Advertisment

'ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ମୋତେ ରକ୍ଷା କର'

ନାୟାଗଡ଼: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ SIT। ଆସନ୍ତାକାଲି ଠାରୁ ୨୪ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ଦେଇଛନ୍ତି। ୪ ଦିନ ରିମାଣ୍ଡ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଥିଲା SIT। ଅପରପଟେ ଗିରଫ ଅଭିଯୁକ୍ତକୁ ସାବାଳକ ଦର୍ଶାଇଲା SIT। କୋର୍ଟ ହାଜର ପରେ ଅଭିଯୁକ୍ତକୁ ନୟାଗଡ଼ ସବଜେଲ୍ ନିଆଯାଇଛି। ଆଜି ରାତିରେ ଜେଲ୍‌ରେ ରହିବ, କାଲିଠୁ ରିମାଣ୍ଡରେ ଯିବ। ତେବେ କୋର୍ଟ […]

author-image
Chandan Shishu
'ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ମୋତେ ରକ୍ଷା କର'

Arrest

ନାୟାଗଡ଼: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ SIT। ଆସନ୍ତାକାଲି ଠାରୁ ୨୪ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ଦେଇଛନ୍ତି। ୪ ଦିନ ରିମାଣ୍ଡ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଥିଲା SIT। ଅପରପଟେ ଗିରଫ ଅଭିଯୁକ୍ତକୁ ସାବାଳକ ଦର୍ଶାଇଲା SIT। କୋର୍ଟ ହାଜର ପରେ ଅଭିଯୁକ୍ତକୁ ନୟାଗଡ଼ ସବଜେଲ୍ ନିଆଯାଇଛି। ଆଜି ରାତିରେ ଜେଲ୍‌ରେ ରହିବ, କାଲିଠୁ ରିମାଣ୍ଡରେ ଯିବ। ତେବେ କୋର୍ଟ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିଯୁକ୍ତର ଆକୁଳ ନିବେଦନ କରି କହିଛି ଯେ ମୁଁ କିଛି କରିନି, ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ। ମୋ ପାଇଁ କିଛି କରନ୍ତୁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିଯୁକ୍ତ ଜଣକ ନିବେଦନ କରିଛି।

Advertisment

ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ପରୀ ହତ୍ୟା ତଦନ୍ତରେ କମ୍ପୁଛି ଯଦୁପୁର। ଅଭିଯୁକ୍ତକୁ ଗାଡ଼ିରେ ବସାଇ ଏ ଜାଗାରୁ ସେ ଜାଗାକୁ ନେଉଛି ପୋଲିସ। ତଦନ୍ତର ପ୍ରକ୍ରିୟାକୁ ଦେଖି ସାଧାରଣ ଜନତା କେବଳ ଆଖି ତରାଟି ଚାହିଁ ରହିଛନ୍ତି। ଗତକାଲି ଗିରଫ ହୋଇଥିବା ଅଭିଯୁକ୍ତ ସହ ଆଜି ଯଦୁପୁର ଗାଁକୁ ଯାଇଥିଲା ଏସଆଇଟି। ତାପୂର୍ବରୁ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଯଦୁପୁରରେ ଯୋଜନା ଥିଲା ଯେଉଁ ଜଳାଶୟରୁ ପରୀର ଅଂଶ ବିଶେଷ ମିଳିଥିଲା, ସେଠାରେ ପାଣିକୁ ଶୁଖାଇବା ସହ ସଂପୃକ୍ତ ଅଭିଯୁକ୍ତ କେମିତି ଅପରାଧ ଭିଆଇଲା, ତାହାର ଡେମୋ କରିଥାନ୍ତା। ପାଣି କାଢ଼ିବା ପାଇଁ ଦମକଳ ବି ପହଞ୍ଚିଥିଲା, ପୋଲିସ ଫୋର୍ସ ବି ମହଜୁଦ ଥିଲା। କିନ୍ତୁ ହୋଇପାରିଲାନି ଡେମୋ। ତେବେ କାହିଁକି, କାହା ପାଖରେ କୌଣସି ସୂଚନା ନାହିଁ। ଏସବୁ ଭିତରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସ୍ପଷ୍ଟ କରିଛନ୍ତି ଯେ, ଗିରଫ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ଯୌନ ନିର୍ଯାତନାରୁ ହିଁ ହତ୍ୟା ଘଟିଛି ଏବଂ ସଂପୃକ୍ତ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ। ଏହି ମାମଲାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ତଦନ୍ତ କରାଯିବ। ରିମାଣ୍ଡରେ ନେଇ ସବୁ ଖୋଳତାଡ଼ କରାଯିବ ବୋଲି କହିଛନ୍ତି ବୋଥ୍ରା।

Advertisment

ଆହୁରି ମଧ୍ୟ ପଢନ୍ତୁ :

ପରୀ ଘଟଣାରେ ଗିରଫ ବ୍ୟକ୍ତିଙ୍କୁ ଆଜି ପକ୍ସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

Pari Murder Case Odisha
Advertisment
Advertisment