Advertisment

Teacher Turned Melody King: ଅଧ୍ୟାପକରୁ ସଂଗୀତ ବାଦଶାହ, ୭ଶହରୁ ଅଧିକ ଗୀତକୁ ହିଟ୍ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର

ତାଙ୍କ ମିଠା ମିଠା ଗୀତର ଫର୍ଦ୍ଦ ଲେଉଟାଇବା ବି ଆମ ପାଇଁ ମୁସ୍କିଲ। କାରଣ ୭ ଶହରୁ ଅଧିକ ଗୀତ ଭେଟି ଦେଇ ସତେ ଯେମିତି ସେ ଓଡ଼ିଆ ସଂଗୀତ ଜଗତ ପାଇଁ ଛାଡ଼ି ଯାଇଛନ୍ତି ଅଭୁଲା ସ୍ବରର ଅବିନାଶି ଫୁଆରା...

author-image
Tapan Swain
ABHIJIT MAJUMDAR

ABHIJIT MAJUMDAR Photograph: (OTV)

ଅଧ୍ୟାପକରୁ ସଂଗୀତ ବାଦଶାହ। ୩୦ ବର୍ଷର ଲମ୍ବା ମ୍ୟୁଜିକ୍ କ୍ୟାରିୟରରେ ୭ଶହରୁ ଅଧିକ ଗୀତକୁ ହିଟ୍ ସ୍ବର ଓ ସଂଗୀତ ଦେଇ ଫ୍ୟାନଙ୍କୁ ଉପହାର ଦେଇଛନ୍ତି ଅଭିଜିତ୍ ମଜୁମଦାର। ତରଙ୍ଗ ସିନେ ପ୍ରଡକ୍ସନ ପାଇଁ ବି ସେ ଥିଲେ ବରଦାନ। ଦେଖିବା ଓଡ଼ିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିର 'ଦାଦା'ଙ୍କ ଯାତ୍ରା।...

Advertisment

ଅଭିଜିତ୍ ଦା । କେବଳ ନାମ ହିଁ କାଫି। ଯାହାଙ୍କ କଣ୍ଠସ୍ବର ଶୁଣି ଫ୍ୟାନ୍ ମତୁଆଲା ହୁଏ, ଯାହାଙ୍କ ସଂଗୀତର ଯାଦୁରେ ଯୁବପୀଢ଼ିଙ୍କ ପାଦ ଅମାନିଆ ହୋଇଯାଏ...
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା...।

ଏଇ ଗୀତ ସାରା ଓଡ଼ିଶାରେ ଆଜି ବି ଭାରି ହିଟ୍, ହେଲେ ସେ ପପୁଲାର ଗୀତର ସ୍ରଷ୍ଟା ଯେ କୋଟି କୋଟି ପ୍ରଂଶସକଙ୍କ ଦିଲକୁ ଧୋକା ଦେଇ ଆରପାରିରେ, ଶୁଣି ଅବିଶ୍ବାସ ଲାଗୁଛି... 
ଭକ୍ତି ସଙ୍ଗୀତ ହେଉ ଅବା ସମ୍ବଲପୁରୀ, ଓଲିଉଡ ସଙ୍ଗ୍ କି ଆଲବମ୍- ସବୁଥିରେ ମାହିର ଓଡି଼ଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଅତିପ୍ରିୟ 'ଦାଦା' ଅଭିଜିତ୍ ମଜୁମଦାର।

Advertisment

ତାଙ୍କ ମିଠା ମିଠା ଗୀତର ଫର୍ଦ୍ଦ ଲେଉଟାଇବା ବି ଆମ ପାଇଁ ମୁସ୍କିଲ। କାରଣ ୭ ଶହରୁ ଅଧିକ ଗୀତ ଭେଟି ଦେଇ ସତେ ଯେମିତି ସେ ଓଡ଼ିଆ ସଂଗୀତ ଜଗତ ପାଇଁ ଛାଡ଼ି ଯାଇଛନ୍ତି ଅଭୁଲା ସ୍ବରର ଅବିନାଶି ଫୁଆରା...

୧୯୭୧ ମସିହାରେ ସମ୍ବଲପୁରରେ ଜନ୍ମିତ ଅଭିଜିତ୍ ମଜୁମଦାରଙ୍କ ଜୀବନ ସଂଗୀତ ଦୁନିଆ ପାଇଁ ଥିଲା ଉତ୍ସର୍ଗୀକୃତ। ୧୯୯୧ରେ 'ଦସ୍କି ଗଲା' ସହ ସଙ୍ଗୀତ ଜଗତରେ ପାଦ ଥାପିଥିଲେ ଦାଦା, ହେଲେ ପରେ ଜଣେ ଅଧ୍ୟାପକ ଭାବେ ଚାକିରି ଆରମ୍ଭ କରି ୧୯୯୬ରେ ତାକୁ ଛାଡ଼ି କଟକକୁ ବାଛିଥିଲେ କର୍ମଭୂମୀ ଭାବେ, ୨ ହଜାର ମସିହାରେ କାଶିଆ କପିଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଲିଉଡରେ ଡେବ୍ୟୁ କରିଥିଲେ ଦାଦା। ତା ପରେ ଆରମ୍ଭ ହୋଇଥିଲା ତାଙ୍କ ହିଟ୍ ଗୀତର ଧାରା...ଓଡ଼ିଆ ସିନେମା ଓ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ଦୀର୍ଘ ୩୦ ବର୍ଷ ଧରି ଚଳାଇଥିଲେ ରାଜ୍।

ପପୁଲାର ଗୀତର ସ୍ରଷ୍ଟା ଅଭିଜିତ୍

ତରଙ୍ଗ ବ୍ୟାନର ପାଇଁ ସତେ ଯେମିତି ଅଭିଜିତ୍ ମଜୁମଦାର ଥିଲେ ଜଣେ ବରଦାନ। ତରଙ୍ଗ ପ୍ରଡକ୍ସନର ଇସ୍କ ତୁ ହି ତୁ, ଲଭ୍ ଷ୍ଟେସନ୍, ଲଭ୍ ପାଇଁ କୁଛ ଭି କରେଗା, ହିରୋ ନମ୍ବର ୱାନ୍, ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲମାନ୍ ଖାନ୍, ଶ୍ରୀମାନ ସୁରଦାସ, ଚାଲ ଟିକେ ଦୁଷ୍ଟ ହେବା, ଗୋଲ୍ ମାଲ୍ ଲଭ୍ ଓ ମିଷ୍ଟର ମଜନୁ ଆଦି ଚଳଚିତ୍ରରେ କଣ୍ଠଦାନ ସାଙ୍ଗକୁ ସଂଗୀତ ନିର୍ଦ୍ଦେଶନା ଦେଇ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ପରିଚୟ। ସବ୍ୟସାଚୀଙ୍କ ଅଭିନୀତି ଅନନ୍ତା ଫିଲ୍ମ ଥିଲା ତାଙ୍କର ଶେଷ ସିନେମା...

ତେବେ ତରଙ୍ଗ ଟିଭିରେ ମେଲୋଡି ନାଇଟସ୍ ଉଇଥ୍ ଅଭିଜିତ୍ ମଜୁମଦାର ବେଶ୍ ଲୋକପ୍ରିୟ। ସେମିତି ଲକ୍ ଡାଉନ୍ ଅନ୍ତାକ୍ଷରୀ ହେଉ କି ବ୍ୟାଣ୍ଡ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର। ଏସବୁ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥାପନା ଥିଲା ଅତି ଚମତ୍କାର। ଦର୍ଶକ ତ ଏ ସୋକୁ ଯେମିତି ଚାତକ ପରି ଚାହିଁ ରହୁଥିଲେ।...

 କଞ୍ଚା ହଳଦୀ...ଗୀତ...ଷ୍ଟେଜ୍ ସୋ ହେଉ କି ମେଲୋଡ଼ି ପ୍ରୋଗ୍ରାମ୍, ଦାଦା ଥିଲେ ସବୁଠି ହାଉସଫୁଲ୍...ଫ୍ୟାନ୍ ଓ ଅର୍ଗାନାଇଜରଙ୍କର ବି ହୋଇଯାଉଥିଲା ପୈସା ଅସୁଲ୍...ଅନେକ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ ତ କାହା ପାଇଁ ଗଡଫାଦର। ହେଲେ ଓଡ଼ିଆ ସଂଗୀତ ଜଗତର ଏ ଦୀପ୍ତିମାନ ସୂର୍ଯ୍ୟଙ୍କର ଅବେଳରେ ଅସ୍ତ ଯେମିତି ଅଗଣିତ ପ୍ରଶଂସକଙ୍କୁ ଦେଇଛି ଶବ୍ଦ ଶୂନ୍ୟ ଶକ୍ତ ଧକ୍କା...




abhijit majumdar music director Abhijeet Majumdar
Advertisment
Related Articles
Advertisment