/odishatv-khabar/media/media_files/2026/03/09/heat-wave-2026-03-09-13-39-22.jpg)
Heat Wave Photograph: (OTV)
ରାଜ୍ୟରେ ବଢ଼ିବ ଦିନ ତାପମାତ୍ରା । ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏହାପରେ ପରବର୍ତ୍ତୀ ୩ ଦିନରେ ମଧ୍ୟ ତାପମାତ୍ରାରେ ସେପରି ପରିବର୍ତ୍ତନ ହେବନାହିଁ ବୋଲି ବିଭାଗର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡାରେ ସର୍ବାଧିକ ୩୭ ଦଶମିକ ୬ ଡିଗ୍ରୀ ସେଣ୍ଟିଗ୍ରେଡ ଓ ରାୟଗଡାରେ ସର୍ବନିମ୍ନ ତାପମାତ୍ରା ୧୭ ଦଶମିକ ୪ ଡିଗ୍ରୀ ସେଣ୍ଟିଗ୍ରେଡି ରେକର୍ଡ କରାଯାଇଛି ।
ସେହିପରି ଭୁବନେଶ୍ବରରେ ଗତକାଲି ସର୍ବାଧିକ ତାପମାତ୍ରା ୩୩ ଦଶମିକ ୭ ଡିଗ୍ରୀ ଥିବା ବେଳେ କଟକରେ ୩୨ ଦଶମିକ ୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଛି । ତେବେ ଆସନ୍ତାକାଲି ସକାଳ ସାଢେ ୮ଟା ସୁଦ୍ଧା ଉତ୍ତର ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏଥିପାଇଁ ୪ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
Jaishankar Briefs Rajya Sabha: ଭାରତୀୟଙ୍କ ସୁରକ୍ଷା ପ୍ରଥମ ଅଗ୍ରାଧିକାର, ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ପିଏମ୍: ବୈଦେଶିକ ମନ୍ତ୍ରୀ

Road Accident: ଭୟଙ୍କର ଦୁର୍ଘଟଣା, ୩ ଜଣଙ୍କୁ ଚାପିଦେଲା ଟ୍ରକ୍

Elephant Herd Returns to Jharkhand: ଲେଉଟିଲେ ହାତୀ ପଲ, ନାକେଦମ ବନ ବିଭାଗ

Missiles Outside, Protests Inside: ‘ମୋଜତାବା ମୁର୍ଦ୍ଦାବାଦ’!, ଇରାନର ନୂଆ ସୁପ୍ରିମ ଲିଡରଙ୍କୁ ଜୋରଦାର ବିରୋଧ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)