/odishatv-khabar/media/media_files/2025/12/19/horoscope-2025-12-19-08-35-59.jpg)
Horoscope Photograph: (OTV)
ମେଷ
ଅଶ୍ୱନୀ- କୈାଣସି ସହପାଠୀ ଆପଣଙ୍କର ସାହାଯ୍ୟ ଆଶା କରିପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । କର୍ମ କରିବା ଶୈଳୀରେ ପରିବର୍ତ୍ତନ ଆଣିବେ ଓ କର୍ମ ପାଇଁ ସମ୍ମାନୀତ ହେବେ
ଦ୍ୱିଜା-ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ନିଜର ଭଲ କାମ ପାଇଁ ପ୍ରଂଶସିତ ହେବେ । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ
କୃତିକା- ଜମିଜମାକୁ ନେଇ ଗଣ୍ଡେଗୋଳ ସୃଷ୍ଟି ହୋଇପାରେ । ମନକୁ ଆଘାତ ଲାଗିଲାପରି କଥା ଶୁଣିବାକୁ ପାଇ ପାରନ୍ତି । ଦୂର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ବୃଷ
କୃତିକା - ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହୋଇପାରନ୍ତି । ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ ।
ରୋହିଣୀ – ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । କୈାଣସି କାରଣରୁ ମନ ଭଲ ରହିବ ନାହିଁ । ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ ।
ମୃଗଶିରା – ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ନୁହେଁ । ବ୍ୟବସାୟ ତଥା ପରିବହନରେ ସଫଳତା ମିଳିବ । କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ
ମୃଗଶିରା- ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ । କଳା, ସାହିତ୍ୟ ପ୍ରତି ଆଗ୍ରହ ବଢିବ । ଆଲୋଚନା ଅନୁଯାୟୀ କାମ ସବୁ ଠିକ୍ରେ ହୋଇଯିବ
ଆଦ୍ରା- ରାଜନୀତିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ମହିଳା ମାନେ ପରିବାରରେ ପ୍ରଶଂସିତ ହେବେ । ଭାଇ ବନ୍ଧୁଙ୍କ ସହ ବିରୋଧ ଦେଖଅଦେଇପାରେ ।
ପୁନର୍ବସୁ- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ଜମିବାଡିକୁ ନେଇ ପରିବାରରେ ସାମୟିକ ଅଶାନ୍ତି ଦେଖାଦେବ
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ
ପୁନର୍ବସୁ - ସନ୍ତାନ ହେତୁକ ଚିନ୍ତା ଦୂର ହେବା ସମ୍ଭାବନା ରହିଛିି । ବ୍ୟବସାୟ, ବାଣିଜ୍ୟରେ ସବୁ ସମସ୍ୟାର ସମାଧାନ ହୋଇଯିବ । ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବା ଫଳରେ ମାନସିକ ଦୁଶ୍ଚିନ୍ତା ବଢିଯିବ ।
ପୁଷ୍ୟା – ସାମାଜିକ ସ୍ତରରେ ସ୍ଥଗିତ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ପତି ନେବେ । ପିଲାଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଅଫିସ୍ରେ ସବୁକାମ ସମ୍ଭାଳି ନେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ ।
ଅଶ୍ଳେଷା - ଇଛା ନଥିରେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ସିଂହ
ମଘା-ପାରିବାରିକ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ନେଇ ଚିନ୍ତିତ ରହିବେ । ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ମାନସିକ ଶାନ୍ତି ପାଇବେ ।
ପୂ,ଫାଲଗୁନି- କର୍ମ କ୍ଷେତ୍ରରେ ଅସାବଧାନତା ହେତୁ ଅପମାନିତ ହୋଇପାରନ୍ତି । ରାଜନିତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କୈାଣସି ନୂଆ କାର୍ୟ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ ।
ଉ,ଫାଲଗୁନି- ନିଜର କର୍ତ୍ତବ୍ୟକୂ ଠିକ୍ ଭାବରେ ନିର୍ବାହ କରିପାରିବେ । ଅଫିସ୍ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ବାଦବିବାଦ, ମାଲିମକଦ୍ଦମାରେ ବିଜୟୀ ଲାଭ କରିବେ
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ
କନ୍ୟା
ଉ , ଫାଲଗୁନୀ – ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ପାରିବାରିକ କ୍ଷେତ୍ରରେ ପାରିପାଶ୍ୱର୍ିକ ପରିସି୍ଥତି ଭଲ ରହିବାରୁ ଖୁସି ରହିବେ । ଭୈାତିକ ଓ ଆଧାତ୍ମିକ ମାମଲାରେ ବ୍ୟସ୍ତ ରହି ପାରନ୍ତି ।
ହସ୍ତା – ଆପଣଙ୍କ କାର୍ଯ୍ୟକଳାପ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି । ଛାତ୍ରଛାତ୍ରୀ ମାନେ ପରିଶ୍ରମୀ ହେବେ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମରେ ଅବହେଳା କରିବେ ନାହିଁ ।
ଚିତ୍ରା – କଚେରି ମାମଲା କାରଣରୁ ଉଦ୍ବେଗ ବୃଦ୍ଧି ପାଇବ । ମହିଳା ମାନେ ସମସ୍ୟାରେ ରହିବ । ନିଜର ଚତୁରତା, ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା
ଚିତ୍ରା- ସାଂସାରିକ ଜୀବନ ଶାନ୍ତି ଦାୟକ ରହିବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ ।
ସ୍ୱାତୀ- ଅଫିସରେ ବାକି କାମ ସବୁକୁ ସଂପୂର୍ଣ୍ଣ କରିବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ । ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରଦେବେ । ସ୍ଥଗିତ କାମ ତ୍ୱରାନ୍ତିତ ହେବା ସହ ଆନୁଷ୍ଠାନିକ କ୍ଷେତ୍ରରେ ମର୍ଯ୍ୟାଦା
ବିଶାଖା- ଖୋଜୁଥିବା ଜିନିଷଟି ପାଇ ଆନନ୍ଦିତ ହେବେ । ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ । ଚାକିରୀ କ୍ଷେତ୍ରରେ ଶତୃବୃଦ୍ଧି ଦେଖା ଦେଇପାରେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା
ବିଶାଖା – ବ୍ୟବସାୟରେ ତିଷ୍ଠି ରହିଲେ ମଧ୍ୟ ଆଶାନୁରୂପକ ଲାଭ ନାହିଁ । ପାରିବାରିକ ଜୀବନରେ ଖର୍ଚ୍ଚର ପରିମାଣ ବଢିବ । ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ ।
ଅନୁରାଧା – କର୍ମକ୍ଷେତ୍ରରେ ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ବ୍ୟବସାୟୀ ମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତମ ଆୟର ପଥ ପରିଷ୍କାର କରିବେ । ସାମାଜିକ ସ୍ତରରେ ଖ୍ୟାତି ହେବ ଓ ସମ୍ପତି ସମ୍ବନ୍ଧୀୟ ଶୁଭ ସମାଚାର ଶୁଣିବାକୁ ମିଳିବ ।
ଜ୍ୟେଷ୍ଠା – କୋର୍ଟରେ ଶୁଭ ଫଳ ପାଇବେ । ମହିଳାମାନେ ନିରାଶବାଦୀ ରହିବେ । ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ । କ୍ୟାରିୟର ସମସ୍ୟା ସମାଧାନର ବାଟ ମିଳିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ
ମୂଳା- କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ବହୁତ ଡେରିରେ ପାଇବେ
ପୂ,ଷାଢା- କର୍ମ କ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ । ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ
ଉ,ଷାଢା- ଯେଉଁ ବ୍ୟକ୍ତି ମାନେ ନୂଆ ଚାକିରି ଚାହୁଁଛନ୍ତି ସୋମାନେ ଏଥିରେ ସଫଳ ହେବେ । ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ । ବିଦ୍ୟାର୍ଥୀ ମାନେ ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ଶୁଭ ଫଳ ପାଇବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ମକର
ଉ , ଷାଢା - ପୁରାତନ ରୋଗର ଉପସମ ହୋଇ ସ୍ୱାସ୍ଥ୍ୟରେ ସୁଧାର ଆସିବ । ପରିବାରରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଉଥିବାରୁ ମନରେ ସରସ୍ୱତା ରହିବ ନାହିଁ । ଅବଶ୍ୟ ନିଜର କାର୍ୟ୍ୟଦକ୍ଷତା ହେତୁ ବନ୍ଧୁ ମାନଙ୍କ ଗହଣରେ ପ୍ରଶଂସିତ ହେବେ ।
ଶ୍ରବଣା – ରାଜନିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ବ୍ୟବସାୟ , ପରିବହନ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ଶିକ୍ଷାର୍ଥୀ ମାନଙ୍କୁ ଟିକେ କଷ୍ଟ କରିବା ପାଇଁ ପଡିପାରେ । କୈାଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇ ପାରନ୍ତି ।
ଧନିଷ୍ଠା – ପିତାମାତାଙ୍କ ଓ ସହଯୋଗ ପାଇବେ । ଆତ୍ମିୟଙ୍କ ସହଯୋଗରେ ସନ୍ତାନଙ୍କ ବିବାହ କାର୍ୟ୍ୟ ସଂପୂର୍ଣ୍ଣ ହେବ । ଚାକିରିରେ ପ୍ରାଧ୍ୟନ ମିଳିବ ଓ ପ୍ରଶଂସିତ ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶାରଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ
ଧନିଷ୍ଠା- କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ । ଛାତ୍ରଛାତ୍ରୀ ମାନେ ପଢାରେ ପ୍ରଂଶସିତ ହେବେ ।
ଶତଭିଷା- ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ଅଫିସ୍ରେ ଜରୁରୀ କାମରେ କର୍ମଚାରୀଙ୍କ ଠାରୁ ସାହାର୍ୟ୍ୟ ପାଇବେ । ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ
ପୂ,ଭାଦ୍ରପଦ- ଶତୃ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ମାଲିମକଦମା ସମସ୍ୟାର ସମାଧାନ କରିବେ । ଘରର ବୟୋଜ୍ୟେଷ୍ଠଙ୍କର ପାରାମର୍ଶ ନେଇ କାର୍ୟ୍ୟ କରିଲେ ସଫଳତା ପାଇବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ
ପୂ , ଭାଦ୍ରପଦ - ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ । କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ପର୍ୟ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି ।
ଉ , ଭଦ୍ରପଦ - ବିବାହ ଆଦି ଶୁଭ କାର୍ୟ୍ୟରେ ଯୋଗ ଦେଇ ମନ ଖୁସି ରହିବ । ସାମାଜିକ ସ୍ତରରେ ଜନମଙ୍ଗଳ କାମରେ ନିଜକୁ ନିୟୋଜିତ କରିପାରନ୍ତି । ରାଜନୀତିରେ ସଭାସମିତିରେ ଆଗ୍ରହୀ ହୋଇପାରନ୍ତି । ଛାତ୍ରମାନେ ପଢାରେ ସାହାଯ୍ୟ ପାଇବେ ।
ରେବତୀ – ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ମହିଳା ମାନଙ୍କର ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗ ଅଭାବ ରହିବ ନାହିଁ । ବାହ୍ୟ ଶତୃ ମାନଙ୍କଠାରୁ ଦୂରେଇ ରହିବା ଭଲ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
Midnight Visit Revelation: ହ୍ୟୁମାନ ସାଗରଙ୍କ ମାଆଙ୍କ ବିସ୍ଫୋରଣ, ରାତି ଅଧରେ ପୁଅ ପାଖକୁ ଆସୁଥିଲା ଅର୍ପିତା

Deadline vs Capacity: ମାତ୍ର ୬ଶହ ସେଣ୍ଟରରେ ଚାଲିଛି ଯାଞ୍ଚ, ମାସକର ମହଲତରେ କେମିତି ମିଳିବ ସାର୍ଟିଫିକେଟ୍ ?

Big Relief for Consumers: ସ୍ମାର୍ଟ ମିଟର ଇନଷ୍ଟଲେସନ ଖର୍ଚ୍ଚ ବହନ କରିବେ ସରକାର, ୨ କିଲୋୱାଟ୍ ଯାଏଁ ଖର୍ଚ୍ଚ ବହନ ପାଇଁ କ୍ୟାବିନେଟ ନିଷ୍ପତ୍ତି

Silver Prices Surge: ଅଢେଇ ଲକ୍ଷ ମୁହାଁ ରୁପା, ଦିନକରେ ବଢିଲା ୧୦ ହଜାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)