Advertisment

FSSAI clarifies: ଆଉ ଗ୍ରୀନ୍ ଟି’କୁ କହିପାରିବେ ନାହିଁ ଚା’ , କମ୍ପାନୀଗୁଡିକୁ FSSAIର କଡା ନିର୍ଦ୍ଦେଶ

FSSAI ଅନୁସାରେ ବଜାରରେ ହର୍ବାଲ୍ ଚା, ରୁଇବୋସ୍ ଚା, ଏବଂ ଫୁଲ ଚା ଭଳି ଅନେକ ଉତ୍ପାଦ "ଚା" ଲେବଲରେ ବିକ୍ରି ହେଉଛି, କିନ୍ତୁ ଏଗୁଡ଼ିକ ପ୍ରକୃତରେ ଚା’ ନୁହେଁ। ପ୍ରାଧିକରଣ ସ୍ପଷ୍ଟ କରିଛି ଯେ ଯେକୌଣସି ଖାଦ୍ୟ ପ୍ୟାକେଟ ସାମ୍ନାରେ ଏହାର ସଠିକ୍ ଏବଂ ପ୍ରକୃତ ନା’ ଉଲ୍ଲେଖ କରିବା ବାଧ୍ୟତାମୂଳକ।

author-image
OTV Bureau
FSSAI-Green-Tea

FSSAI-Green-Tea Photograph: (OTV)

ଆଉ ଗ୍ରୀନ୍ ଟି’କୁ କହିପାରିବେ ନାହିଁ ଚା’ । କହିଲେ ହେବ ଆଇନ ବିରୋଧି । ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ କମ୍ପାନୀଗୁଡିକୁ FSSAIର କଡା ନିର୍ଦ୍ଦେଶ । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା FSSAI ସ୍ପଷ୍ଟ କରିଛି ଯେ କେବଳ କାମେଲିଆ ସାଇନେନ୍ସିସ୍ ଗଛରୁ ତିଆରି ଉତ୍ପାଦଗୁଡ଼ିକୁ "ଚା" କୁହାଯାଇପାରିବ। ଅନ୍ୟ କୌଣସି ଉଦ୍ଭିଦ, ଜଡିବୁଟି କିମ୍ବା ଫୁଲରୁ ତିଆରି ପାନୀୟକୁ "ଚା" କହିବା ଭୁଲ, ଭ୍ରାମକ ଏବଂ ବେଆଇନ।

Advertisment

FSSAI ଅନୁସାରେ ବଜାରରେ ହର୍ବାଲ୍ ଚା, ରୁଇବୋସ୍ ଚା, ଏବଂ ଫୁଲ ଚା ଭଳି ଅନେକ ଉତ୍ପାଦ "ଚା" ଲେବଲରେ ବିକ୍ରି ହେଉଛି, କିନ୍ତୁ ଏଗୁଡ଼ିକ ପ୍ରକୃତରେ ଚା’ ନୁହେଁ। ପ୍ରାଧିକରଣ ସ୍ପଷ୍ଟ କରିଛି ଯେ ଯେକୌଣସି ଖାଦ୍ୟ ପ୍ୟାକେଟ ସାମ୍ନାରେ ଏହାର ସଠିକ୍ ଏବଂ ପ୍ରକୃତ ନା’ ଉଲ୍ଲେଖ କରିବା ବାଧ୍ୟତାମୂଳକ। କାମେଲିଆ ସାଇନେନ୍ସିସ୍ ରୁ ତିଆରି ହୋଇ ନଥିବା ଉତ୍ପାଦରେ "ଚା" ଶବ୍ଦ ବ୍ୟବହାର କରିବା ଭୁଲ ବ୍ରାଣ୍ଡିଂ ଭାବରେ ବିବେଚନା କରାଯିବ। ଏପରି ପାନୀୟ 'Proprietary Food' କିମ୍ବା 'Non-Specified Food' (୨୦୧୭) ଅଧୀନରେ ଆସିବ।

ଏନେଇ ନିର୍ମାତା, ବିକ୍ରେତା, ଆମଦାନୀକାରୀ ଏବଂ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ କାମେଲିଆ ସାଇନେନ୍ସିସ୍ ରୁ ତିଆରି ହୋଇ ନଥିବା ଯେକୌଣସି ଉତ୍ପାଦରେ ‘ଚା’ ଶବ୍ଦ ବ୍ୟବହାର ତୁରନ୍ତ ବନ୍ଦ କରିବାକୁ FSSAI ନିର୍ଦ୍ଦେଶ ଦେଇଛି। ଏହି ନିୟମକୁ ନ ମାଲିଲେ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ଅନୁଯାୟୀ ମାମଲା ରୁଜୁ କରାଯିବ। ଏହା ସହିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ ଏ ଦିଗରେ ଜାଞ୍ଚ କଡ଼ା କଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ତେବେ ଏଭଳି ନୂଆ ନିୟମ ପରେ ଏବେ ହର୍ବାଲ୍ ଟି, ଡିଟକ୍ସ ଟି ଏବଂ ଫ୍ଲାୱାର୍ ଟି ଭଳି ପାନୀୟ ବଜାରରେ ରହିବ ସତ, କିନ୍ତୁ ଏଗୁଡ଼ିକୁ ଆଉ ଚା’ ଭାବରେ ବିକ୍ରି କରାଯିବ ନାହିଁ। FSSAIର ଏହି ପଦକ୍ଷେପ ଚା’ର ପରିଭାଷାକୁ ନେଇ ବଜାର ସ୍ତରୀୟ ଦ୍ୱନ୍ଦ୍ୱକୁ ଦୂର କରିବ ଆଉ ଗ୍ରାହକମାନଙ୍କୁ ବୁଝିବାରେ ସାହାଯ୍ୟ କରିବ ଯେ ସେମାନଙ୍କ କପରେ ଥିବା ପାନୀୟ ପ୍ରକୃତ ଚା’ ନା କେବଳ ଏକ ହର୍ବାଲ ଇନ୍‌ଫ୍ୟୁଜନ। 

Advertisment