Advertisment

Odisha’s Golden Secret: ଓଡ଼ିଶା ଗର୍ଭରେ ସୁନା ଲୁଚିଥିବା ସ୍ପଷ୍ଟ, ୧୧ ଜିଲ୍ଲାର ମାଟି ତଳେ ସୁନା ଥିବା ନେଇ ବିଧାନସଭାରେ ତଥ୍ୟ

ଓଡ଼ିଶା ମାଟି ତଳେ ସୁନା ଥିବା ଆଗରୁ ଜଣାପଡିଥିଲା। କିନ୍ତୁ ଏବେ ସ୍ପଷ୍ଟ ହେଲା ମୟୁରଭଞ୍ଜ ମାଟି ତଳେ ରହିଛି କ୍ୱିଣ୍ଟାଲରୁ ଅଧିକ ସୁନା । ସେହିପରି କେନ୍ଦୁଝରରେ ବି ୧୫୦ ହେକ୍ଟର ଜମି ତଳେ ସୁନା ଥିବା ଜଣାପଡ଼ିଛି। ୧୧ ଜିଲ୍ଲାର ମାଟି ତଳେ ସୁନା ଥିବା ନେଇ ବିଧାନସଭାରେ ଖଣି ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

author-image
Tapan Swain
GOLD-MINES

GOLD-MINES Photograph: (OTV)

ବଢୁଛି ସୁନା ଦର । ଅମୁଲ ମୂଲ ହେଉଛି ହଳଦିଆ ଧାତୁ। ସୁନା ଦରକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିିବା ବେଳେ ବିଧାନସଭାରୁ ଆସିଲା ଆଶ୍ବସ୍ତିକର ଖବର ।  ଓଡିଶା ମାଟି ତଳେ ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନା । ବିଧାନସଭାରେ ଖଣି ମନ୍ତ୍ରୀ ରଖିଛନ୍ତି ଲିଖିତ ଉତ୍ତର ।

Advertisment

ମୟୂରଭଞ୍ଜ ମଦନସାହି କାଞ୍ଜିଆ ସୁନା ଖଣିରେ ରହିଛି ୧ ହଜାର ୪୬୨ କେଜି ୭୩୦ ଗ୍ରାମ ସୁନା । ଜିଏସଆଇ ଦ୍ୱାରା ଜି-2 ସର୍ଭେ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହାବାଦ ଦେବଗଡ ଜିଲ୍ଲାର ଆଡାସ-ରାମପାଲି, କେନ୍ଦୁଝର ଜିଲ୍ଲାର ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଛି ।

ସେହିପରି କେନ୍ଦୁଝର ଜିଲ୍ଲାର ଗାଜିପୁର, ସଲେଇକଣା, ଡିମିରିମୁଣ୍ଡା ଏବଂ ମୟୂରଭଞ୍ଜର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମରେଡ଼ିହି ଓ ସୁଲେଇପାଟ (ଧୂସୁରା ପାହାଡ) ଏବଂ ବାଦାମପାହାଡ, ସୁନ୍ଦରଗଡର ଦିଗଝରଣ, ମାଲଡ଼ିହି, ଘୋଗର ଓ ଗିରିଙ୍ଗିକେଳା. କୋରାପୁଟର ରୋଙ୍ଗପନ୍ତ, ଗାରିଆ ଓ ଦଶମନ୍ତପୁର, ମାଲକାନଗିରିର ସୁନାପଦର, କ୍ୟାଙ୍ଗ ଓ ଗୋବିନ୍ଦପଲ୍ଲୀ, ଅନୁଗୁଳର ମାଙ୍କଡଚୁଆଁ, ଟିକିର, ସୋମାକୋଇ, ବୌଦ୍ଧର କୁଦଗାଁ, ଜହ୍ନାପଙ୍କ ଓ ରାମଗଡ,  ସମ୍ବଲପୁରର କେନ୍ଦୁଖୁଣ୍ଟି ଓ କୁନ୍ତରବାହଲ, ଦେବଗଡ ଜିଲ୍ଲାର ସୁନାକେନି, ନିକିତାମାଲ ଓ ଗାଇଲୋ ଅଞ୍ଚଳରେ ସୁନାପଥର ବିକ୍ଷିପ୍ତ ଭାବରେ ଥିବାର ଅନୁମାନ କରାଯାଉଛି ।

Advertisment

ଏପଟେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ କାଞ୍ଜିଆସାହି ଅଞ୍ଚଳରେ ବିଲ କ୍ଷେତ ଭିତରେ ଚାଲିଛି ଡ଼୍ରିଲିଂ । ବଡ଼ ବଡ଼ ମେସିନରେ ଶହେ ଫୁଟ ତଳକୁ ଖୋଳାଯାଇ ମାଟିର ନମୁନା ନିଆଯାଉଛି ।  ଜାତୀୟ ଭୂତତ୍ତ୍ବ ବିଭାଗର କର୍ମଚାରୀମାନେ ଏହି ସବୁ ମେସିନରେ ମାଟି ତଳୁ ନମୁନା ସଂଗ୍ରହ କରି ସେଣ୍ଟ୍ରାଲ ଲାବରୋଟରିକୁ ପଠାଉଛନ୍ତି ।

୧୫୦ ହେକ୍ଟର ଜମି ତଳେ ସୁନା

ସେହିପରି ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରେ ବାଂଶପାଳ ବ୍ଲକର ଜଳଡିହା ଗାଁ ନିକଟ ସୁନାଖଣି ଜଙ୍ଗଲରେ ପ୍ରାୟ ୧୫୦ ହେକ୍ଟର ଜମି ତଳେ ରହିଛି ସୁନା । ଆଉ ରାଜ୍ୟ ସରକାର ଏହି ସୁନାଖଣିକୁ ନିଲାମ ପାଇଁ  ଆସନ୍ତା ୩ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଡାକିଥିବା ଜଣାପଡ଼ିଛି ।  ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । 

ନିକଟରେ ରାଜ୍ୟ ସରକାର ଦୁଇ ସୁନା ଖଣି ସମେତ ୪୯ ଖଣିର ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। 



Gold Mines Survey
Advertisment
Related Articles
Advertisment