Advertisment

Former Korei MLA: ପରଲୋକରେ ସଞ୍ଚିତା ମହାନ୍ତି , ଗତକାଲି ରାତିରେ ନାତିଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ

ପରଲୋକରେ ସଞ୍ଚିତା ମହାନ୍ତି। ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ସଞ୍ଚିତା ଆଜି ୭୩ ବର୍ଷ ବୟସରେ ଆଜି ଆଖି ବୁଜିଛନ୍ତି। ୪ ଦିନ ତଳେ କ୍ୟାନସରରେ ଚିହ୍ନଟ ହୋଇଥିଲେ ସଞ୍ଚିତା।

author-image
OTV Bureau
Former Korei MLA

Former Korei MLA Photograph: (OTV)

ପରଲୋକରେ ସଞ୍ଚିତା ମହାନ୍ତି। ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ସଞ୍ଚିତା ଆଜି ୭୩ ବର୍ଷ ବୟସରେ ଆଜି ଆଖି ବୁଜିଛନ୍ତି। ୪ ଦିନ ତଳେ କ୍ୟାନସରରେ ଚିହ୍ନଟ ହୋଇଥିଲେ ସଞ୍ଚିତା। ତାଙ୍କ ଚିକିତ୍ସା ଚାଲିଥିଲା। ଗତକାଲି ରାତିରେ ନାତିର ଜନ୍ମଦିନ କାର୍ଯ୍ୟକ୍ରମରେ ବି ସାମିଲ ହୋଇଥିଲେ। ହେଲେ ଆଜି ସକାଳେ ହଠାତ୍ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠି ସେ ଇହଧ୍ୟାମ ତ୍ୟାଗ କରିଛନ୍ତି।...ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାସଭବନକୁ ଯାଇ ସଞ୍ଚିତାଙ୍କୁ ଶେଷ ଦର୍ଶନ କରିଛନ୍ତି। ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ବି ଶୋକବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି କି, ସଞ୍ଜିତା ଅପାଙ୍କ ସହ ବ୍ୟକ୍ତିଗତ ଓ ରାଜନୈତିକ ପରିଚୟ ଥିଲା। ତାଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖ ଆଣିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବି ଶୋକ ପ୍ରକାଶ କରିଛନ୍ତି। ...୨୦୦୪ରୁ ୨୦୦୯ ଯାଏଁ କୋରେଇର ବିଧାୟିକା ଥିଲେ ସଞ୍ଚିତା ମହାନ୍ତି। ଯାଜପୁର ବିଜେପିରେ ଜଣେ ପ୍ରମୁଖ ଚେହେରା ବି ସେ ଥିଲେ। 

Advertisment

ପରଲୋକରେ ସଞ୍ଚିତା ମହାନ୍ତି
ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ
୭୩ ବର୍ଷ ବୟସରେ ଚାଲିଗଲେ ସଞ୍ଚିତା 
ଗତକାଲି ରାତିରେ ନାତିଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ 
ସକାଳୁ ଅସୁସ୍ଥ ଅନୁଭବ କରିବାରୁ AIIMS ନିଆଯାଇଥିଲା 
କିଛି ଦିନ ତଳେ କ୍ୟାନ୍ସର ଚିହ୍ନଟ ହୋଇଥିଲା 
୨୦୦୪ରୁ ୨୦୦୯ ଯାଏଁ କୋରେଇର ବିଧାୟିକା ଥିଲେ
ଯାଜପୁର ବିଜେପିରେ ଜଣେ ପ୍ରମୁଖ ଚେହେରା 

Advertisment
Related Articles
Advertisment