/odishatv-khabar/media/media_files/2026/02/19/no-fitness-2026-02-19-20-09-33.jpg)
NO-FITNESS Photograph: (OTV)
ପିଲାମାନଙ୍କୁ ସ୍କୁଲ ବସରେ ପଠାଉଛନ୍ତି କି ? ସାବଧାନ ! ସ୍କୁଲ ବସର ନାହିଁ ଫିଟନେସ। ବିନା ଫିଟନେସରେ ରାଜ୍ୟରେ ବେଧଡ଼କ ଭାବେ ଗଡୁଛି ସ୍କୁଲ ବସ୍ । କୌଣସି ମୁହୂର୍ତ୍ତରେ ବି ହୋଇ ପାରେ ଦୁର୍ଘଟଣା ! ବିଧାନସଭାରେ ପରିବହନ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୪ ହଜାର ୪୫ଟି ସ୍କୁଲ ବସ୍ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଛି । ଏଥିମଧ୍ୟରୁ ୧୧ ଶହ ୭୧ଟି ବସର ଫିଟନେସ୍ ନାହିଁ।
ସେହିପରି ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ୭୯୬ଟି ବସ୍ ଚାଲୁଛି । ଏଥିମଧ୍ୟରୁ ବିନା ଫିଟନେସରେ ଗଡୁଛି ୧୭ଟି ବସ୍ । ଛାତ୍ରଛାତ୍ରୀଙ୍କ ଏଭଳି ଅସୁରକ୍ଷିତ ଯାତ୍ରାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସରକାର।
ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଏଣେ ଅସୁରକ୍ଷିତ ସ୍କୁଲ ବସ୍ ସମ୍ପର୍କିତ ତଥ୍ୟ ଆସିବା ପରେ ଆକ୍ସନ ମୋଡକୁ ଆସିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ୍ ବସ ଗୁଡ଼ିକର ଫିଟନେସର ଯାଞ୍ଚ କରାଯାଇଛି। ଏହାସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି।
ଅନ୍ୟପଟେ ଛାତ୍ର ଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ଏହି ବସ ଗୁଡିକର ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ। କୁନି କୁନି ପିଲାମାନଙ୍କୁ ସ୍କୁଲକୁ ନେବା ଆଣିବା କରୁଥିବା ବସଗୁଡିକର ନିୟମିତ ବ୍ୟବଧାନରେ ଫିଟନେସ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି। ଅନ୍ୟପକ୍ଷରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଯାହା ନିୟମ କରିବେ ତାହା ମାନିବା ଦରକାର ବୋଲି କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।
ତଥ୍ୟ ଅନୁସାରେ ସଡକ ଦୁର୍ଘଟଣାରେ ରାଜ୍ୟରେ ଦିନକୁ ୧୫ରୁ ୧୬ ଜୀବନ ଯାଉଛି। ମାଳମାଳ ଫିଟନେସ ନଥିବା ଗାଡି ରାସ୍ତାରେ ଗଡୁଥିବା ଯୋଗୁଁ ଦୁର୍ଘଟଣା ଅଧିକ ହେଉଥିବା କୁହାଯାଉଛି।
Dance Bars Defy Timings in Capital: ରାଜଧାନୀରେ ପୁଣି ରାତି ଅଧରେ ଜମୁଛି ଡ୍ୟାନ୍ସ ବାର୍, ନିୟମର ଧଜିଆ ଉଡ଼ିବା ପରେ ଚେଇଁଲା ଅବକାରୀ ବିଭାଗ

Haladiapadar Bridge Row: ବ୍ରହ୍ମପୁର ହଳଦିଆପଦର ତ୍ରୁଟିପୂର୍ଣ୍ଣ ବ୍ରିଜ୍ ପଛରେ କିଏ ? ପୁଣି ତତ୍କାଳୀନ ବିଜେଡି ସରକାରକୁ ନିଶାନା କଲେ ରମେଶ ଜେନା

Big Crackdown: ଦେଢ଼ କୋଟି ଟଙ୍କା ମୂଲ୍ୟର ୬୩ ବସ୍ତା ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)