/odishatv-khabar/media/media_files/2026/01/17/srimandir-2026-01-17-08-56-37.jpg)
Srimandir Photograph: (OTV)
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ସକାଳ ୧୧ ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଗଜପତି ମହାରାଜା ଅଧ୍ୟକ୍ଷତା କରିବେ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ନୀତି ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ।
ବୈଠକରେ ରତ୍ନଭଣ୍ଡାରରେ ଗଛିତ ଅଳଙ୍କାର ଗଣତିମଣତି ଉପରେ ହେବ ବିସ୍ତୃତ ଆଲୋଚନା। ଗତ ରତ୍ନଭଣ୍ଡାର ହାଇଲେବୁଲ ମିଟିଂରେ ଅଳଙ୍କାର ଗଣତିମଣତି ଚିଠା ପ୍ରସ୍ତାବ ଆଗତ ହୋଇ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇସାରିଛି। ଆଜି ପରିଚାଳନା କମିଟି ବୈଠକରେ ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ।
ସେପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ବିଶେଷ ଆଲୋଚନା କରାଯିବ । ଶ୍ରୀମନ୍ଦିର ଆଇନରେ ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ। ଶ୍ରୀମନ୍ଦିର ଆଇନରେ ଶଂସୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେହି ପ୍ରସ୍ତାବ ଉପରେ କରାଯିବ ବିସ୍ତୃତ ଆଲୋଚନା ।
ଏଥିସହ ଧାଡି ଦର୍ଶନ ବ୍ୟବସ୍ତା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ସହ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ହେବ ଆଲୋଚନା।
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ନେଇେ ହେବ ଆଲୋଚନା
ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ହେବ ବିଚାରବିମର୍ଶ
ବୈଠକରେ ଅଧ୍ୟକ୍ଷତା କରିବେ ଗଜପତି ମହାରାଜା
ସାମିଲ ହେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି
Jagatsinghpur: ମାଆ ଆକଟ କରିବାରୁ ଘର ଛାଡ଼ି ଚାଲିଗଲା ପୁଅ; ମିଳୁନି ପତ୍ତା, କାନ୍ଦୁଛି ମାଆ

Keonjhar Police Raid Cow Mafia House: ଗୋ-ମାଫିଆ ଘରେ ବିଡ଼ା ବିଡ଼ା ନୋଟ୍, ୨ ପ୍ଲାଟୁନ୍ ଫୋର୍ସ ସହ ଚଢାଉ

Daily Horoscope 17th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 17th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)