Advertisment

Interfaith Love Story: ପ୍ରେମ ପାଇଁ ଧର୍ମ ଛାଡ଼ିଲେ, ‘ଫରିନ୍’ରୁ ପାଲଟିଲେ ‘ପ୍ରିୟାଂଶୀ’

ପ୍ରେମ ପାଇଁ ଧର୍ମ ଛାଡ଼ିଲେ। ‘ଫରିନ୍’ ହୋଇଗଲେ ‘ପ୍ରିୟାଂଶୀ’। ମୁସଲିମ୍ ଯୁବତୀ ହେଲେ ହିନ୍ଦୁ ଘରର ବୋହୂ। ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ବରରେ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ, ଭାଷାର ପ୍ରତିବନ୍ଧକ।

author-image
Madhupriya Mistry
MUSLIM GIRL MARRIAGE

MUSLIM GIRL MARRIAGE Photograph: (OTV)

ପ୍ରେମ ପାଇଁ ଧର୍ମ ଛାଡ଼ିଲେ। ‘ଫରିନ୍’ ହୋଇଗଲେ ‘ପ୍ରିୟାଂଶୀ’। ମୁସଲିମ୍ ଯୁବତୀ ହେଲେ ହିନ୍ଦୁ ଘରର ବୋହୂ। ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ବରରେ।

Advertisment

ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ, ଭାଷାର ପ୍ରତିବନ୍ଧକ। ସେଥିପାଇଁ ତ...କଟକ ଜଗତପୁରର ବଦ୍ରିନାରାୟଣ ଦାସଙ୍କୁ ୧୦ ବର୍ଷ ହେଲା ଭଲ ପାଉଥିଲେ ଫରିନ୍ ବାନୋ। ଉଭୟେ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ସେମାନଙ୍କ ବିବାହକୁ ସ୍ବୀକୃତି ଦେବାକୁ ବଦ୍ରିଙ୍କ ପରିବାର ମନା କରିଦେଲେ। କିନ୍ତୁ ଏଠି ହାରି ନଥିଲା ପ୍ରେମ, ମାନିନଥିଲା ମନ।

ଏକାଠି ହେବେ ଓ ପରସ୍ପର ସହ ଏକାଠି ରହିବାକୁ ସ୍ଥିର କଲେ ବଦ୍ରି ଓ ଫରିନ୍। ଆଉ ଏମାନଙ୍କୁ ସହାୟତା କଲେ ଗୋ’ ରକ୍ଷକ ଦଳ। ଭୁବନେଶ୍ବର ଭୀମେଶ୍ବର ମଙ୍ଗଳା ମନ୍ଦିରରେ ବନ୍ଧୁମାନଙ୍କ ଉପସ୍ଥିତିରେ ଫରିନା ହେଲେ ପ୍ରିୟାଂଶୀ ଓ ବିବାହ ବନ୍ଧନରେ ବାନ୍ଧି ହେଲେ। ଆଉ ଏହି ଘଟଣା ପରେ ବଦ୍ରିଙ୍କ ବାପା ମାଆ ବି ପୁଅ ବୋହୂଙ୍କୁ ଗ୍ରହଣ କରିଛନ୍ତି।

Advertisment
Religious Conversion Bhubaneswar Interfaith Love Story
Advertisment
Related Articles
Advertisment