Advertisment

Husband Accused of Selling Wife : ନିଜ ସ୍ତ୍ରୀକୁ ବିକ୍ରି କରିଦେଲା ସୈତାନ ସ୍ୱାମୀ

ବଲାଙ୍ଗୀରରୁ ଦୁବାଇ ମହିଳା ଚାଲାଣ। ନିଜ ସ୍ତ୍ରୀକୁ ବିକ୍ରି କରିଦେଲା ସ୍ୱାମୀ। ଦୁବାଇରେ ଫସିଛନ୍ତି ଟିଟିଲାଗଡ଼ର ହସ୍ତା ବିଶି। ଦୁବାଇରୁ ହସ୍ତା ବିଶିଙ୍କ ଭିଡିଓ ମେସେଜ।

author-image
Satyajeet Sahoo
sale

ବଲାଙ୍ଗିରରୁ ଦୁବାଇ ମହିଳା ଚାଲାଣ। ନିଜ ସ୍ତ୍ରୀକୁ ସୈତାନ ସ୍ୱାମୀ ବିକ୍ରି କରିଥିବା ଅଭିଯୋଗ।  ଉଦ୍ଧାର ପାଇଁ ଦୁବାଇରୁ ଭିଡିଓ ମେସେଜ ମାଧ୍ୟମରେ ସରକାରଙ୍କୁ ଗୁହାରି କଲେ ସ୍ତ୍ରୀ ।

Advertisment

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ବୁରାବନ୍ଦ ଗାଁରୁ ଆସିଛି ଏଭଳି ଖବର। ଗାଁର ପ୍ରେମା ମହାନନ୍ଦ ସ୍ତ୍ରୀଙ୍କୁ ସାତ ବର୍ଷ ତଳେ ମୁମ୍ବାଇର ଏକ ପରିବାର ପାଖରେ ବିକ୍ରି କରିଦେଇଥିଲା । ପରେ ସେହି ପରିବାର ତାଙ୍କୁ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଦୁବାଇରୁ ଉଦ୍ଧାର କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଝିଅକୁ ଉଦ୍ଧାର କରିବା ପାଇଁ ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳାଙ୍କ ବାପା, ମାଆ।  ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Odisha Balangir
Advertisment
Related Articles
Advertisment