Advertisment

Deadly Negligence: ଟ୍ବିନସିଟିରେ ଘାତକ ସାଜିଛି ବେଆଇନ ହୋର୍ଡିଂ, ରାଜଧାନୀରେ ନେଇଗଲା ଜୀବନ

ଟ୍ବିନସିଟିରେ ଘାତକ ସାଜିଛି ବେଆଇନ ହୋର୍ଡିଂ। ଭୁବନେଶ୍ବରରେ ୨ ଜଣଙ୍କ ପ୍ରାଣହାନି ପରେ ପଦାରେ ପଡ଼ିଲା ବିଏମସିର ପାରିବାପଣିଆ । ୩ ମାସ ତଳୁ ବେଆଇନ ଘୋଷଣା ହୋଇଥିବା ହୋଡିଂକୁ କାହିଁକି କଢାଯାଇନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ।

author-image
Tapan Swain
HOARDING

HOARDING Photograph: (OTV)

ଅଦିନିଆ ଝଡ଼ ଆସିଲା
ଅକାଳରେ ଜୀବନ ଝଡ଼େଇଦେଲା
ବିଜ୍ଞାପନ ପ୍ରେମରେ ବିଏମସି !
ଜୀବନ ନେଇଗଲା ବେଆଇନ୍ ହୋଡିଂ
ଚାପିହୋଇ ଚାଲିଗଲା ୨ ଜୀବନ

Advertisment

ଲୁହ-କୋହରେ ବତୁରି ଯାଉଛି ରାଜପଥ। ଛାତି ପିଟିପିଟି ବାହୁନି କାନ୍ଦୁଛି ମାଆ, ନିର୍ବାକ୍ ବାପା। କେମିତି ବା ଧୈର୍ଯ୍ୟରହିବ- ଅକାଳରେ ୧୯ ବର୍ଷୀୟ ଭେଣ୍ଡିଆ ପୁଅକୁ ହରାଇ ସମସ୍ତେ ସ୍ତବ୍ଧ। ଗତକାଲି ଅଦିନିଆ ଝଡ଼ ତାଣ୍ଡବରେ ବିରାଟକାୟ ହୋଡିଂ ପଡ଼ି ଦୁଇ ଦୁଇଟି ଜୀବନ ଗଲା ପରେ ଇଏ ଆଜିର ଆକ୍ରୋଶ। ଆଇଗିଣିଆରେ ଏନଏଚ୍ ଅବରୋଧ କରି ନ୍ୟାୟ ଦାବି କରିଥିଲେ ମୃତ ୧୯ ବର୍ଷୀୟ ସଚ୍ଚିଦାନନ୍ଦ ପ୍ରଧାନ ଓ ସୁରେନ୍ଦ୍ର ଗୌଡ଼ଙ୍କ ପରିବାର ଏବଂ ଅଞ୍ଚଳବାସୀ।

ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ ଯୋଗୁ ଠପ୍ ହୋଇଯାଇଥିଲା ଗାଡ଼ି ଚଳାଚଳ। ଘଟଣାସ୍ଥଳରେ ପୋଲିସ୍ ଓ ବିଏମସି ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଶାନ୍ତ ପଡ଼ିଥିଲା ଆନ୍ଦୋଳନ। ଏପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

କ୍ୟାବିନରେ ଆଶ୍ରୟ ନେଇଥିଲେ

ଗତକାଲି ଅପରାହ୍ନ ପ୍ରାୟ ୫ଟା। ହଠାତ୍ ଘୋଟିଆସିଥିଲା କଳାହାଣ୍ଡିଆ ମେଘ। ଅଦିନିଆ ଝଡରୁ ବର୍ତ୍ତିବାକୁ ଆଇଗିଣିଆ ଏନଏଚ୍ କଡ଼ରେ ଥିବା ଏକ କ୍ୟାବିନରେ ଆଶ୍ରୟ ନେଇଥିଲେ ଭୁବନେଶ୍ବରର ୧୯ ବର୍ଷୀୟ ସଚ୍ଚିଦାନନ୍ଦ ଓ ଗଞ୍ଜାମ ଅଞ୍ଚଳର ସୁରେନ୍ଦ୍ର ଗୌଡ଼। ହେଲେ କିଏ ଜାଣିଥିଲା- କ୍ୟାବିନ ପଛପାଖେ ହୋଡ଼ିଂ ରୂପରେ ମୃତ୍ୟୁ ଛିଡ଼ା ହୋଇଥିଲା ବୋଲି। କୁହାଯାଉଛି, ଅଘଟଣ ପାଇଁ ସଂପୃକ୍ତ ବିଜ୍ଞାପନ କମ୍ପାନୀ ଓ ବିଏମସିର ଅବହେଳା ହିଁ ଦାୟୀ । କାରଣ ହୋଡିଂରେ ବ୍ୟାନର ଲଗାଇବାରେ ପାଳନ ହୋଇନଥିଲା ଗାଇଡଲାଇନ୍। 

ବ୍ୟାନରରେ କଣା କରିବା ନିୟମ ଥିଲେ ମଧ୍ୟ ଏହାକୁ ମାନିନଥିଲା ଏଜେନ୍ସି। ସେପଟେ ସଂପୃକ୍ତ ହୋଡିଂକୁ ଗତ ଡିସେମ୍ବରରେ ବେଆଇନ୍ ଘୋଷଣା କରାଯାଇଥିଲା ଏବଂ କାଢିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କହିଛନ୍ତି ବିଏମସି କମିଶନର। 

ଗତକାଲିର ଅଘଟଣ ପରେ ଆଜି ଆକ୍ସନ ମୋଡକୁ ଆସିଛି ବିଏମସି। ରାଜଧାନୀର ବିଭିନ୍ନ ଅଞ୍ଚଳରୁ ବେଆଇନ ହୋଡିଂ କଢାଯାଉଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି- ସଂପୃକ୍ତ ହୋଡିଂକୁ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ କାହିଁକି ପୂର୍ବରୁ ଉଚ୍ଛେଦ କରାଯାଉନଥିଲା ? ୩ ମାସ ଧରି କାହିଁକି ନିଶ୍ଚିନ୍ତରେ ବସିଥିଲା ବିଏମସି ? କୌଣସି ଅଘଟଣକୁ ଅପେକ୍ଷା କରିଥିଲା କି ଭୁବନେଶ୍ବର ମହାନଗର ନିଗମ ? ନା ବିଜ୍ଞାପନ ମୋହରେ ମୋଡ଼ିମକଚି ଦେଇଥିଲେ ନୀତିନିୟମ ?

 କଟକରେ ବି ମରଣ ହୋଇ ଝୁଲୁଛି ମାଳମାଳ ବେଆଇନ ହୋର୍ଡିଂ । କେଉଁଠି ଭଙ୍ଗା ଘରେ ଏକାଧିକ ହୋଡିଂ ଛିଡ଼ା ହୋଇଛି ତ ଆଉ କେଉଁଠି ଗଛଲତା ମାଡ଼ି ଲୁହାଫ୍ରେମ୍ ଭାଙ୍ଗିପଡ଼ିଲାଣି। ତଥାପି ନିଦାବିଷ୍ଣୁ ସାଜିଛି ସିଏମସି । ବେଆଇନ ହୋଡିଂ ଲାଗୁଥିବା ନେଇ ଖୋଦ୍ ମେୟର୍ ସ୍ବୀକାର କରିଥିବାବେଳେ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି ଲୋକେ । 


Death Hoarding
Advertisment
Related Articles
Advertisment