Advertisment

Dance Bars Defy Timings in Capital: ରାଜଧାନୀରେ ପୁଣି ରାତି ଅଧରେ ଜମୁଛି ଡ୍ୟାନ୍ସ ବାର୍, ନିୟମର ଧଜିଆ ଉଡ଼ିବା ପରେ ଚେଇଁଲା ଅବକାରୀ ବିଭାଗ

ରାଜଧାନୀରେ ଉଡ଼ିଲା ଅବକାରୀ ବିଭାଗ ନିୟମର ଧଜିଆ। ପୁଣି ଥରେ ବାରକୁ ଫେରିଲା ଡ୍ୟାନ୍ସ। ଖାଲି ଫେରିଲାନି,ବାର ଡ୍ୟାନସରଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ବି ଉଡ଼ିଲା। ରାତି ଅଧ ଯାଏଁ ମତୁଆଲା ହେଲେ ଯୁବକ। ଭୁବନେଶ୍ବର ରାଜମହଲରେ ଥିବା ଏକ ବାରରୁ ଏଭଳି ଭିଡିଓ ଭାଇରାଲ୍ ହେବା ପରେ ଏବେ ଆକସନ୍ ମୋଡକୁ ଆସିଛି ପୋଲିସ୍।

author-image
Tapan Swain
DANCE-BAR

DANCE-BAR Photograph: (OTV)

ରାଜଧାନୀରେ ରେଭ୍ ପାର୍ଟି 
ନୋଟ୍ ଉଡୁଛି, ନାଚ ଚାଲିଛି
ଫେରିଲା ପୁରୁଣା ଫିଭର୍
ଉଡ଼ିଲା ଅବକାରୀ ନିୟମର ଧଜିଆ 
ଏପଟେ ଚଢାଉ ବେଳେ ବାରମ୍ବାର ଆକ୍ରମଣରୁ ବର୍ତ୍ତିବାକୁ 
ଅବକାରୀ କର୍ମଚାରୀ ପିନ୍ଧିଲେ ବଡି କ୍ୟାମେରା

Advertisment

ଚିକମିକ୍ ଆଲୁଅ ଭିତରେ ରିମଝିମ ନିଶାରେ ମତୁଆଲା ଯୁବକ। ଫ୍ଲୋରରେ ଖୁଲମଖୁଲା ବାର ଡ୍ୟାନସ୍ ଚାଲିଛି... ସର୍ଟ୍ ଡ୍ରେସ୍ ପିନ୍ଧି ନାଚୁଥିବା ବାରଗାର୍ଲଙ୍କ ଉପରେ ଉଡୁଛି ଲକ୍ଷ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ବରର ରାଜମହଲ ଛକରେ ଥିବା no limit river ବାରରେ ଗତକାଲି ବିଳମ୍ବିତ ରାତିରେ ଚାଲିଥିଲା ରେଭ୍ ପାର୍ଟି। 

ଖବର ପାଇ ରେଡ୍ କଲା ଅବକାରୀ ବିଭାଗର ଟିମ୍। ହେଲେ ଟିମକୁ ଦେଖି ଚତୁରତାର ସହ ଭିତରୁ ବାର୍ ବନ୍ଦ କରି ଦେଇଥିଲେ କର୍ମଚାରୀ। ଆଉ କାଲି ଖାଲି ହାତରେ ଫେରିଲା ପରେ ଭିତରେ ପ୍ରକୃତରେ ଚାଲିଥିଲା କଣ, ସେ ନେଇ ଆଜି ହୋଇଛି ସିସିଟିଭିର ସରଜମିନ୍ ଯାଞ୍ଚ।..

Advertisment

ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ବଡ଼ି କ୍ୟାମେରାର ବ୍ୟବହାର

ଭୁବନେଶ୍ୱରରେ ଏବେ 8 ଟି ବାରକୁ ମ୍ୟୁଜିକ୍ ଓ ଅରକେଷ୍ଟ୍ରା ଲାଇସେନ୍ସ ଦିଆଯାଇଛି। ହେଲେ କୌଣସି ସ୍ଥାନରେ ବାର ଡ୍ୟାନ୍ସ ପାଇଁ ଅନୁମତି ନାହିଁ। କିନ୍ତୁ ମ୍ୟୁଜିକ୍ ଲାଇସେନ୍ସ ପାଇଥିବା କେତେକ ବାର୍ ଏବେ ବିଳମ୍ବିତ ରାତିଯାଏଁ ନିୟମର ଏଭଳି ଧଜିଆ ଉଡ଼ାଇ ଚାଲିଛନ୍ତି। ନୋ ଲିମିଟ୍ ରିଭର ବାର୍ ଘଟଣା ପରେ ସମସ୍ତ ବାରକୁ ଚେକିଂ କରିବାକୁ ଗଠନ ହୋଇଛି ଟିମ୍।

ସେହିପରି ବାରରେ ଅବକାରୀ କର୍ମଚାରୀଙ୍କ ହେଉଥିବା ଆକ୍ରମଣକୁ ରୋକିବା ଏବଂ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ବି ବ୍ୟବସ୍ଥା ହୋଇଛି। ଏଣିକି ବାର୍ ରେଡରେ ସାମିଲ ସବୁ କର୍ମଚାରୀ ବଡି କ୍ୟାମେରା ପିନ୍ଧିବେ।..

ଯେଉଁଥିରେ ଚଢାଉ ସମୟର ସବୁ ଆକ୍ସନ୍ ରେକର୍ଡ ରହିବ। ଗତ ଭାଲେଣ୍ଟାଇନ ଡେ'ରେ ଖାରବେଳ ନଗରର ଏକ ପବରେ ରେଡ ବେଳେ ଅବକାରୀ ଅଧିକାରୀଙ୍କ ଉପରେ କେମିତି ହୋଇଥିଲା ଆକ୍ରମଣା। ଏ ଘଟଣାରେ ସଂପୃକ୍ତ ପବ ମ୍ୟାନେଜରଙ୍କୁ ଗିରଫ କରାଯାଇ ପବକୁ ସିଲ୍ ତ କରାଯାଇଛି। କିନ୍ତୁ ତା ପରଠୁ ଅଧିକ ଆକ୍ସନ୍ ମୋଡକୁ ଆସିଛି ଅବକାରୀ ବିଭାଗ।... 

Dance Bars In Bhubaneswar Dance Bar
Advertisment
Related Articles
Advertisment