Advertisment

Facebook to Link with WhatsApp: ମେଟାର ନୂଆ ଫିଚର; ହ୍ୱାଟସଆପ ସହିତ ଲିଙ୍କ୍ ହେବ ଫେସବୁକ୍

ପୂର୍ବରୁ ଏହି ସୁବିଧା କେବଳ ଇନଷ୍ଟାଗ୍ରାମ ପାଇଁ ଥିଲା, ଏବେ ଫେସବୁକ ମଧ୍ୟ ଯୋଡା ଯାଇପାରିବ। ଏହି ଫିଚର ୟୁଜରଙ୍କୁ ସେମାନଙ୍କର ପରିଚୟ ଯାଞ୍ଚ କରିବାରେ ଏବଂ ଅନ୍ୟମାନଙ୍କ ସହ ସହଜରେ ସଂଯୋଗ କରିବାରେ ସାହାଯ୍ୟ କରିବ।

author-image
Tapan Swain
Whatsapp-Facebook-Link

Whatsapp-Facebook-Link Photograph: (OTV)

ମେଟାର ନୂଆ ଫିଚର। ହ୍ୱାଟସଆପ ସହିତ ଲିଙ୍କ୍ ହେବ ଫେସବୁକ୍। ହ୍ୱାଟସଆପ୍‌ରୁ ସିଧା ଯିବେ ଫେସବୁକ୍‌କୁ। ପୂର୍ବରୁ ଏହି ସୁବିଧା କେବଳ ଇନଷ୍ଟାଗ୍ରାମ ପାଇଁ ଥିଲା, ଏବେ ଫେସବୁକ ମଧ୍ୟ ଯୋଡା ଯାଇପାରିବ।

Advertisment

ମେଟାର ନୂଆ ଫିଚର । ହ୍ୱାଟସଆପ ସହିତ ଲିଙ୍କ୍ ହେବ ଫେସବୁକ୍ । ହ୍ୱାଟସଆପ୍‌ରୁ ସିଧା ଯିବେ ଫେସବୁକ୍‌କୁ ।

ପୂର୍ବରୁ ଏହି ସୁବିଧା କେବଳ ଇନଷ୍ଟାଗ୍ରାମ ପାଇଁ ଥିଲା, ଏବେ ଫେସବୁକ ମଧ୍ୟ ଯୋଡା ଯାଇପାରିବ। ଏହି ଫିଚର ୟୁଜରଙ୍କୁ ସେମାନଙ୍କର ପରିଚୟ ଯାଞ୍ଚ କରିବାରେ ଏବଂ ଅନ୍ୟମାନଙ୍କ ସହ ସହଜରେ ସଂଯୋଗ କରିବାରେ ସାହାଯ୍ୟ କରିବ।

Advertisment

ଏହି ନୂଆ ଫିଚରର ଫାଇଦା ବର୍ତ୍ତମାନ ଆଣ୍ଡ୍ରଏଡ୍ ବିଟା ୟୁଜରମାନେ ନେବେ। ପୂର୍ବରୁ ଏହି ଫିଚର କେବଳ WhatsApp Business ଆକାଉଣ୍ଟଗୁଡ଼ିକରେ ସୀମିତ ଥିଲା। କିନ୍ତୁ ଏବେ ନିୟମିତ ୟୁଜରମାନେ ମଧ୍ୟ ସେମାନଙ୍କର ଫେସବୁକ୍ ପ୍ରୋଫାଇଲ୍‌କୁ ଲିଙ୍କ୍ କରିପାରିବେ।

ରିପୋର୍ଟ ଅନୁଯାୟୀ, ଯେତେବେଳେ ଜଣେ ୟୁଜର ତାଙ୍କର ଫେସବୁକ୍ ଆକାଉଣ୍ଟକୁ ଲିଙ୍କ୍ କରିବେ, ତେବେ ଏହାର ଲିଙ୍କ୍ WhatsApp ପ୍ରୋଫାଇଲରେ ଦେଖାଯିବ। ଏହି ଲିଙ୍କ୍ ଉପରେ କ୍ଲିକ୍ କରି ସିଧାସଳଖ ସେହି ଫେସବୁକ୍ ପ୍ରୋଫାଇଲକୁ ଯାଇପାରିବେ।

ତେବେ ଏହି ଫିଚର ସମ୍ପୂର୍ଣ୍ଣ ଭାବରେ ଅପ୍‌ସନାଲ୍ ହେବ। ଆପଣ ଚାହିଁଲେ ଏହାକୁ ବ୍ୟବହାର କରିବେ ନଚେତ୍ ନାହିଁ।  
ତେବେ WhatsAppରୁ  ଫେସବୁକ ଯିବାକୁ ହେଲେ Setting Optionକୁ ଯାଆନ୍ତୁ ।
ଏଠାରେ Meta Account Center ରେ କ୍ଲିକ୍ କରନ୍ତୁ ।
ଏହାପରେ Add Facebook Account ଉପରେ ଟ୍ୟାପ୍ କରିଦେଲେ ହୋଇଯିବ କାମ ।

WhatsApp Facebook Meta
Advertisment
Related Articles
Advertisment