Advertisment

Trump’s Pakistan Claim Fuels Heated Discussion:ଯୁଦ୍ଧ ରୋକି ନଥିଲେ ମରି ଥାଆନ୍ତେ ପାକ୍ ପ୍ରଧାନମନ୍ତ୍ରୀ, ଆମେରିକା ସଂସଦରେ ଟ୍ରମ୍ପଙ୍କ ଦାବିକୁ ନେଇ ଚର୍ଚ୍ଚା

ଭାରତ ସହ ଯୁଦ୍ଧ ରୋକି ନଥିଲେ ମରି ଥାଆନ୍ତେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ସାଢ଼େ ୩ କୋଟି ଲୋକଙ୍କ ଜୀବନ ମୃତ୍ୟୁମୁଖରେ ପଡ଼ି ଥାଆନ୍ତା। ଭାରତର ଅପରେସନ୍ ସିନ୍ଦୂରକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏଭଳି ବଡ଼ ଦାବି କରି ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି।

author-image
Tapan Swain
TRUMP-ON-PAK-PM

TRUMP-ON-PAK-PM Photograph: (OTV)

ଯୁଦ୍ଧ ବନ୍ଦ କରିଦେଲି, ଭୟଙ୍କର ପରିଣାମକୁ ରୋକି ଦେଲି
ସେହି କଥାକୁ ଧୋଇ ଶୁଖେଇ କହି ବୁଲୁଛନ୍ତି ଟ୍ରମ୍ପ
ଭାରତ-ପାକ୍ ଯୁଦ୍ଧକୁ ନେଇ ପୁଣି ଖେଳିଛନ୍ତି ନୂଆ ଟ୍ରମ୍ପ କାର୍ଡ
ମୋ ପାଇଁ ବଞ୍ଚିଗଲା ସାଢ଼େ ୩ କୋଟି ଜୀବନ
ଯୁଦ୍ଧ ରୋକି ନଥିଲେ ପାକ୍ ପିଏମ୍ ମରି ଥାଆନ୍ତେ
ଟ୍ରମ୍ପଙ୍କ ନୂଆ ଖୁଲାସା ପରେ ପାକିସ୍ତାନରେ ଘମାସାନ

Advertisment

ଭାରତ-ପାକିସ୍ତାନ ସମେତ ବିଶ୍ବରେ ୮ଟି ଯୁଦ୍ଧ ବନ୍ଦ କରିଥିବା ନେଇ ବାରମ୍ବାର ଦାବି କରି ଆସୁଥିବା ଟ୍ରମ୍ପ ଏଥର ଚିରାଚରିତ ଅନ୍ଦାଜରେ କିଛି ନୂଆ ଛୁଙ୍କ ଦେଇ ହଟଚମଟ ସୃଷ୍ଟି କରିଛନ୍ତି। ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ କହିଛନ୍ତି, ଭାରତ-ପାକ୍ ବିବାଦରେ ହସ୍ତକ୍ଷେପ କରି ନଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ବଞ୍ଚି ନଥାଆନ୍ତେ।

ଭାରତ ସହ ଯୁଦ୍ଧ ରୋକିବାକୁ ସରିଫ ଗୁହାରି କରିଥିଲେ। ନହେଲେ ଦୁଇ ଦେଶ ଭିତରେ ହୋଇ ଥାଆନ୍ତା ପରମାଣୁ ଯୁଦ୍ଧ। ସାଢ଼େ ୩ କୋଟି ଲୋକଙ୍କ ମୃତ୍ୟୁ ହୋଇଥାଆନ୍ତା। ମୋ ହସ୍ତକ୍ଷେପ ଯୋଗୁଁ ଏହା ଟଳିଥିଲା। ତାଙ୍କ ପାଇଁ ପାକିସ୍ତାନ ଏକ ବଡ଼ ବିପତ୍ତିରୁ ରକ୍ଷା ପାଇଲା ବୋଲି ନିଜେ ଶେହବାଜ ସରିଫ କହିଥିବା ଟ୍ରମ୍ପ କହିଛନ୍ତି। ...

Advertisment

କ୍ରେଡିଟ୍ ନେବାକୁ ବ୍ୟାକୁଳ ଆମେରିକା ରାଷ୍ଟ୍ରପତି

ଭାରତ-ପାକିସ୍ତାନ ଯୁଦ୍ଧକୁ ରୋକିଥିବା ଥରେ କି ଦୁଇ ଥର ନୁହେଁ, ଶହେ ଥର କହି ସାରିଥିବେ ଟ୍ରମ୍ପ। କ୍ରେଡିଟ୍ ନେବାକୁ ବ୍ୟାକୁଳ ଆମେରିକା ରାଷ୍ଟ୍ରପତି ଏକଥା ବି କହିଥିଲେ ଯେ, ୨୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଧମକ ଦେବାରୁ ଉଭୟ ଦେଶ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। ଯାହାକୁ ସେତେବେଳେ ସିଧା ଅସ୍ବୀକାର କରିବା ସହ ଭାରତ କହିଥିଲା, ଯୁଦ୍ଧବିରତି ପାଇଁ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ହୋଇନାହିଁ। 

ଏବେ ଆମେରିକା ସଂସଦରେ ଟ୍ରମ୍ପଙ୍କ ବୟାନ ବିଶ୍ୱ କୂଟନୀତିରେ ନୂଆ ବିତର୍କ ସୃଷ୍ଟି କରିଛି। ସେ ଏମିତି ବାରମ୍ବାର କହିବା ପଛର ଅସଲ ଉଦ୍ଦେଶ୍ୟ କଣ ? କାହିଁକି ଏମିତି ଚାଲ୍ ଖେଳୁଛନ୍ତି ଟ୍ରମ୍ପ ? କେବଳ ଡିପ୍ଲୋମାଟିକ୍ ମାଷ୍ଟରଷ୍ଟ୍ରୋକ୍ ନୁହେଁ ତ ? ନା ନିଜକୁ ବିଶ୍ବ ଶାନ୍ତିର ଦୂତ ଭାବରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି ? 

ଗତବର୍ଷ ମେ’ ମାସରେ ପହଲଗାମ୍ ଆତଙ୍କୀ ହମଲା ଜବାବରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର। ମିସାଇଲ୍ ମାଡ଼ରେ ଧୂଳିସାତ ହୋଇଥିଲା ପାକିସ୍ତାନର ଆତଙ୍କୀ ଆଡ୍ଡା। ପାକିସ୍ତାନର ଏୟାରବେସ୍, ରାଡାର ସିଷ୍ଟମ, କମାଣ୍ଡ-ଏଣ୍ଡ-କଣ୍ଟ୍ରୋଲ ସେଣ୍ଟର, ଗୋଳାବାରୁଦ ଡିପୋ ଛିନଛତ୍ର ହୋଇଥିଲା। ଭାରତୀୟ ସେନାର ସାମରିକ ଆକ୍ସନରେ ତ୍ରାହି ତ୍ରାହି ଡାକି ଛାଡ଼ିବା ସହ ଛାନିଆ ହୋଇ ଆମେରିକା ଶରଣ ପଶିଥିଲା

ପାକିସ୍ତାନ। ଟ୍ରମ୍ପ ନିଜ ଅଭିଭାଷଣରେ ଆହୁରି କହିଛନ୍ତି ଯେ, ଏବେ ରୁଷ-ୟୁକ୍ରେନ୍ ଭିତରେ ନବମ ଯୁଦ୍ଧ ରୋକିବାକୁ ଉଦ୍ୟମ କରୁଛନ୍ତି। ଏତେଗୁଡ଼ିଏ ଯୁଦ୍ଧ ବନ୍ଦ କରିବା ଓ ଅଗଣିତ ଜୀବନ ବଞ୍ଚାଇବା ପରେ ମଧ୍ୟ ମୋତେ କେବେ ବି ନୋବେଲ ଶାନ୍ତି ପୁରସ୍କାର ମିଳିବ ନାହିଁ। ସେମାନେ ଅନ୍ୟ କାହାକୁ ଦେବେ, କିନ୍ତୁ ମୋତେ ଦେବେ ନାହିଁ ବୋଲି କହି ଚର୍ଚ୍ଚାକୁ ବଢ଼ାଇଛନ୍ତି ଟ୍ରମ୍ପ। ... 




US Congress Operation Sindoor Donald Trump
Advertisment
Related Articles
Advertisment