/odishatv-khabar/media/media_files/2025/10/03/mohana-heavy-rain-2025-10-03-09-54-47.jpg)
Mohana-Heavy-Rain Photograph: (OTV)
ଭୟଙ୍କର… ଅତି ଭୟଙ୍କର । ପ୍ରକୃତିର ଇଏ କରାଳ ରୂପ । ମାତ୍ର କିଛି ସମୟରେ ସବୁ ଛିନଛତ୍ର ସବୁ ଛାରଖାର ।ଉତ୍ତରାଖଣ୍ଡକୁ ଯେମତି ବଳିଯାଇଛି ଓଡ଼ିଶାରେ ବର୍ଷାର ତାଣ୍ଡବ ! ପ୍ରକୃତିର ଏ କରାଳ ରୂପ ଆଗରେ କଲବଲ ହେଉଛନ୍ତି ସମସ୍ତେ । ଗଜପତି ଜିଲ୍ଲା ଆର.ଉଦୟଗିରୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ସବୁ କିଛି ଏବେ ଜଳମଗ୍ନ । ପଟ୍ଟନାୟକ କଲୋନୀ ଶଙ୍ଖ ନଦିର ବନ୍ୟା ପାଣି ପଶିବା ଫଳରେ ଉପୁଜିଛି ଏଭଳି ଅବସ୍ଥା ।
ଦାଣ୍ଡରେ ଥିବା କାର୍ ଗୁଡ଼ିକ ବୁଡି ଯାଇଛି l ପୋଲ ଉପରେ ଚାଲୁଛି ଫୁଟେ ଉଚ୍ଚର ପାଣି l ଘରେ ଘରେ ପାଣି ପଶିବା ପରେ ପ୍ରାୟ ୩୬ କଲୋନୀ ବାସିନ୍ଦା ଘର ଛାଡ଼ି ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆଶ୍ରୟ ନେଉଛନ୍ତି l ହେଲେ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କ ପ୍ରତି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି l ସେପଟେ ଘୋଡ଼ାଶାଳ ନଦୀର ଜଳ ବୃଦ୍ଧି ପାଇବା ପରେ ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ଦୁଇଟି ବଳଦ ବନ୍ୟା ପାଣିରେ ଭାସିଯାଇଛି l
କେବଳ ଏତିକି ଯେ ତା’ ନୁହେଁ, ଲଗାଣ ବର୍ଷାରେ ଆର୍. ଉଦୟଗିରୀ ଠାରୁ ପରିମଳ ଓ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି l ଘୋଡ଼ାଶାଳ ପୋଲ ନିକଟରେ ଲଗାଣ ବର୍ଷାରେ ମୁଖ୍ୟ ରାସ୍ତାଟି ଧୋଇ ଯିବା ଫଳରେ ନୂଆଗଡ ବ୍ଲକର ୫ ଖଣ୍ଡ ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି l ଆର.ଉଦୟଗିରୀରେ ଏତିକିରେ ସରିନି ପ୍ରକୃତିର କରୋଳ ରୂପ । ପ୍ରବଳ ବର୍ଷା କାରଣରୁ ପାହାଡ଼ରୁ ମାଟି ଅତଡ଼ା ଖସିଛି । ଘାଟିରେ ଗଛ ପଡି ରାସ୍ତା ଅବରୋଧ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଏବେ ବି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ବର୍ଷା ଲାଗିରହିଛି l ୨୪ ଘଣ୍ଟାରୁ ଅଧିକ ସମୟ ହେବ ଲୋକେ ଦେଖୁଛନ୍ତି ଅବିଶ୍ରନ୍ତ ବର୍ଷାର ସେ ଭୟଙ୍କର ରୂପ ।
ବର୍ଷା ଯୋଗୁଁ ଗରଦମା ପଂଚାୟତ ଦୂର୍ଦୁମା ଘାଟିରେ ପାହାଡ଼ରୁ ମାଟି ଅତଡ଼ା ଖସିବା ସହ ଘାଟିରେ ଗଛ ପଡି ପାଣିଗଣ୍ଡା ଠାରୁ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରକୁ ସଂଲଗ୍ନ କରୁଥିବା ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି l ସେପଟ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି l
Today Panchang 3rd October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

Horrific Crash at New York’s LaGuardia: ଭୟଙ୍କର ଦୁର୍ଘଟଣା ! ଲ୍ୟାଣ୍ଡିଂ ବେଳେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା

Medicine for Diabetic: ଡାଏବେଟିସ୍ର ନୂଆ ମେଡିସିନ୍ , ଷ୍ଟ୍ରୋକ୍ ଭଳି ବିପଦକୁ ବି କମେଇବ...ଶରୀରରେ ରହିବ ନାହିଁ ମୋଟାପା

Daily Horoscope 3rd October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)