/odishatv-khabar/media/media_files/2026/02/12/redfort-blast-2026-02-12-12-04-54.jpg)
Redfort Blast Photograph: (OTV)
ଜାତିସଂଘ ସୁରକ୍ଷା ପରିଷଦର ଏକ ନୂତନ ରିପୋର୍ଟରେ ଜୈଶ-ଏ-ମହମ୍ମଦକୁ ଅନେକ ଆକ୍ରମଣ ପାଇଁ ଦାୟୀ କରାଯାଇଛି। ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣରେ ମଧ୍ୟ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା କୁହାଯାଇଛି। ଜାତିସଂଘର ୩୭ତମ ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣରେ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଲିଙ୍କ ସାମ୍ନାକୁ ଆସିଛି। ଏହି ରିପୋର୍ଟ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧକ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଛି। ସୂଚନା ଦେଇ ଜାତିସଂଘର Analytical Support and Sanctions Monitoring Team କହିଛି ଯେ ଲାଲକିଲ୍ଲା ନିକଟରେ ହୋଇଥିବା ଆକ୍ରମଣ ସହିତ ଆତଙ୍କବାଦୀ ସଂଗଠନ ଜୈଶର ଲିଙ୍କ୍ ଜଡିତ।
ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଏକ ସଦସ୍ୟ ରାଷ୍ଟ୍ର କହିଛି ଯେ ଆକ୍ରମଣ ପାଇଁ ଜୈଶ ଦାୟୀ। ଏହି ରିପୋର୍ଟ ସୀମାପାର ଆତଙ୍କବାଦ ବିଷୟରେ ପ୍ରଶ୍ନ ଉଠାଇଛି। ରିପୋର୍ଟ ଅନୁଯାୟୀ, ମାସୁଦ ଆଝାର ଅକ୍ଟୋବର ୮ ତାରିଖରେ ଏକ ପୃଥକ ମହିଳା ଶାଖା ଗଠନ ଘୋଷଣା କରିଥିଲା। ନୂଆ ଶାଖାର ନାମ ଜମାତ-ଉଲ-ମୁମିନାତ ଥିଲା। ଏହି ଶାଖା ଜାତିସଂଘ ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ, କିନ୍ତୁ ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।
ତଥାପି, ଏହି ପ୍ରସଙ୍ଗରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଭିନ୍ନ ଭତ ରହିଛି। ଗୋଟିଏ ଦେଶ ଦାବି କରୁଛି ଯେ ଜୈଶ ଏବେ ମଧ୍ୟ ସକ୍ରିୟ ଅଛି। ଅନ୍ୟ ଏକ ଦେଶ କହିଛି ଯେ ଜୈଶ ଏବେ "ନିଷ୍କ୍ରିୟ"। ପାକିସ୍ତାନ ପୂର୍ବରୁ କହିସାରିଛି ଯେ ପ୍ରତିବନ୍ଧକ ପରେ ଜୈଶ ଏବଂ ଲସ୍କର ଆଉ ସକ୍ରିୟ ନାହିଁ। ରିପୋର୍ଟରେ ପହଲଗାମ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏପ୍ରିଲ ୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।
ଏହି ଆକ୍ରମଣ ଲସ୍କରର ଏକ ଶାଖା ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଦ୍ୱାରା କରାଯାଇଥିଲା। ୨୮ ଜୁଲାଇ ୨୦୨୫ ରେ ତିନି ଜଣ ସନ୍ଦିଗ୍ଧଙ୍କୁ ହତ୍ୟା କରାଯାଇଥିଲା। ମେ ମାସରେ, ଭାରତ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ୧୦ ନଭେମ୍ବର ୨୦୨୫ ରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା।
Bangladesh Election: ବାଂଲାଦେଶରେ ଐତିହାସିକ ନିର୍ବାଚନ; ଜମ୍ମାତ୍-ବିଏନପି କଡା ଟକ୍କର

Bangladesh Election: ବାଂଲାଦେଶ ନିର୍ବାଚନ; ସକ୍ରିୟ ଲସ୍କର... ଜୈସ... ISI, ହାଇ ଆଲର୍ଟରେ ଭାରତ

Serial Temple Robberies: ମନ୍ଦିରରୁ ସିରିଜ୍ ଚୋରି, ଲୁଟିନେଲେ ଅଳଙ୍କାର ଓ ଦାନ ଟଙ୍କା

Pitabas Panda Murder Case: ପୀତବାସଙ୍କ ସିକ୍ରେଟ ଚାମ୍ବରରୁ ମିଳିଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)