Advertisment

Bihar Verdict Tease: ବିହାରରେ ଏକଜିଟ୍ ପୋଲ୍ ସତ ହେବ ନା ଫସର ଫାଟିବ ? ଆଉ କିଛି ଘଣ୍ଟାର ଅପେକ୍ଷା

ବିହାରରେ ଏକଜିଟ୍ ପୋଲ୍ ସତ ହେବ ନା ଫସର ଫାଟିବ ? ଗତ ୩ଟି ନିର୍ବାଚନରେ ବିହାରରେ ଭୁଲ୍ ପ୍ରମାଣିତ ହୋଇଛି ବୁଥ୍ ବାହୁଡ଼ା ମତ ? ୨୦୧୦, ୨୦୧୫ ଓ ୨୦୨୦ରେ ଏକଜିଟ୍ ପୋଲ୍ ଭୁଲ୍ ସାବ୍ୟସ୍ତ ହୋଇଛି।

author-image
Manas Ranjan Mohanty
bihar

bihar Photograph: (OTV)

ବିହାରରେ ଏକଜିଟ୍ ପୋଲ୍ ସତ ହେବ ନା ଫସର ଫାଟିବ ? ଗତ ୩ଟି ନିର୍ବାଚନରେ ବିହାରରେ ଭୁଲ୍ ପ୍ରମାଣିତ ହୋଇଛି ବୁଥ୍ ବାହୁଡ଼ା ମତ ? ୨୦୧୦, ୨୦୧୫ ଓ ୨୦୨୦ରେ ଏକଜିଟ୍ ପୋଲ୍ ଭୁଲ୍ ସାବ୍ୟସ୍ତ ହୋଇଛି। ୨୦୧୫ରେ ଅଧିକାଂଶ ଏକଜିଟ୍ ପୋଲ ବିଜେପି ନେତୃତ୍ବାଧୀନ NDAକୁ ବହୁମତ ମିଳିବ କହିଥିଲେ। କିନ୍ତୁ ରେଜଲ୍ଟ ଓଲଟିଯାଇଥିଲା। RJD-JDU-କଂଗ୍ରେସ ମହାମେଣ୍ଟ ସପକ୍ଷରେ ଯାଇଥିଲା ଫଳାଫଳ। ମହାମେଣ୍ଟ ୧୭୮ ଆସନ ସହ ସ୍ପଷ୍ଟ ବହୁମତ ପାଇ ସରକାର ଗଢ଼ିଥିଲା। ଏନଡିଏ ଭାଗରେ ପଡ଼ିଥିଲା ମାତ୍ର ୫୮ ସିଟ୍। ସେହିପରି ୨୦୨୦ରେ ପରିସ୍ଥିତି ଓଲଟା ହୋଇଥିଲା। ସେତେବେଳେ ଅନେକ ଏଜେନ୍ସୀ ମହାମେଣ୍ଟ ସରକାର ଗଢ଼ିବ ବୋଲି ପୂର୍ବାନୁମାନ କରିଥିଲେ। କିନ୍ତୁ ରେଜଲ୍ଟ ଓଲଟି ଯାଇଥିଲା। ୧୨୫ ଆସନ ଜିତି କ୍ଷମତା ଦଖଲ କରିଥିଲା NDA। ମହାମେଣ୍ଟ ଭାଗ୍ୟରେ ପଡ଼ିଥିଲା ମାତ୍ର ୧୧୦ ସିଟ୍। ଏହାର ଅର୍ଥ ହେଉଛି ଅଧିକାଂଶ ପୋଲ୍ ଭୁଲ ପ୍ରମାଣିତ ହୋଇଛି। .

Advertisment

ମାଟ୍ରିଜର ଏକଜିଟ ପୋଲ କହୁଛି ଏନଡିଏ ୧୪୭ରୁ ୧୬୭ ଆସନରେ ଜିତିପାରେ। ମହାଗଠବନ୍ଧନକୁ ୭୦ରୁ ୯୦ ଆସନ ମିଳିବ। ପିପୁଲସ ପଲସ ଆକଳନ କହୁଛି, ଏନଡିଏ ୧୩୩ରୁ ୧୫୯ ସିଟ ପାଇବ, ମହାଗଠବନ୍ଧନକୁ ୭୫ରୁ ୧୦୧ ସିଟ ମିଳିପାରେ। ଭାସ୍କର, ଏନଡିଏକୁ ୧୪୫ରୁ ୧୬୦ ସିଟ ଦେଇଥିବା ବେଳେ ମହାଗଠବନ୍ଧନକୁ ୭୩ରୁ ୯୧ ସିଟ ପାଇବ ବୋଲି କହିଛି। ପିପୁଲସ ଇନସାଇଟ ଏନଡିଏକୁ ମଧ୍ୟ ବହୁମତ ଦେଇଛି। ୧୩୩ରୁ ୧୪୮ ଆସନ ଏନଡିଏ ହାତେଇବ, ମହାଗଠବନ୍ଧନ ୮୭ରୁ ୧୦୨ ସିଟ ପାଇବ ବୋଲି ସଂସ୍ଥାର ଏକଜିଟ ପୋଲ କହୁଛି। ସେହିଭଳି ଜେଭିସି, ୧୩୫ରୁ ୧୫୦ ସିଟ ଏନଡିଏ ହାତେଇବ ବୋଲି କହିଥିବା ବେଳେ ମହାଗଠବନ୍ଧନକୁ ୮୮ରୁ ୧୦୩ ସିଟ ମିଳିବ ବୋଲି କହିଛି। ପି-ମାର୍କ ମଧ୍ୟ ଏନଡିଏକୁ ୧୪୨ରୁ ୧୬୨ ସିଟ ମିଳିବା ନେଇ ଆକଳନ କରିଥିବା ବେଳେ ମହାଗଠବନ୍ଧନ ୮୦ରୁ ୯୮ ସିଟ ପାଇବ ବୋଲି କହିଛି। 

ବିହାରରେ ନେତା ବାଛିଛନ୍ତି ୭କୋଟି ୪୫ ଲକ୍ଷରୁ ଅଧିକ ଭୋଟର। ପ୍ରଥମ ପର୍ଯ୍ୟାୟରେ ୩କୋଟି ୭୫ଲକ୍ଷ ୧୩ ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇଥିଲେ ୩ କୋଟି ୭୦ ଲକ୍ଷ ୧୩ ହଜାର ଭୋଟର। ପୂର୍ବରୁ ୨୦୦୦ ମସିହାରେ ବିହାର ବିଧାନସଭା ନିର୍ବାଚନରେ ସର୍ବାଧିକ ୬୨.୫୭ ପ୍ରତିଶତ ଭୋଟିଂ ହୋଇଥିଲା। ୧୯୯୮ ଲୋକସଭା ନିର୍ବାଚନରେ ସର୍ବାଧିକ ୬୪.୬୦ ପ୍ରତିଶତ ଭୋଟିଂ ହୋଇଥିଲା। ସେସବୁ ରେକର୍ଡକୁ ଏଥର ଟପିଯାଇଛି ବିହାର ଭୋଟିଂ।

Advertisment
Advertisment