/odishatv-khabar/media/media_files/2025/12/02/14-lakhs-2025-12-02-21-46-08.jpg)
14-LAKHS Photograph: (OTV)
ଚୋରି କମ୍, ଜବତ ବେଶୀ । ଡକାୟତି ହୋଇଛି ୧୪ ଲକ୍ଷର ସଂପତ୍ତି, ହେଲେ ପୋଲିସ ସିଜ୍ କରିଛି ୪ ଗୁଣା ଅଧିକ ମାଲ୍ । ଶିଳ୍ପନଗରୀ ଝାରସୁଗୁଡାରୁ ଆସିଛି ଏଭଳି ତାଜୁବ କଲା ଭଳି ଘଟଣା। ଏତଲାକାରୀ ନା ପୋଲିସ୍ ? କାହା ତଥ୍ୟ ସତ ? ତାକୁ ନେଇ ବଢ଼ିଛି ସସପେନସ୍।
ସୂଚନା ଅନୁସାରେ- ଗତ ୧୯ ତାରିଖ ରାତି ସାଢ଼େ ୮ଟା ବେଳେ ବିନାୟକପୁରମ ଲେନ୍ ର ବ୍ୟବସାୟୀ ମୁକେଶ ବୁଚୱାନୀଙ୍କ ଘରୁ ହୋଇଥିଲା ସଶସ୍ତ୍ର ଡକାୟତି। ମାରଣାସ୍ତ୍ର ଦେଖାଇ ଡକାୟତ ଲୁଟି ନେଇଥିଲେ ଟଙ୍କା ଓ ସୁନା-ରୂପା। ଦିନକ ପରେ, ପୋଲିସରେ ବୁଚୱାନି ଲିଖିତ ଏତଲା ଦେଇ, ତାଙ୍କ ଘରୁ ନଗଦ ୧୩ରୁ ୧୪ ଲକ୍ଷ ଟଙ୍କା ସହ ୨୦ ଲକ୍ଷର ସୁନା ଓ ରୂପା ସାମଗ୍ରୀ ଚୋରି ହୋଇଥିବା ଦର୍ଶାଇଥିଲେ।
ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଧୁନିକ ଜ୍ଞାନକୌଶଳ ଲଗାଇ ସ୍ୱତନ୍ତ୍ର ଟିମ୍ ତନାଘନା ଚଳାଇଥିଲା। ଫିଙ୍ଗରପ୍ରିଣ୍ଟ ଓ ଡିଜିଟାଲ ଟ୍ରାକିଂ ଜରିଆରେ ମାତ୍ର ୯ ଦିନରେ ୮ ଲୁଟେରାଙ୍କୁ ବାନ୍ଧି ସେମାନଙ୍କଠୁ ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ସହ ୫୨୧ ଗ୍ରାମ ସୁନା ବି ଜବତ କରିଥିଲା। ଜବତ ସୁନାର ବଜାର ମୂଲ୍ୟ ୬୬ ଲକ୍ଷରୁ ଅଧିକ ଟଙ୍କା ହେବ। ସେହିପରି ପ୍ରାୟ ୧୫ କେଜି ରୂପା ବି ଜବତ କରିଥିଲା ପୋଲିସ୍, ତାସହ ଲୁଟେରା ବ୍ୟବହାର କରିଥିବା ବନ୍ଧୁକ, ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀ ବି ପାଇଥିଲା। ମାତ୍ର ନଅ ଦିନରେ ଏ ସଫଳତାକୁ ନେଇ ନିଜେ ଝାରସୁଗୁଡା ଏସପି ସାମ୍ବାଦିକ ସମ୍ମିଳନୀ ଡାକି ସବୁ ସଂପତ୍ତି ଅଭିଯୋଗକାରୀ ବୁଚୱାନୀଙ୍କୁ ପୋଲିସ୍ ଫେରାଇ ଦେବ ବୋଲି କହିଥିଲେ।....
ତେବେ ଏଠି ପ୍ରଶ୍ନ ବୁଚୱାନୀଙ୍କ ଏତଲା ତଥ୍ୟ ଓ ପୋଲିସ ଜବତ କରିଥିବା ସଂପତ୍ତି ପରିମାଣ ଭିତରେ ଏତେବଡ଼ ତାରତମ୍ୟ ହେଲା କେମିତି ? ଯେହେତୁ ଏତଲାରେ ସ୍ପଷ୍ଟ ଭାବେ ଲେଖାଯାଇଛି ୧୩ ରୁ ୧୪ ଲକ୍ଷ ନଗଦ ଟଙ୍କା ଓ ୨୦ ଲକ୍ଷର ସୁନା-ରୂପା ସାମଗ୍ରୀ ଲୁଟ୍ ହୋଇଛି। ହେଲେ ଝାରସୁଗୁଡ଼ା ପୋଲିସର ପ୍ରେସ୍ ଇସ୍ତାହାରରେ ଡକାୟତଙ୍କଠୁ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଓ ପ୍ରାୟ ୬୭ ଲକ୍ଷର ସୁନା ଗହଣା ଜବତ ହୋଇଥିବା ଦର୍ଶାଇଛି ଓ ୨୫ ଲକ୍ଷର ରୁପା ଗହଣା ସିଜ୍ କରିଥିବା ବି ଉଲ୍ଲେଖ କରିଛି। ଯାହାକି ଏତଲା ତଥ୍ୟଠାରୁ ୪ ଗୁଣା ଅଧିକା। ସେଥିପାଇଁ ସନ୍ଦେହ- ଚୋରଙ୍କଠୁ ଉଦ୍ଧାର ଅଧିକ ଟଙ୍କା, ସୁନା ଓ ରୂପା କାହାର ? ଆୟକର ଲୁଚାଇବାକୁ ଏତାଲାରେ ଚୋରି ସାମଗ୍ରୀର ପରିମାଣ କମ୍ ଦର୍ଶାାଇଥିଲେ କି ମୁକେଶ ? ଯଦି ସବୁ ଜବତ ସାଂଗ୍ରୀ ମୁକେଶଙ୍କର ତାହେଲେ ତାଙ୍କ ଆୟ ସ୍ରୋତ କଣ ? ଏସବୁକୁ ଖୋଳତାଡ଼ କରିବ କି ପୋଲିସ୍। ତେଣେ ଆଇନଜୀବୀଙ୍କ ମତ ଆଇନ ମୁତାବକ ତଦନ୍ତ ନକଲେ ଝାରସୁଗୁଡ଼ା ପୋଲିସ ବି ସନ୍ଦେହ ଘେରକୁ ଆସିପାର। ଯେହେତୁ ସବୁ ଜବତ ସାମଗ୍ରୀ ଅଭିଯୋଗକାରୀ ବୁଚୱାନୀଙ୍କୁ ଫେରାଇ ଦେବାକୁ ଏସପି କହିଥିଲେ- ତେଣୁ ଜବତ ଅଧିକ ସାମଗ୍ରୀକୁ ଟ୍ରେଜେରୀରେ ଦାଖଲ ନକରି କାହିଁକି ଫେରାଇବା ନିଷ୍ପତ୍ତି ନେଉଛନ୍ତି ବୋଲି ବି ଉଠିଛି ପ୍ରଶ୍ନ।...
Free Training By Barik Sir : ବାରିକ ସାରଙ୍କ ପାଖକୁ ଗଲେ ଚାକିରି ପକ୍କା , ଅନେକ ଗରିବ ଅସହାୟଙ୍କ ସାହାରା ସାଜିଛନ୍ତି

Example Of Humanity: ପାଖରେ ପଡିଥିଲା ବିଡା ବିଡା ଟଙ୍କା , ମାନବିକତା ଭୁଲିଲେନି ଅଟୋ ଡ୍ରାଇଭର

India Defeats Pakistan: ପାକିସ୍ତାନୀ ଖେଳାଳିଙ୍କ କମେଣ୍ଟର ଜବାବ ମୈଦାନରେ ଦେଲେ

Chennai Metro Passengers: ଟନେଲ୍ ଭିତରେ ଫସେଇ ଦେଲା ମେଟ୍ରୋ ରେଳ , ଶୁଭିଲା ଏମିତି କୋଳାହଳ...ଭିଡିଓ ଭାଇରାଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)