/odishatv-khabar/media/media_files/2025/11/08/gundicha-stampede-2025-11-08-20-54-50.jpg)
GUNDICHA-STAMPEDE Photograph: (OTV)
କାହା ଭୁଲରୁ ଘଟିଥିଲା ଶରଧାବାଲିରେ ଦଳାଚକଟା ? କେଉଁ କାରଣରୁ ମହାପ୍ରଭୁଙ୍କ ଦର୍ଶନ ପାଲଟିଥିଲା ୩ ଶ୍ରଦ୍ଧାଳୁଙ୍କ ଶେଷ ଦର୍ଶନ ? ଗତ ଜୁନ୍ ୨୯ ତାରିଖ ବଡ଼ି ଭୋରରୁ ଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ଼ ଦିଅଁଙ୍କୁ ଦର୍ଶନ ବେଳେ ୩ ଭକ୍ତଙ୍କ ପ୍ରାଣହାନୀ ଓ ୫୦ ଶ୍ରଦ୍ଧାଳୁଙ୍କ ଆହତ ଘଟଣାରେ ସାମ୍ନାକୁ ଆସିଛି ବଡ଼ ସୁରକ୍ଷା ତ୍ରୁଟି। ଖୋଦ୍ ଉନ୍ନୟନ କମିଶନର ଘଟଣାସ୍ଥଳକୁ ଯାଇ କରିଥିବା ସରଜମିନ ତଦନ୍ତ ପରେ ୭ ପୋଲିସ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳାକୁ ସେ ସିଧାସଳଖ ଦାୟୀ କରିଥିଲେ। ଆଉ ତାଙ୍କ ତଦନ୍ତ ରିପୋର୍ଟ ଆଧାରରେ ଉକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଛି ସୁପାରିସ୍।
୭ ବରିଷ୍ଠ ପୋଲିସ ଅଧିକାରୀ ସେମାନେ ହେଲେ ସେତେବେଳେ ରଥ ଡ୍ୟୁଟିରେ ଥିବା କୋରାପୁଟ ଥାର୍ଡ ବାଟାଲିଅନ୍ ଓଏସଏପି କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଟ୍ବିନସିଟିର ଡିସିପି ବିଷ୍ଣୁପ୍ରସାଦ ପତି, ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ତାପସ ଦାସ, ଡେପୁଟି କମାଣ୍ଡାଣ୍ଟ କେକେ ନାୟକ, ସିଟି DSP ପ୍ରଶାନ୍ତ ସାହୁ, କୁମ୍ଭାରପଡ଼ା ଥାନା ଇନଚାର୍ଜ ସୁଶାନ୍ତ ସାହୁ ଓ ଛତ୍ରପୁର ଓଏସଏପି କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ। ପୋଲିସ ଡିଜି ଓ ଆଇଜିକୁ ଏମାନଙ୍କ ବିରୋଧରେ ଆକ୍ସନ ନେବାକୁ ଗୃହ ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି।...
ଏବେ ପ୍ରଶ୍ନ କଣ ଥିଲା ଏସବୁ ଅଫିସର ମାନଙ୍କ ତ୍ରୁଟି ? ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟର ମୁଖ୍ୟାଂଶ ଅନୁସାରେ- ସେତେବେଳେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ଅନୁପସ୍ଥିତି, ସମନ୍ବୟର ଅଭାବ, ସିସିଟିଭି ଓ ଡ୍ରୋନର ବିଫଳତା ସହ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର- ICCCର ବିଫଳତା ପାଇଁ ଦଳାଚକଟା ହେଲା। ମଧ୍ୟ ରାତ୍ରିରେ ଶରଧାବାଲିରେ ଅସମ୍ଭାଳ ଭିଡ଼ ଥିଲେ ବି ସେଠି ବରିଷ୍ଠ ପୋଲିସ୍ ଅଧିକାରୀ ଅଜୟ ପାଢ଼ୀ କି ବିଷ୍ଣୁ ପ୍ରସାଦ ପତି ଉପସ୍ଥିତ ନଥିଲେ। ସେହିପରି ସେବାୟତ ଓ ମନ୍ଦିର ପ୍ରଶାସନ ସହ ସମନ୍ବୟ ରଖି କାମ କରିବା ଦାୟିତ୍ବରେ ଥିବା ତାପସ ଦାସ, କେ କେ ନାୟକ ଓ ପ୍ରଶାନ୍ତ ସାହୁ ବି କାର୍ଯ୍ୟରେ ଅବହେଳା କରିଥିଲେ। କୁମ୍ଭାରପଡ଼ା ଥାନା ଆଇଆଇସି- ସୁଶାନ୍ତ ସାହୁ ଗୁଣ୍ଡିଚା ମନ୍ଦିର ନିକଟରେ ବ୍ୟାରିକେଡ୍ ନିର୍ମାଣ, ଆଇନଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ଦାୟିତ୍ବରେ ଥିଲେ ବି ଯଥେଷ୍ଟ ପଦକ୍ଷେପ ନେଇନଥିଲେ। ଭିଡ଼ ଭିତରେ ଚାରମାଳ ବୋଝେଇ ଟ୍ରକକୁ ହଠାତ୍ ଗୁଣ୍ଡିଚା ମନ୍ଦିର ପାଖକୁ ଛାଡ଼ି ଦେଇଥିଲେ।...
ଖାଲି ସେତିକି ନୁହେଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ବା ICCC ମଧ୍ୟ ଭିଡ଼ ଟ୍ରାକ୍ କରିବାରେ ବିଫଳ ହୋଇଥିଲା। ଟେଣ୍ଡର ଅନୁସାରେ ଅନେକ ଜାଗାରେ ସିସିଟିଭି ଲାଗିନଥିଲା। 275ଟି ସିସିଟିଭି ଲାଗିବା ବ୍ୟବସ୍ଥା ଥିଲେ ବି ମାତ୍ର 123ରୁ 232ଟି ପର୍ଯ୍ୟନ୍ତ ସିସିଟିଭିରୁ ଫିଡ୍ ଆସିଥିଲା। ଡ୍ରୋନ ଅନେକ ଜାଗାରେ ବ୍ୟବହାର ହୋଇନଥିଲା। ଏଥିପାଇଁ ମେସର୍ସ Invent Grid India Pvt Ltdକୁ କଳା ତାଲିକାଭୁକ୍ତ କରିବାକୁ କୁହାଯାଇଛି। ଉକ୍ତ ସଂସ୍ଥାର ଦୁଇ ନିର୍ଦ୍ଦେଶକ ବୋଧିସତ୍ବ ସଙ୍ଘପ୍ରିୟ ଏବଂ ଓମ୍ ପ୍ରକାଶଙ୍କ ମଧ୍ୟରୁ ବୋଧିସତ୍ତ୍ବଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିନାହିଁ।
Tasty Recipes: କାଲି ରବିବାର , ସମସ୍ତଙ୍କ ପାଇଁ ଘରେ ବନାନ୍ତୁ 'ଚିଙ୍ଗୁଡ଼ି ସୁରୁଆ'

Drunk Headmaster Locked: ମଦ ପିଇ ପ୍ରଧାନ ଶିକ୍ଷକ ମାତାଲ, ତାଲା ପକାଇଲେ ଅଭିଭାବକ

Buried Business Establishment: କମିଶନରେଟ୍ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଧୂଳିସାତ୍ ହେଲା ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ପ୍ରତିଷ୍ଠାନ

Woman Constable Wins Hearts: ମାନବିକତାର ପରିଚୟ ଦେଲେ ମହିଳା କନଷ୍ଟେବଳ , ଗୋଟିଏ ସମୟର ଦୁଇ ଦୁଇଟି ଦାୟିତ୍ବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)