/odishatv-khabar/media/media_files/2025/11/21/puri-deba-dipavali-2025-11-21-18-07-34.jpg)
Puri-Deba-Dipavali Photograph: (OTV)
ଜଳି ଉଠିଲା ଲକ୍ଷ ଲକ୍ଷ ଦୀପ। ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ହୋଇଉଠିଲା ଆଲୋକିତ। ଆଉ ମର୍ତ୍ତ୍ୟ ମଣ୍ଡଳରେ ମହାବାହୁଙ୍କ ମାନବାୟ ଲୀଳା ଦେଖି କୃତ୍ୟ କୃତ୍ୟ ହେଲେ ଶ୍ରଦ୍ଧାଳୁ। ଗତକାଲି ଥିଲା ଦେବ ଦୀପାବଳିର ଦ୍ୱିତୀୟ ଦିନ। ଏହି ଅବସରରେ ନିଜ ପିତୃପୁରୁଷଙ୍କ ଶ୍ରାଦ୍ଧ ଦେଇଥିଲେ ମହାପ୍ରଭୁ। ପବିତ୍ର ମାର୍ଗଶିର ମାସ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବରେ ଅନୁଷ୍ଠିତ ହୋଇଥିଲା ଶ୍ରାଦ୍ଧ ନୀତି।
ତ୍ରେତୟା ଯୁଗର ପିତା ଦଶରଥ ଓ ମାତା କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥିଲେ ମହାପ୍ରଭୁ। ଆଉ ଶେଷରେ ଶ୍ରୀମନ୍ଦିର ଚୂଡ଼ାକୁ ଉଠିଥିଲା ମହାଦୀପ। ଦ୍ୱିପହର ଧୂପ ପରେ ଶ୍ରାଦ୍ଧ ନୀତି ଆରମ୍ଭ ହେବା ସହ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ। ସନ୍ଧ୍ୟା ସମୟରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରିଥିଲେ ଶ୍ରଦ୍ଧାଳୁ। ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଦୀପର ଆଲୋକମାଳାରେ ଝଲସି ଉଠିଥିଲା ବଡ଼ଦାଣ୍ଡ। ଆଉ ଶ୍ରାଦ୍ଧବେଶରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ କୃତାର୍ଥ୍ୟ ହୋଇଥିଲେ ।
୩ଦି ଧରି ପାଳନ କରାଯାଉଥିବା ଏହି ଦେବ ଦୀପାବଳୀ ପର୍ବର ଆଜି ହେଉଛି ଶେଷ ଦିନ। ପ୍ରତିପଦା ତିଥିରେ ଆଜି ବସୁଦେବ-ଦେବକୀ, ନନ୍ଦ-ଯଶୋଦା, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ଦୀପ ଦାନ କରିବେ ମହାପ୍ରଭୁ। ଆଉ ଦ୍ୱିପହର ଧୂପ ପରେ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ। ସନ୍ଧ୍ୟାଧୂପ ପରେ ୩ଟି ମହାଦୀପ ବଡ଼ ଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିଥାଏ। ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗି ପରମ୍ପରା ରହିଛି। ୩ ଗୋଟି ମହାଦୀପରେ ବନ୍ଦାପନା ହୋଇଥାଏ। ଏହି ସମୟରେ ତିନି ଜଣ ପାଳିଆ ପୂଜାପଣ୍ଡା ମହାଦୀପକୁ ହାତରେ ଧରି ଜୟ ବିଜୟ ଦ୍ୱାର ଭିତର ପାଖେ ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାନ୍ତି। ପରେ ମହାଦୀପ କଳସ ଧରି ପାଳିଆ ଚୁନରାଙ୍କୁ ପ୍ରଦାନ କରିଥାନ୍ତି। ଚୁନରା ସେବକ ବଡ଼ ଓଡ଼ିଆ ମଠ ପକ୍ଷରୁ ଦିଆଯାଇଥିବା ତେଲ, ଘିଅ ନେଇ ଶ୍ରୀମନ୍ଦିର ଅଁଳା ବେଢ଼ା ଉପରେ ଦୀପ ଜାଳନ୍ତି। ଚନ୍ଦ୍ରଉଡ଼ିଆ ଜାଳି ଗଜପତି ମହାରାଜଙ୍କ ନାମ ଉଚ୍ଚାରଣ ପୂର୍ବକ ତାଙ୍କ ମଙ୍ଗଳ କାମନା କରିଥାନ୍ତି।
Amazing Dance: ଓଡ଼ିଶାର ପୁଅ ଏବେ ସୋସିଆଲ ମିଡିଆରେ ଷ୍ଟାର , ଭିଡିଓ ଦେଖି ଲୋକେ କହୁଛନ୍ତି ....

Katrina Kaif’s Everlasting Glow: ୪୨ ବର୍ଷରେ ୨୨ ବର୍ଷ ଭଳି ଚମକୁଛନ୍ତି , କ୍ୟାଟ୍ରିନାଙ୍କ ଠାରୁ ଜାଣନ୍ତୁ ତାଙ୍କର ଫିଟନେସର ରହସ୍ୟ

Tejas Fighter Jet Crash: ଦୁବାଇରେ କ୍ରାସ୍ ହେଲା ତେଜସ୍ ...ଏୟାର ଶୋ' ବେଳେ ଖସିପଡ଼ିଲା

From Pitch To Forever : ଖାଲି ଷ୍ଟାଡିୟମରେ ପଲାଶ ମୁଛଲ ଓ ସ୍ମୃତି ମନ୍ଧାନା , ଭିଡିଓ ହେଲା ଭାଇରାଲ....ଜାଣନ୍ତୁ ଫ୍ୟାନ୍ସ କଣ କହୁଛନ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)