Advertisment

Nuapada Bypoll: ନୂଆପଡା ଉପନିର୍ବାଚନ: ଆଜି ପ୍ରଚାରର ଶେଷଦିନ

ନୂଆପଡା ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଭୋଟକୁ ମଝିରେ ଆଉ ଦିନଟିଏ, କଂପୁଛି ମୈଦାନ। ଅନ୍ତିମ ପର୍ଯ୍ୟାୟ କ୍ୟାମ୍ପେନରେ କମ୍ପିବ ନୂଆପଡ଼ା। ଗଡ଼ ଜିତିବାକୁ ଜି ଜାନ୍ ଲଗେଇ ଦେଇଛନ୍ତି ୩ ଦଳ।

author-image
Chinmayee Sahoo
NUAPADA

NUAPADA Photograph: (OTV)

ନୂଆପଡା ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଭୋଟକୁ ମଝିରେ ଆଉ ଦିନଟିଏ । ତେଣୁ ଅନ୍ତିମ ପର୍ଯ୍ୟାୟ କ୍ୟାମ୍ପେନରେ କମ୍ପୁଛି ପ୍ରଚାର ମୈଦାନ। ନୂଆପଡ଼ା ଗଡ଼ ଜିତିବାକୁ ଜି ଜାନ୍ ଲଗେଇ ଦେଇଛନ୍ତି ୩ ଦଳ । ଗତକାଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡ଼ାରୁ ଖରିଆର ଯାଏଁ ବିଶାଳ ରୋଡ୍ ଶୋ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 
ଆଜି ପ୍ରଚାରର ଶେଷ ଦିନ ଥିବାରୁ କଂଗ୍ରେସ ଓ ବିଜେଡି ବି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଆଜି କଂଗ୍ରେସର ସାଧାରଣ ସଂପାଦକ ସଚିନ୍ ପାଇଲଟ୍ ମୈଦାନକୁ ଓହ୍ଲାଉଥିବା କୁହାଯାଉଛି। ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନାରେ ରାଲି କରିବା ସହ ଘର ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି।
ଗତକାଲି ନୂଆପଡ଼ାରେ ପ୍ରଚାର ସାରି ମୁଖ୍ୟମନ୍ତ୍ରୀ ପ୍ରଚାର ସାରି ଛତିଶଗଡ଼ର ରାୟପୁର ଗସ୍ତ କରିଛନ୍ତି । ସେଠାରେ ରାତ୍ରିଯାପନ କରି ଆଜି ଭୁବନେଶ୍ବର ଫେରିବେ ବୋଲି ଜଣାପଡ଼ିଛି ।
•    ନୂଆପଡା ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର
•    ଭୋଟକୁ ମଝିରେ ଆଉ ଦିନଟିଏ, କଂପୁଛି ମୈଦାନ
•    ଅନ୍ତିମ ପର୍ଯ୍ୟାୟ କ୍ୟାମ୍ପେନରେ କମ୍ପିବ ନୂଆପଡ଼ା
•    ଗଡ଼ ଜିତିବାକୁ ଜି ଜାନ୍ ଲଗେଇ ଦେଇଛନ୍ତି ୩ ଦଳ
•    ଗତକାଲି ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଥିଲେ ସିଏମ ମୋହନ
•    ନୂଆପଡ଼ାରୁ ଖଡିଆଳ ଯାଏଁ କରିଥିଲେ ବିଶାଳ ରୋଡ୍ ଶୋ' 
•    କଂଗ୍ରେସ ଓ ବିଜେଡି ବି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି

Advertisment
nuapada bypoll
Advertisment