Advertisment

Abhishek Manu Singhvi : କୁବେର କଂଗ୍ରେସ ପ୍ରାର୍ଥୀ, ଦିନକର ଆୟ ଉଡ଼ାଇଦେବ ହୋସ୍

କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କ ସମ୍ପତ୍ତିର ପରିମାଣ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ। ଏହି ପୁରୁଖା ସୁପ୍ରିମକୋର୍ଟ ଓକିଲଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି ।

author-image
Niharika Rout
abhishek-manu-singhvi

abhishek-manu-singhvi Photograph: (OTV)

କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କ ସମ୍ପତ୍ତିର ପରିମାଣ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ। ଏହି ପୁରୁଖା ସୁପ୍ରିମକୋର୍ଟ ଓକିଲଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି । ତେଲେଙ୍ଗାନାରୁ ରାଜ୍ୟସଭା ନିର୍ବାଚନ ପାଇଁ ଦାଖଲ କରିଥିବା ନିର୍ବାଚନ ଶପଥପତ୍ରରେ ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ମିଳିତ ଭାବରେ ଥିବା ୨,୮୬୦.୩୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ପ୍ରକାଶ କରିଛନ୍ତି।

Advertisment

ସିଂଘଭି ଦାଖଲ କରିଥିବା ଶପଥପତ୍ର ଅନୁଯାୟୀ, ଗତ  ପାଞ୍ଚ ବର୍ଷରେ ତାଙ୍କର ଆୟ ୧,୫୧୬ କୋଟି ଟଙ୍କାରୁ ଅଧିକ ରହିଛି। ତାଙ୍କର ଘୋଷିତ ଆୟ ୨୦୨୪-୨୫ରେ ୩୭୪ କୋଟି ଟଙ୍କାରୁ ଅଧିକ ରହିଥିଲା। ଅର୍ଥାତ ଗତ ବର୍ଷ ତାଙ୍କର ଦିନକର ଆୟ କୋଟିଏରୁ ଅଧିକ ଟଙ୍କା। 
 

୨୦୨୩-୨୪ରେ ତାଙ୍କ ବାର୍ଷିକ ଆୟ ୩୩୩ କୋଟି ଟଙ୍କାରୁ ଅଧିକ ଥିବା ବେଳେ, ୨୦୨୨-୨୩ରେ ୩୫୯ କୋଟି ଟଙ୍କା, ୨୦୨୧-୨୨ରେ ୨୯୦ କୋଟି ଟଙ୍କା ଏବଂ ୨୦୨୦-୨୧ରେ ୧୫୮ କୋଟି ଟଙ୍କା ଥିଲା। ସିଂଘଭିଙ୍କ ମାଲିକାନାରେ ଥିବା ପେଣ୍ଟିଂ ମୂଲ୍ୟ ୨୫ କୋଟି ଟଙ୍କାରୁ ଅଧିକ ବୋଲି ତାଙ୍କ ସମ୍ପତ୍ତି ତାଲିକାରେ ଉଲ୍ଲେଖ ରହିଛି।

Advertisment

ଘୋଷଣାନାମାରେ ସିଂଘଭି ଏବଂ ତାଙ୍କ ପରିବାର ମାଲିକାନାରେ ଥିବା ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ବିସ୍ତୃତ ହିସାବ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟର ଏହି ପୁରୁଖା ଓକିଲଙ୍କ ସମ୍ପତ୍ତି ତାଲିକାରେ ତାଙ୍କ ବ୍ୟାଙ୍କ ଜମା, ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ, ଋଣ ଏବଂ ଅଗ୍ରିମ, ଯାନବାହାନ, ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ଅନ୍ତର୍ଭୁକ୍ତ। ଏଥିରେ ସିଂଘଭିଙ୍କ ପାଖରେ ଥିବା ୨.୪୦ କୋଟି ଏବଂ ତାଙ୍କ ପତ୍ନୀଙ୍କ ପାଖରେ ଥିବା ୧୫୭.୫୩ କୋଟି ମୂଲ୍ୟର ଅଳଙ୍କାରକୁ ବି ତାଲିକାଭୁକ୍ତ କରାଯାଇଛି।

ଘୋଷିତ ଅସ୍ଥାବର ସମ୍ପତ୍ତି ମଧ୍ୟରେ ସିଂଘଭି ଏବଂ ତାଙ୍କ ପତ୍ନୀଙ୍କ ପାଖରେ ଥିବା ନୂଆଦିଲ୍ଲୀରେ ଥିବା ଆବାସିକ ସମ୍ପତ୍ତି  ରହିଛି। ଏଥିସହ ବିଭିନ୍ନ ଆର୍ଥିକ ନିବେଶ ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ମଧ୍ୟ ଯଥେଷ୍ଟ ପରିମାଣରେ ତାଲିକାଭୁକ୍ତ କରାଯାଇଛି। ଏଥିରେ ସିଂଘଭିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରାୟ  ୩୫୩.୩୨ କୋଟି ଟଙ୍କାର  ଋଣକୁ  ରେକର୍ଡ କରାଯାଇଛି। ତାଙ୍କ ପତ୍ନୀ ପୃଥକ ଭାବରେ ପ୍ରାୟ ୭୨.୯୯ କୋଟି ଟଙ୍କାର ଋଣ କମ୍ପାନୀଗୁଡ଼ିକୁ ଘୋଷଣା କରିଛନ୍ତି।

ଶପଥପତ୍ରରେ "ଅନ୍ୟାନ୍ୟ ସ୍ଥାୟୀ ସମ୍ପତ୍ତି" ବର୍ଗ ଅଧୀନରେ ଘରୋଇ ଏବଂ ଅଫିସ ଉପକରଣଗୁଡ଼ିକର ଏକ ବିସ୍ତୃତ ତାଲିକା ମଧ୍ୟ ରହିଛି। ତାଲିକାରେ ଏୟାର କଣ୍ଡିସନର, ଫର୍ଣ୍ଣିଚର, ରୋଷେଇ ଉପକରଣ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଉପକରଣ ଭଳି ଜିନିଷପତ୍ର ଅନ୍ତର୍ଭୁକ୍ତ, ।  ଯଦିଓ, ଶପଥପତ୍ରରେ ସିଂଘଭିଙ୍କ ବିରୁଦ୍ଧରେ କୌଣସି ଅପରାଧିକ ଦୋଷ ନାହିଁ ବୋଲି ଲେଖାଯାଇଛି। ମାତ୍ର ୨୦୧୪ ମସିହାରେ ଆୟକର ବିଭାଗ ଦ୍ୱାରା ଆୟର କମ୍ ରିପୋର୍ଟିଂ ସମ୍ପର୍କିତ ଏକ ଅଭିଯୋଗ ତାଙ୍କ ନାମରେ ଥିବା ଲୋକଲୋଚନକୁ ଆସିଛି। ଦିଲ୍ଲୀର ଏକ କୋର୍ଟରେ ଏହି ମାମଲା ବିଚାରାଧୀନ ଅଛି ଏବଂ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଏହାକୁ ସ୍ଥଗିତ ରଖାଯାଇଛି। ଶପଥପତ୍ରରେ ସିଂଘଭିଙ୍କ ବିରୁଦ୍ଧରେ ₹୬୩ କୋଟିରୁ ଅଧିକ ଆୟକର ବକେୟା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

Election Rajyasabha Congress
Advertisment
Related Articles
Advertisment