ଚାଲି ଯାଉଛନ୍ତି।
ଗାଁ ଲୋକେ ପ୍ରଧାନଶିକ୍ଷକଙ୍କ ସମେତ ୬ ବସ୍ତା ଚାଉଳ ବୋଝେଇ ଅଟୋକୁ ତୁମୁଡିବନ୍ଧ ପୋଲିସ ଜିମା ଦେଇଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ହାଇସ୍କୁଲରେ ଦେଖିବାକୁ ମିଳିଛି। ସେହି ସ୍କୁଲର ପ୍ରଧାନ ଶିକ୍ଷକ ଗୌତମ ବଡ଼ସେଠ ରାତି ଅଧରେ ଗୋଟିଏ ଅଟୋରେ ପିଲାଙ୍କ ପାଇଁ ଆସିଥିବା ସରକାରଙ୍କ ମଧ୍ୟାହ୍ନ ଭୋଜନ ଚାଉଳକୁ ଚୋରି କରି ଅନ୍ୟତ୍ର ବିକ୍ରିକରିବାକୁ ଚେଷ୍ଟା କରୁଥିଲେ। ଆଉ ଏତିକି ବେଳେ ଗ୍ରାମବାସୀ ଖବର ପାଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ କାବୁ କରିବା ସହ ଚାଉଳ ସମେତ ଯାତ୍ରୀବାହୀ ଅଟୋକୁ ଜବତ କରିଛନ୍ତି।
ତେବେ ପ୍ରଧାନଶିକ୍ଷକଙ୍କ ଏଭଳି ଚୋରା କାରନାମାକୁ ଗ୍ରାମବାସୀ ଧରିବା ପରେ ଅଧ ରାତିରେ ପିଲାଙ୍କ ବସ୍ତା ବସ୍ତା ଚାଉଳ କେଉଁ ଆଡେ ନେଉଥିଲେ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନାହାନ୍ତି। ଓଲଟା ବାହାନା ଦେଖେଇ ମୋବାଇଲ୍ ଦେଖି ଦେଖି ପଳାଉଛନ୍ତି। ଥରେ ଏହି ଭିଜୁଆଲ୍ ଉପରେ ନଜର ପକାନ୍ତୁ…
ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି। କେଉଁ ପରିସ୍ଥିତିରେ ପ୍ରଧାନଶିକ୍ଷକ ସ୍କୁଲରୁ ଚାଉଳ ଚୋରା ଚାଲାଣ କରୁଥିଲେ, ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Pakistan Leader Admits: ସତ ମାନିଲା ପାକିସ୍ତାନ, ଲାଲକିଲ୍ଲାରୁ ପହଲଗାମ ଆମେ ମାରିଛୁ

Dev Deepavali: ଲକ୍ଷ ଲକ୍ଷ ଦୀପ ଆଲୋକରେ ଝଲସିଲା ବଡ଼ଦାଣ୍ଡ , ଭାବବିହ୍ବଳ ହେଲେ ଶ୍ରଦ୍ଧାଳୁ

Instagram Facebook Ban: ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ୪ ଡିସେମ୍ବରରୁ ବନ୍ଦ ! ଘୋଷଣା କଲା ମେଟା...

Controversy Erupts: ସନ୍ଦେହ ଘେରରେ ହ୍ୟୁମାନଙ୍କ ମ୍ୟାନେଜରଙ୍କ ଭୂମିକା, ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ପ୍ରଶଂସକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)