/odishatv-khabar/media/media_files/2025/11/04/sankar-suresh-2025-11-04-09-39-02.jpg)
SANKAR-SURESH Photograph: (OTV)
ଶଙ୍କର-ସୁରେଶଙ୍କ ସ୍କାମ୍-ନେକ୍ସସ୍। ପୋଲିସ୍ SI ପରୀକ୍ଷା ନିଯୁକ୍ତି ମାମଲାକୁ ନେଇ କିଛି ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି। ପୁରା ଠକେଇରେ ଶଙ୍କର ପୃଷ୍ଟି ମାଷ୍ଟରମାଇଣ୍ଡ କୁହାଯାଉଥିବା ବେଳେ ଏବେ ସିନ୍ କୁ ଆସିଛି ସୁରେଶ ନାୟକଙ୍କ ନାଁ। ପୋଲିସ SI ସ୍କାମର ଯୋଜନାବଦ୍ଧ କାହାଣୀ ଓ ଏହା ପଛର ଗୁମର ଧିରେ ଧିରେ ଫିଟୁଛି।
ପ୍ରେସ ରିଲିଜ୍ ଜାରି କରି କ୍ରାଇମବ୍ରାଞ୍ଚ ଦର୍ଶାଇଛି ଯେ, ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲାରେ ସଂପୃକ୍ତ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସହ ଲଗାତର ସଂପର୍କରେ ରହୁଥିଲେ ସୁରେଶ ନାୟକ। ଏପରିକି ନୂଆଦିଲ୍ଲୀ କାଲକାଜୀ ସ୍ଥିତ ନିଜ କମ୍ପାନୀର ଗେଷ୍ଟହାଉସରେ ଶଙ୍କରକୁ ଲୁଚାଇ ରଖିଥିଲେ ସୁରେଶ।
ଏହା ପରେ ପୋଲିସର ତନାଘନା ହେବାରୁ ଗିରଫଦାରୀକୁ ଏଡ଼ାଇବାକୁ ଖସି ଯିବାକୁ ପ୍ରବର୍ତ୍ତାଇଥିଲେ ସୁରେଶ ନାୟକ। ଅର୍ଥାତ ଉଭୟଙ୍କ ମଧ୍ୟରେ ନେକ୍ସସ ଥିବା ନେଇ ସ୍ପଷ୍ଟ ହୋଇଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଛି। ଏସବୁ ଭିତରେ ବ୍ରହ୍ମପୁର ଜେଲରେ କଟିଛି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ସୁରେଶ ନାୟକଙ୍କ ପ୍ରଥମ ରାତି, ଆଜି ରିମାଣ୍ଡ ଆବେଦନର ଶୁଣାଣି କରିପାରନ୍ତି JMFC-ରୁରାଲ୍।
Lord Jagannath: ପଞ୍ଚୁକର ତୃତୀୟ ଦିନ: ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ

Air India Flight: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀକାଳୀନ ଅବତରଣ

Death Threatening: ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଧମକ: ସୋସିଆଲ୍ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟର ଭାଇରାଲ୍

Odia youth abducted: ବିଦ୍ରୋହୀଙ୍କ କବଳରେ ଓଡିଆ ଯୁବକ: ସୁଦୂର ସୁଦାନରୁ ପୁଅକୁ ଉଦ୍ଧାର କରିବାକୁ ବାପା ମାଆଙ୍କ ନିବେଦନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)