/odishatv-khabar/media/media_files/2026/01/30/accident-2026-01-30-10-50-36.jpg)
Accident Photograph: (OTV)
ଓଆଇଏସ୍ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସକୁ ପଛରୁ ଧକ୍କା ଦେଲା ଟ୍ରକ୍। ୨୮ ଯବାନ ଆହତ। କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଏଇ ଦୁର୍ଘଟଣା ଘଟିଛି।
Advertisment
ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ଯବାନଙ୍କୁ ନେଇ ଏକ ବସ ଗୁଆଲିରୁ ଘଟଗାଁ ଯାଉଥିଲା ବେଳେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ବସଟିକୁ ଧକ୍କା ଦେଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଫଳରେ ବସରେ ଥିବା ସମସ୍ତ ଯବାନ ଆହତ ହୋଇଥିଲା ବେଳେ ୧୦ ଜଣଙ୍କ ଦେହରେ ଗମ୍ଭୀର ଆଘାତ ଲାଗିଛି।
ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଡାକ୍ତରଖାନା ପଠାଇ ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଧରିବାକୁ ଚେଷ୍ଟା ଚଳାଇ ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
Advertisment
Advertisment



Related Articles
Horrific Car Crash: ଭୟଙ୍କର ଦୁର୍ଘଟଣା, କାରରୁ ବାହାରିଗଲା ଇଞ୍ଜିନ୍
POSTED

Dismembered Body Found: ରାସ୍ତାରେ ପଡ଼ିଛି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ, ପରିଚୟ ଅସ୍ପଷ୍ଟ
POSTED

Kotia Issue: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ, ଇସର୍ଭେ ବାହାନାରେ ଓଡ଼ିଶାରେ ପଶୁଛି
POSTED

Sand Art at Gopalpur Beach Festival: ବାଲୁକା କଳାରେ ସଡ଼କ ସୁରକ୍ଷା ଓ ପରିବେଶ ସଚେତନତା ବାର୍ତ୍ତା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)