Advertisment

ED Issues Summons to Sand Mafia: ବାଲି ମାଫିଆଙ୍କୁ ଇଡି ନୋଟିସ୍, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ

ବାଲି ମାଫିଆଙ୍କୁ ଇଡିର ନୋଟିସ୍। ଗୋଟେ ଗୋଟେ କରି ସମନ କଲା ED। ଗଞ୍ଜାମରେ ‘ବାଲି ମାଫିଆ’ ED ରେଡ୍ ମାମଲାରେ ଏବେ ଜଣ ଜଣକୁ ସମନ କରିଛି।

author-image
Chinmayee Sahoo
Sand Smugglers

Sand Smugglers Photograph: (OTV)

ବାଲି ମାଫିଆଙ୍କୁ ଇଡିର ନୋଟିସ୍। ଗୋଟେ ଗୋଟେ କରି ସମନ କଲା ED। ଗଞ୍ଜାମରେ ‘ବାଲି ମାଫିଆ’ ED ରେଡ୍ ମାମଲାରେ ଏବେ ଜଣ ଜଣକୁ ସମନ କରିଛି। ଆଜି ପୂର୍ବତନ ଯୁବ କଂଗ୍ରେସ ନେତା ବିଶ୍ୱଜିତ ପାତ୍ରଙ୍କୁ ଜେରା ପାଇଁ ଡାକିଛି ଇଡି। ବିଶ୍ୱଜିତଙ୍କ ବ୍ରହ୍ମପୁର ଘରେ ରେଡ୍ ହୋଇଥିଲା। ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଥିବା କୁହାଯାଉଛି। ଏନେଇ ପଚରାଉଚରା ପାଇଁ ଭୁବନେଶ୍ବର ED ଅଫିସରେ ହାଜର ହେବାକୁ ତାଙ୍କୁ ସମନ କରାଯାଇଛି। 

Advertisment

ଗତ ୧୬ ତାରିଖରେ ଗଂଜାମର ୬ରୁ ଅଧିକ ମାଫିଆଙ୍କ ଘରେ ରେଡ୍  ହୋଇଥିଲା।ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ବି ଯାଞ୍ଚ ହୋଇଥିଲା। ଏହି ରେଡ୍ ବେଳେ ମାଫିଆଙ୍କ ପାଖରୁ ମିଳିଥିଲା ଆଲମାରୀ ଭର୍ତ୍ତି ଟଙ୍କା। ଯାହାକୁ ଦେଖି ତାଜୁବ୍ ଇଡି। ତାସହ ଏହି ରେଡ୍ ବେଳେ ୨ କୋଟି ୬୩ ଲକ୍ଷ ନଗଦ ଟଙ୍କା ମିଳିଥିଲା। ୧୦ ଦାମୀ ଗାଡି ବି ଜବତ ହୋଇଥିଲା।

Sand Mafia ED Summon
Advertisment
Related Articles
Advertisment