/odishatv-khabar/media/media_files/2026/01/25/panchyat-election-2026-01-25-20-29-21.jpg)
PANCHYAT-ELECTION Photograph: (OTV)
ଆଗୁଆ ନୁହଁ କଣ୍ଟ ପୁରିଲେ ହିଁ ହେବ ପଞ୍ଚାୟତ ନିର୍ବାଚନ । ନିର୍ଦ୍ଧାରିତ ସମୟ ଅର୍ଥାତ୍ ୨୦୨୭ ଫେବୃଆରୀକୁ ପାଞ୍ଚବର୍ଷ ପୂରଣ ପରେ ଠିକଣା ସମୟରେ ହେବ ଗ୍ରାମାଞ୍ଚଳ ଭୋଟ୍ ।
ଆଜି ରାଜ୍ୟ ନିର୍ବାଚନ କମିଶନର ରଖିଛନ୍ତି ଏଭଳି ବଡ ବୟାନ୍। କହିଛନ୍ତି-ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଗତ ୧୦ ଦିନ ଭିତରେ ଜିଲ୍ଲାପାଳମାନଙ୍କ ସହ ବୈଠକ ବି ସରିଛି।
ବୁଥ୍ ଏବଂ ବାଲଟ ବକ୍ସ ସହ ଯାହା ଆବଶ୍ୟକ ସେସବୁର ଯୋଗାଡ଼ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯେହେତୁ ନିର୍ବାଚନ ପାଇଁ ହାତରେ ଅଳ୍ପ ସମୟ ବାକି- ସେଥି ପାଇଁ ଆଉ କୌଣସି ସ୍ଥାନରେ ପଞ୍ଚାୟତ ଉପ-ନିର୍ବାଚନ ହେବ ନାହିଁ। ତେଣୁ ଏଭଳି ସ୍ପଷ୍ଟ ସୂଚନା ପରେ ଆଗୁଆ ପଞ୍ଚାୟତ ନିର୍ବାଚନ ହେବା ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ସେଥିରେ ବି ପଡ଼ିଛି ପୂର୍ଣ୍ଣଚ୍ଛେଦ।...
ମନମୋହନଙ୍କ ମନ୍ତବ୍ୟ ପରଠୁ ତେଜିଛି ରାଜନୀତି
ତେବେ ଏଠି ପ୍ରଶ୍ନ- କାହିଁକି ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ ଚାଲିଲା କଳ୍ପନାଜଳ୍ପନା ? ଯେହେତୁ ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଜନଗଣନା ପାଇଁ ୨ରୁ ୩ ମାସ ଆଗରୁ ପଞ୍ଚାୟତ ନିର୍ବାଚନ ହେବା ବୋଲି ସୂଚନା ଦେଇଥିଲେ ଓ ଦଳର ପଞ୍ଚାୟତ ପ୍ରତିନିଧୀମାନଙ୍କୁ ବି ସତର୍କ ରହି କାମ କରିବାକୁ ପରାମର୍ଶ ଦେଇଥିଲେ।
ସେଥିପାଇଁ ବଢ଼ିଥିଲା ଚର୍ଚ୍ଚା। ଖାଲି ସେତିକି ନୁହେଁ ୬ ମାସ ଭିତରେ ନିଜ ପଞ୍ଚାୟତର ଅଧୁରା କାମ ସାରିବାକୁ ବି ଦଳୀୟ ସମର୍ଥିତ ପ୍ରତିନିଧି ମାନଙ୍କୁ କହିଥିଲେ ମନମୋହନ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।
ବିଧାୟକ ବାବୁ ସିଂ କହିଛନ୍ତି- ବିଜେପି ବିଧାନସଭା ଦଖଲ କରିବା ପରେ ଆଗକୁ ସବୁଠି ପଞ୍ଚାୟତ ଓ ୱାର୍ଡ ଦଖଲ କରିବ। ଯାହାକୁ ବିରୋଧୀ ବିଜେଡି ଓ କଂଗ୍ରେସ ନିଶାନା କରିଛନ୍ତି। ବିଜେଡି କହିଛି-ସାମ୍ବିଧାନିକ କଥାକୁ ସରକାର କିମ୍ବା ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିବା କଥା, ହେଲେ ବିଜେପି ତାକୁ ପାର୍ଟି ଅଫିସରେ ଘୋଷଣା କରିବା ଠିକ ନୁହେଁ। ତେଣେ କଂଗ୍ରେସ କହିଛି ବାବୁ ସିଂ ସହରରେ ରହି ପଞ୍ଚାୟତ ନିର୍ବାଚନ ପାଇଁ ବାହାସ୍ପୋଟ ମାରିବା ଠିକ୍ ନୁହେଁ।...
ଯଦି ଠିକଣା ସମୟରେ ପଞ୍ଚାୟତ ନିର୍ବାଚନ ହୁଏ ତାହାଲେ କାହାକୁ ମିଳିବ ଅଧିକ ଫାଇଦା ? ଶାସକ ନା ବିରୋଧୀ ? ନିର୍ବାଚନକୁ ଆହୁରି ବର୍ଷେ ଥିବା ବେଳେ ତାକୁ ନେଇ ଚାଲିଲାଣି ହଟ ଚମଟ।...
Teacher Turned Melody King: ଅଧ୍ୟାପକରୁ ସଂଗୀତ ବାଦଶାହ, ୭ଶହରୁ ଅଧିକ ଗୀତକୁ ହିଟ୍ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର

Melody King Abhijit Majumdar Dies: ଆରପାରିରେ ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାର୍; ଝୁରିହେଉଛନ୍ତି ପ୍ରଶଂସକ, ହତବାକ୍ ଓଲିଉଡ୍

Spirituality Meets Modern Beats: ଆଧ୍ୟାତ୍ମିକ ଭାବନାର ନୂଆ ମାଧ୍ୟମ 'ଭଜନ କ୍ଲବିଂ' , 'ମନ କି ବାତ'ରେ କହିଲେ ପ୍ରଧାନମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)