Advertisment

Pakistan Leader Admits: ସତ ମାନିଲା ପାକିସ୍ତାନ, ଲାଲକିଲ୍ଲାରୁ ପହଲଗାମ ଆମେ ମାରିଛୁ

ସତ ମାନିଲା ପାକିସ୍ତାନ । ଲାଲ୍ଲକିଲ୍ଲାରୁ କାଶ୍ମୀର... ଆମେ ହିଁ ଆତଙ୍କୀ ହମ୍‌ଲା କରାଇଛୁ, ଆଗକୁ ବି କରିବୁ । ଆମର ଜିହାଦୀମାନେ ଭାରତରେ ପଶିକି ମାରିବେ । ପାକିସ୍ତାନ ନେତାଙ୍କ  ବିସ୍ଫୋରକ ବୟାନ ।

author-image
Manas Ranjan Mohanty
Pak-Politician-Terror-Attack-Message

Pak-Politician-Terror-Attack-Message Photograph: (OTV)

ସତ ମାନିଲା ପାକିସ୍ତାନ । 'ଲାଲ୍ଲକିଲ୍ଲାରୁ କାଶ୍ମୀର... ଆମେ ହିଁ ଆତଙ୍କୀ ହମ୍‌ଲା କରାଇଛୁ, ଆଗକୁ ବି କରିବୁ । ଆମର ଜିହାଦୀମାନେ ଭାରତରେ ପଶିକି ମାରିବେ । ପାକିସ୍ତାନ ନେତାଙ୍କ  ବିସ୍ଫୋରକ ବୟାନ । ସମ୍ମୁଖ ଯୁଦ୍ଧରେ କୁକୁର ପରି ହାରୁଥିବା ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଆପଣାଇଛି ଲୁଚାଛପା ଚୋରା ବାଟ ।

Advertisment

ପହଲଗାମ୍ ହେଉ କି ଦିଲ୍ଲୀ କାର୍ ବିସ୍ଫୋରଣ, ଭାରତରେ ଟେରର୍ ଆଟାକ୍‌ ପଛରେ ପାକିସ୍ତାନର ହାତ କଥା ସମସ୍ତଙ୍କୁ ଜଣା । ହେଲେ ବିଧାନସଭାରେ ଏକଥା ଖୋଲାଖୋଲି ସ୍ୱୀକାର କରିଥିବା ଏହି ବ୍ୟକ୍ତି ହେଲେ ଅନୱରୁଲ ହକ୍, ପିଓକେର ପୂର୍ବତନ ପ୍ରଧାନମନ୍ତ୍ରୀ । ଆତଙ୍କବାଦୀ ଆକ୍ରମଣକୁ ନେଇ ତାଙ୍କର ବୟାନ ଚକିତ କରିଛି ସଭିଁଙ୍କୁ ।  'ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଲାଲକିଲ୍ଲୀରୁ କାଶ୍ମୀର ଜଙ୍ଗଲ ପର୍ଯ୍ୟନ୍ତ ଆକ୍ରମଣ କରିଛନ୍ତି । ଏହାକୁ ସେମାନେ ଜାରି ରଖିବେ । ଆଲ୍ଲାଙ୍କ ଦୟାରେ ଆମେ ଏମିତି କରିପାରୁଛୁ । ଭାରତ ଏ ଯାଏଁ ଶବ ଗଣି ପାରିନି ।' ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢୁଥିବା ବେଳେ ଏହି ଘଟଣାକୁ ଭାରତ ଶବ ଗଣିପାରୁନି ବୋଲି କହିଛନ୍ତି ହକ୍‌ । ଯାହାକି ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ ।'

ହକ୍‌ଙ୍କ 'ଲାଲକିଲ୍ଲା' ବୟାନ ୧୦/୧୧ ଦିଲ୍ଲୀ କାର୍ ବିସ୍ଫୋରଣକୁ ସ୍ପଷ୍ଟ ଇସାରା କରୁଥିବା ବେଳେ 'କାଶ୍ମୀର ଜଙ୍ଗଲ', ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ବୁଝାଉଛି । ଯେଉଁଠି ପାକିସ୍ତାନୀ ଆତଙ୍କବାଦୀମାନେ ଧର୍ମ ପଚାରି ୨୬ ଜଣଙ୍କୁ ହତ୍ୟା କରିଥିଲେ । ପାକିସ୍ତାନ ନେତାଙ୍କ ଏଭଳି ଉତ୍ତେଜକ ବୟାନ ଓ ସ୍ୱୀକାରୋକ୍ତିକୁ ଅନ୍ତର୍ଜାତୀୟ ମଞ୍ଚରେ ବଡ ପ୍ରମାଣ ଭାବେ ବ୍ୟବହାର କରିପାରେ ଭାରତ ।

Advertisment

ସୋମବାର ପିଓକେ ବିଧାନସଭାରେ ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ବେଳେ ଜୋସ୍‌ ଜୋସ୍‌ରେ ନିଜ ଦେଶର ଆତଙ୍କୀ ମୁଖା ଖୋଲିଥିଲେ ଅନୱରୁଲ ହକ୍ । ଯଦି ତମେ ବଲୁଚିସ୍ତାନକୁ ରକ୍ତରେ ଲାଲ କରିବ ତାହେଲେ ଆମର ଆତଙ୍କୀମାନେ ମଧ୍ୟ ଭାରତରେ ପଶିକି ମାରିବେ, ବୋଲି କହିଥିଲେ । ତାଙ୍କର ଏହି ବୟାନ ଭାରତ-ପାକିସ୍ତାନ ତିକ୍ତତାକୁ ଭୟାନକ ସ୍ତରକୁ ନେଇପାରେ ବୋଲି ଆଶଙ୍କା ହେଉଛି ।

ସେପଟେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ବି ଭାରତ ସହ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି । ଯେକୌଣସି ସମୟରେ ଆମେ ଭାରତ ଓ ଆଫଗାନିସ୍ତାନ ସହ ଯୁଦ୍ଧ ଲଢିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପାକ୍ ମନ୍ତ୍ରୀ । ଏବେ ଏ ଦିଗରେ ଭାରତର ଆଭିମୁଖ୍ୟ କ'ଣ ରହିବ,ତା' ଉପରେ ନଜର । 

Advertisment
Related Articles
Advertisment