/odishatv-khabar/media/media_files/2026/01/25/naveen-patnaik-2026-01-25-20-45-58.jpg)
NAVEEN PATNAIK Photograph: (OTV)
ନିଜ ନିର୍ବାଚନମଣ୍ଡଳୀର ଜସାଧାରଣଙ୍କ ପାଇଁ ଅପହଞ୍ଚ ହୋଇଯାଇଛନ୍ତି କି ନବୀନ ପଟ୍ଟନାୟକ ? କାରଣ ନା ଗ୍ରାଉଣ୍ଡ ଜିରୋରେ ହିଞ୍ଜିଳିବାସୀଙ୍କୁ ଯାଇ ଭେଟୁଛନ୍ତି ନା ଭୁବନେଶ୍ବର ଆସି ତାଙ୍କୁ ସାକ୍ଷାତ କରିପାରୁଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀ ବାସିନ୍ଦା। ଜନତା ନିରାଶ, ତାଙ୍କୁ ଭୋଟ୍ ଦେଇ କ୍ରମାଗତ ଜିତାଇ ଆସୁଥିବା ଭୋଟର ବି ହତାଶ। ୨୦୨୪ ନିର୍ବାଚନରେ ଜିତିବା ପରଠୁ ନିଜ ନିର୍ବାଚନମଣ୍ଡଳୀକୁ ଆଉ ଯାଉନାହାଁନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ।
କେବଳ ୨୦୨୪ ଡିସେମ୍ବରରେ ଯାହା ଥରୁଟିଏ ଯାଇଥିଲେ ଅଦିନିଆ ବର୍ଷା ସମୟରେ। ତା’ପରଠୁ ଆଉ ଦେଖାଦର୍ଶନ ନଥିବା ଅଭିଯୋଗ ଆଣିଛନ୍ତି ହିଞ୍ଜିଳି ସାଧାରଣ ଜନତା। ନିର୍ବାଚନମଣ୍ଡଳୀଠୁ ପାଖାପାଖି ୨ଶହ କିଲୋମିଟର ଦୂର ଭୁବନେଶ୍ବରକୁ ଆସିଲେ ନବୀନଙ୍କ ସହ ସାକ୍ଷାତ ଭାଗ୍ୟର କଥା ନଚେତ ଦିବା ସ୍ବପ୍ନବୋଲି କହିଛନ୍ତି ଲୋକେ।
ଗତ ୨୬ ବର୍ଷ ଧରି ଛଅ ଛଅ ଥର ଭୋଟ୍ ଦେଇ ନବୀନ ପଟ୍ଟନାୟକଙ୍କୁ ନିଜର ନେତା ବାଛିଛନ୍ତି ଏକଦା ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମ ହିଞ୍ଜିଳି ବାସିନ୍ଦା। ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ବି ବନାଇଛନ୍ତି ସେମାନେ। ହେଲେ ହିଞ୍ଜିଳି ଜନତାଙ୍କ ଭାଗ୍ୟ ବିଧାତା ସାଜିଥିବା ନବୀନ କାହିଁକି ଯାଉନାହାଁନ୍ତି ଗ୍ରାଉଣ୍ଡ ଜିରୋକୁ ?
ନବୀନଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଲେ
କେବଳ ଗ୍ରାଉଣ୍ଡ ଜିରୋକୁ ନୁହେଁ, ମୁଖ୍ୟ ବିରୋଧୀ ଦଳ ନେତା ହୋଇ ମଧ୍ୟ ବିଧାନସଭା ଅଧିବେଶନରେ କେବେ ହିଞ୍ଜିଳି ସମସ୍ୟା ନେଇ ପ୍ରଶ୍ନ ପଚାରିନାହାଁନ୍ତି କିମ୍ବା ଜିଲ୍ଲା ସଂପର୍କିତ କୌଣସି ପ୍ରସଙ୍ଗ ଉଠାଇନଥିବା ଅଭିଯୋଗ ହୋଇଛି। ତେଣୁ ହିଞ୍ଜିଳିବାସୀଙ୍କ ସହ ଏହା ନବୀନଙ୍କ ବେଇମାନୀ ବୋଲି ବିଜେପି ଅଭିଯୋଗ କରିବା ସହ ହିଞ୍ଜିଳି ଆଉ ବିଜେଡିର ନୁହେଁ, ବରଂ ବିଜେପିର ଗଡ଼ ବୋଲି କହିଛି। ଏନେଇ ନବୀନଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ବିଜେଡି କହିଛି, ନବୀନ ହିଞ୍ଜିଳିର ବିକାଶ କରୁଛନ୍ତି। ଲୋକଙ୍କ ସମସ୍ୟା ଶୁଣୁଛନ୍ତି।
ଗୋଟିଏ ପଟେ ନବୀନଙ୍କୁ ନେଇ ହିଞ୍ଜିଳିରେ ସାଧାରଣ ଭୋଟରଙ୍କ ଅସନ୍ତୋଷ, ଆରପଟେ ଭୁଶୁଡୁଛି ବିଜେଡି ଗଡ଼। କାରଣ ଗତ ଅଗଷ୍ଟରେ ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଥିଲେ ୭ ସରପଞ୍ଚ, ୨ ସମିତି ସଭ୍ୟଙ୍କ ସହ ଶତାଧିକ ସ୍ଥାନୀୟ ଜନପ୍ରତିନିଧି।
ଏବେ ଆସନ୍ତା ୧୦ରେ ହିଞ୍ଜିଳିରେ ହେବାକୁ ଯାଉଛି ବିଜେପିର ଏକ ବିରାଟ ମିଶ୍ରଣ ପର୍ବ। ତେଣୁ ରାଜନୈତିକ ସମୀକ୍ଷକଙ୍କ ମତ, ଆଗାମୀ ପଞ୍ଚାୟତ ନିର୍ବାଚନବେଳେ ନିଜ ନିର୍ବାଚନ ମଣ୍ଡଳୀର ବ୍ଳକ କିମ୍ବା ପଞ୍ଚାୟତକୁ ହାତେଇବା ନବୀନ ପଟ୍ଟନାୟକଙ୍କ ପାଇଁ ଭାରି ପଡ଼ିବା ସହ କଷ୍ଟକର ହୋଇପାରେ।
Clarity on Panchayat Elections: ଦୂର ହେଲା ପଞ୍ଚାୟତ ନିର୍ବାଚନ ଦ୍ବନ୍ଦ୍ବ, ୨୦୨୭ ଫେବ୍ରୁଆରୀରେ ହିଁ ହେବ ପଞ୍ଚାୟତ ଭୋଟ୍

Teacher Turned Melody King: ଅଧ୍ୟାପକରୁ ସଂଗୀତ ବାଦଶାହ, ୭ଶହରୁ ଅଧିକ ଗୀତକୁ ହିଟ୍ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର

Melody King Abhijit Majumdar Dies: ଆରପାରିରେ ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାର୍; ଝୁରିହେଉଛନ୍ତି ପ୍ରଶଂସକ, ହତବାକ୍ ଓଲିଉଡ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)