Advertisment

Shocking Wildlife Crime: ବୋମା ଖାଇଥିବା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନ ବିଭାଗ

ବୋମା ଖାଇ ହାତୀଟି ଗୁରୁତର ହୋଇଥିଲା। ପ୍ରାୟ ୫ରୁ୬ ଦିନ ତଳେ ହାତୀଟି ବୋମା ଖାଇଥିବା ସନ୍ଦେହ କରାଯାଉଛି। ତାର ପାଟିରେ ଗଭୀର କ୍ଷତ ହୋଇଥିଲା। କପିଳାସ, ଅନୁଗୁଳ ଓ ସାତକୋଶିଆର ସ୍ବତନ୍ତ୍ର ଡାକ୍ତରୀ ଟିମ ତାର ଚିକିତ୍ସା କରୁଥିଲେ।

author-image
Tapan Swain
ELEPHANT-DEATH

ELEPHANT-DEATH Photograph: (OTV)

ଅନୁଗୁଳ ଜିଲ୍ଲାରେ ବୋମା ଖାଇ ଗୁରୁତର ହୋଇଥିବା ହାତୀର ମୃତ୍ୟୁ। କପିଳାସ ହାତୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ DFO। ୩ଟି ଡାକ୍ତରୀ ଦଳ ତାର ଜୀବନ ବଞ୍ଚାଇବାକୁ ଉଦ୍ୟମ ଚଳାଇଥିଲେ। ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ପଥରଗଡ଼ ସାହି ନିକଟରେ ଅସୁସ୍ଥ ହାତୀକୁ ଠାବ କରାଯାଇଥିଲା।

Advertisment

ବୋମା ଖାଇ ହାତୀଟି ଗୁରୁତର ହୋଇଥିଲା। ପ୍ରାୟ ୫ରୁ୬ ଦିନ ତଳେ ହାତୀଟି ବୋମା ଖାଇଥିବା ସନ୍ଦେହ କରାଯାଉଛି। ତାର ପାଟିରେ ଗଭୀର କ୍ଷତ ହୋଇଥିଲା। କପିଳାସ, ଅନୁଗୁଳ ଓ ସାତକୋଶିଆର ସ୍ବତନ୍ତ୍ର ଡାକ୍ତରୀ ଟିମ ତାର ଚିକିତ୍ସା କରୁଥିଲେ। ତେବେ କେଉଁଠି ଓ କିଭଳି ହାତୀଟି ବୋମା ଖାଇଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ଘଟଣାର ତଦନ୍ତ କରୁଛି। ...

ହାତୀର ଚିକିତ୍ସା କେନ୍ଦ୍ରରେ ମୃତ୍ୟୁ

ଚିକିତ୍ସାରେ ଲାଗିଥିଲେ ୩ଟି ସ୍ବତନ୍ତ୍ର ଟିମ୍
ବୋମା ଫୁଟି ହାତୀ ପାଟିରେ ହୋଇଥିଲା ଗଭୀର କ୍ଷତ
କେଉଁଠି ବୋମା ଖାଇଲା ହାତୀ ତଦନ୍ତ କରୁଛି ବନ ବିଭାଗ

Advertisment
Elephant Death
Advertisment
Related Articles
Advertisment