Advertisment

Against All Odds: ପାଠ ପଢ଼ିବାର ଝୁଙ୍କ ଆଗରେ ହାର ମାନିଛି ଅକ୍ଷମତା, ସବୁ ଅସମ୍ଭବକୁ ପଛରେ ପକାଇ ଆଗକୁ ଯିବା ଲାଗି ପ୍ରୟାସ

ମାଟ୍ରିକ ପରୀକ୍ଷାକୁ ନେଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଦୃଶ୍ୟ। କେଉଁଠି ସବୁ ଅକ୍ଷମତା ସତ୍ତ୍ବେ, ପିଲା ହ୍ବିଲ ଚେୟାର ଆସିରେ ଗୋଡ଼ରେ ଉତ୍ତର ଖାତା ଲେଖିଛନ୍ତି ତ ଆଉଁ କେଉଁଠି କୁନି ଛୁଆ ସହ ପରୀକ୍ଷା ସେଣ୍ଟର ଆସି ପରୀକ୍ଷା ଦେଇଛନ୍ତି ମାଆ।

author-image
Tapan Swain
Matric

Matric Photograph: (OTV)

ପାଠ ପଢ଼ିବାର ଝୁଙ୍କ ଆଗରେ ହାର ମାନିଛି ଅକ୍ଷମତା। ପରୀକ୍ଷା ଦେବାର ପ୍ରବଳ ଉତ୍ସାହ ଆଗରେ ହାରି ଯାଇଛି ଅଭାବ ଓ ଅସୁବିଧା। ସବୁ ଅସମ୍ଭବକୁ ପଛରେ ପକାଇ ଆଗକୁ ଯିବା ଲାଗି ଇଏ ଯେଉଁ ପ୍ରୟାସ, ନାଁ ତାର ଲକ୍ଷ୍ମୀ। ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଆଜି ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଏମିତି ଜଣେ ଦିବ୍ୟାଙ୍ଗ ଛାତ୍ରୀ ଲକ୍ଷ୍ମୀ ଖେମୁଡୁ।

Advertisment

ଘରଠୁ ୧୦ କିଲୋମିଟର ଦୂର ପରୀକ୍ଷା ସେଣ୍ଟରକୁ ବାପା ମାଆଙ୍କ ସହ ଆସିବା ପରେ, ତାଙ୍କୁ ହ୍ବିଲ ଚେୟାରରେ ପାଛୋଟି ନେଇଥିଲେ ସେଣ୍ଟରର କର୍ମଚାରୀ। ଲକ୍ଷ୍ମୀଙ୍କ ପାଇଁ ଡେସ୍କ୍ ବେଞ୍ଚ୍ ବଦଳରେ ହୋଇଥିଲା ସପର ବ୍ୟବସ୍ଥା। ସେଇଠି ତଳେ ବସି, ଗୋଡ଼ରେ ଲେଖି ମାତୃଭାଷା ବିଷୟ ଖାତାରେ ଉତ୍ତର ଲେଖିଥିଲେ ଲକ୍ଷ୍ମୀ। ଦିବ୍ୟାଙ୍ଗ ପାଇଁ ତାଙ୍କୁ ମିଳିଥିଲା ଅଧିକ ୫୦ ମିନିଟ ସମୟ। ପୋଲିଓ ପାଇଁ ପିଲାଟି ଦିନରୁ ଭଗବାନ ସିନା ତାଙ୍କ ହାତ ଅଚଳ କରିଦେଲେ, କିନ୍ତୁ ସେଇ କାମକୁ ଗୋଡ଼ରେ କରିବାର ପଣ କରିଥିବା  ଲକ୍ଷ୍ମୀ ଆଜି ମାଟ୍ରିକ ପରୀକ୍ଷା ଦେଇ, ଆଦୌ ଅକ୍ଷମ ନୁହଁନ୍ତି ବୋଲି ପ୍ରମାଣ ଦେଇଛନ୍ତି।

କୋରାପୁଟ ଜିଲ୍ଲା ସଦର ମହକୁମା ସୁନାପୁର ହାଇସ୍କୁଲ ସେଣ୍ଟରରେ ପରୀକ୍ଷା ଦେବାକୁ ପହଞ୍ଚି ଥିଲେ ସାଙ୍ଗରେ ଦେଢ ବର୍ଷର ଛୁଆକୁ ଧରିଥିବା ଜଣେ ମାଆ କୁମାରୀ ଦିଶାରୀ। ଦୀର୍ଘ ୩୦ କିଲୋମିଟର ଦୂରରୁ କୁନି ଛୁଆ ସହ ସାଙ୍ଗରେ ଆସିଥିଲେ ସ୍ବାମୀ। ସ୍ବାମୀ ଅଢେଇ ଘଣ୍ଟା ଧରି ସେଣ୍ଟର ବାହାରେ ପିଲାକୁ ସମ୍ଭାଳିଥିଲେ, ଆଉ ମାଆ ଦେଇଥିଲେ ମାଟ୍ରିକ୍ ପରୀକ୍ଷା। ପରୀକ୍ଷାରେ ସଫଳ ହେଲେ ଆଗକୁ ଅଙ୍ଗନୱାଡ଼ି କର୍ମୀଟିଏ ହୋଇ ପରିବାର ଚଳାଇବାକୁ ଆଶା ରଖିଛନ୍ତି କୁମାରୀ ଦିଶାରୀ।...

Advertisment

ଗଂଜାମ ସାନଖେମୁଣ୍ଡି ଖଲିଙ୍ଗିରେ ଜଣେ ଦିବ୍ୟାଙ୍ଗ ଛାତ୍ରକୁ ଉତ୍ତର ଖାତା ଲେଖିବାରେ ସହଯୋଗ ପାଇଁ ସେଣ୍ଟର କର୍ତ୍ତୃପକ୍ଷ ଯୋଗାଇ ଦେଇଥିଲେ ଜଣେ ସହାୟକ। ଏ ନେଇ ଗଣଶିକ୍ଷା ବିଭାଗର ନିୟମ ସତ୍ତ୍ବେ ଆଗରୁ ସେଣ୍ଟର କର୍ତ୍ତୃପକ୍ଷ କିଛି ଶୁଣିନଥିଲେ। କିନ୍ତୁ ଓଟିଭିରେ ଖବର ପ୍ରସାରଣ ପରେ ତାହା ସମ୍ଭବ ହୋଇଥିବା କହି, ଧନ୍ୟବାଦ ଜଣାଇଛନ୍ତି ଛାତ୍ର ଗୌତମ ଓ ତାଙ୍କ ପରିବାର ଲୋକେ।...

ଅଭାବ, ଅସୁବିଧା ଓ ଅକ୍ଷମତା ଭିତରେ ରାଜ୍ୟର ଅନେକ ସ୍ଥାନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ପ୍ରଥମ ଦିନ ପରୀକ୍ଷା ଦେଇଥିଲେ ବି, ବାଲେଶ୍ବର ଜିଲ୍ଲା ସ୍କୁଲରେ ପଢୁଥିବା ଛାତ୍ର ସତ୍ୟଜିତଙ୍କ ଭାଗ୍ୟରେ ତାହା ଜୁଟିନଥିଲା। ଜନ୍ମରୁ ମେରୁଦଣ୍ଡ ସମସ୍ୟା ଭୋଗୁଥିବା ସତ୍ୟଜିତ ପରୀକ୍ଷା ପୂର୍ବରୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିବାରୁ ଏବେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ। ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ସତ୍ତ୍ବେ ତାଙ୍କ କଷ୍ଟସାଧ୍ୟ ରୋଗ ପାଇଁ, ତାଙ୍କୁ ହଠାତ ପରୀକ୍ଷାରୁ ବଞ୍ଚିତ ହେବାକୁ ପଡ଼ିବାରୁ ଏହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ସତ୍ୟଜିତ ଓ ତାଙ୍କ ପରିବାର।...

ଶାନ୍ତି ଓ ଶୃଙ୍ଖଳାର ସହ ପ୍ରଥମ ଦିନର ପରୀକ୍ଷା ଶେଷ

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଆଜି ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ପିଲା। ରାଜ୍ୟବ୍ୟାପୀ ଆଜି ଶାନ୍ତି ଓ ଶୃଙ୍ଖଳାର ସହ ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଥିବା କହିଛନ୍ତି ବୋର୍ଡ ସଭାପତି। ରାଜ୍ୟର ୩ ହଜାର ୮୨ କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ। 

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ କପିମୁକ୍ତ କରିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ମାଧ୍ୟମିକ ଶିକ୍ଷା ପରିଷଦ। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ପରୀକ୍ଷା ଶେଷ ପରେ ଅଧୀକ୍ଷକମାନେ ବୋର୍ଡକୁ ରିପୋର୍ଟ ଦେବାର ନିର୍ଦ୍ଦେଶ ରହିଛି। ମାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ।..

BSE Matric Exam
Advertisment
Related Articles
Advertisment