/odishatv-khabar/media/media_files/2025/10/28/cyclone-2025-10-28-20-09-02.jpg)
cyclone Photograph: (OTV)
ଗଂଜାମ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବି ତାଉ ଦେଖାଇଛି ମୋନ୍ଥା। ତେବେ ଏସବୁ ଜିଲ୍ଲାରେ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ଥିବାରୁ କ୍ଷୟକ୍ଷତି ପରେ ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ଥାଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ।...
ଆନ୍ଧ୍ରରେ ଲ୍ୟାଣ୍ଡ୍ ଫଲ, ଓଡ଼ିଶାରେ କୋପ। ଦକ୍ଷିଣ ଓଡ଼ିଶାରେ ବେଶ୍ ମନ୍ଥିଛି ବାତ୍ୟା ମୋନ୍ଥା। ମଙ୍ଗଳବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବା ଆଗରୁ ବର୍ଷା ଜରିଆରେ ତାଉ ଦେଖାଇଛି ବାତ୍ୟା ମୋନ୍ଥା। ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ରାତିରୁ ବେଦମ୍ ବର୍ଷା ପରେ ପାର୍ତ୍ତଡ଼ା ପଞ୍ଚାୟତର ଲିଙ୍ଗା-ବାରଭା ରାସ୍ତାରେ ଧସିଛି ଏସବୁ ବିଶାଳ ପଥର ଖଣ୍ଡ। ବଡ଼ ବଡ଼ ପଥର ଖଣ୍ଡ ରାସ୍ତାକୁ ଧସିବା ପରେ ଠପ୍ ଯାତାୟତ। କାଶୀନଗର ବ୍ଲକ୍ ଆଡାସିଂଠାରେ ବି ପାହାଡ଼ିଆ ପିଚୁ ରାସ୍ତାକୁ ସମ୍ପୂର୍ଣ୍ଣ ଧୋଇ ନେଇଛି ଲଗାଣ ବର୍ଷା। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ଅଡାସିଂଠାରେ କାଶୀନଗର-ଗୁମ୍ମା ମୁଖ୍ୟ ରାସ୍ତାର ଆଉ ଚିହ୍ନବର୍ଣ୍ଣ ନାହିଁ। ଫଳରେ ଏ ରାସ୍ତାରେ ଏକଦମ ଠପ୍ ଗାଡି଼ ଚଳାଚଳ।
ଗଜପତି ଜିଲ୍ଲାର ଆର. ଉଦୟଗିରିର ସୁଣ୍ଡରବା ଗାଁ ନିକଟରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ପରେ ତୁରନ୍ତ ହଟାଇବା କାମରେ ଲାଗିଛି ଅଗ୍ନିଶମ ବାହିନୀ। କାଶୀନଗର ବ୍ଲକରେ ବହୁ କଚ୍ଚା ଘରକୁ ବି ମାଟିରେ ମିଶାଇଛି ମୋନ୍ଥା ପ୍ରଭାବରେ ଲଗାଣ ବର୍ଷା। ରଣ୍ଡିବା ପଂଚାୟତ ଲକ୍ଷ୍ମୀପୁର ଗାଁରେ ଘରର କାନ୍ଥ ଭୁଶୁଡ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ଏକ ପରିବାର। ଏପଟେ ମୋହନା ବ୍ଲକ୍ ଚାନ୍ଦିପୁଟ ପଞ୍ଚାୟତ କାର୍ଯ୍ୟାଳୟରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ। ପାହାଡ ଉପରୁ ବର୍ଷା ପାଣି ଧସେଇ ପଶିବାରୁ ପଞ୍ଚାୟତ ଅଫିସ ଭିତରେ ଜମିଛି ୨ ଫୁଟ ଉଚ୍ଚର ପାଣି l...
ମୋନ୍ଥାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ବି ଦେଖିବାକୁ ମିଳିଛି। ପାତ୍ରପୁର ବ୍ଲକ ଅଙ୍କୁଲି ପଞ୍ଚାୟତରେ ପାହାଡ଼ ଉପରୁ ଧସିଛି ମାଟି ଅତଡ଼ା। ଦୋହଲା ପବନରେ ରାସ୍ତା ଉପରେ ଟଳି ପଡ଼ିଥିବା ବଡ଼ ବଡ଼ ଗଛକୁ ତୁରନ୍ତ ହଟାଇ ନେଇଛି ଆଗରୁ ପ୍ରସ୍ତୁତ ଥିବା NDRF ଟିମ୍। ସେପଟେ ବର୍ଷାକୁ ଦେଖି ବାଘଲଟି ଡ୍ୟାମର 3ଟି ଗେଟ୍ ଖୋଲିବା ପରେ ଉଗ୍ର ରୂପ ଧାରଣ କରିଛି ଚିକିଟିରେ ବାହୁଦା ନଦୀ । ନଦୀର ତଳ ମୁଣ୍ଡରେ ଥିବା ଗାଁ ଏବେ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଛି।...
କୋରାପୁଟ ଜିଲ୍ଲାରେ କୋପ ଦେଖାଇଛି ମୋନ୍ଥା। ନନ୍ଦପୁର ବ୍ଲକରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି।ଏ ବ୍ଲକର ଭଣ୍ଡାରୀ ସାହି ଓ ପରଜା ବଡପଡା, ଟାଙ୍କେଲ ଆଦି ଗାଁରେ ଗଛ ଉପୁଡ଼ିବା ସହ ଭାଙ୍ଗିଛି ବିଜୁଳି ଖୁଣ୍ଟି। ସେପେଟ ନାରାୟଣପାଟଣା ବ୍ଲକରୁ ତଳଗୁମାଣ୍ଡିକୁ ସଂଯୋଗ କରୁଥିବା ରାସ୍ତାରେ ବି ପଥର ଧସିଛି। ଫଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରପ୍ତ ହୋଇଥିଲେ, ବି ଏସବୁ ସ୍ଥାନରେ ତୁରନ୍ତ ଫାୟାର ଟିମ୍ ପହଞ୍ଚି, ପ୍ରତିକୂଳ ପରିସ୍ଥିତିରେ ବି ରାସ୍ତା ଅବରୋଧ ହଟାଇବାରେ ସଫଳ ହୋଇଛି।...
ମୋନ୍ଥାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଏବେ ବି ବର୍ଷାର ପ୍ରଭାବ ଲାଗି ରହିଥିବାରୁ ଆଗକୁ ଆହୁରି ଆହୁରି କ୍ଷୟକ୍ଷତିର ଆଶଙ୍କା କରାଯାଉଛି।...
Landfall Process: ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ , ପବନର ବେଗ ୯୦ରୁ ୧୦୦ କିମି

Prashant Kishor in Trouble Before Polls: ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ଅଡୁଆରେ, ୨ଟି ଭୋଟର ପରିଚୟପତ୍ର ମାମଲାରେ ନିର୍ବାଚନ କମିଶନଙ୍କ ନୋଟିସ

Cabinet Clears Terms of 8th Pay Commission: ଅଷ୍ଟମ ବେତନ କମିଶନ ପାଇଁ ସର୍ତ୍ତାବଳୀକୁ କ୍ୟାବିନେଟ ମଞ୍ଜୁରୀ; ବଢ଼ିବ କର୍ମଚାରୀଙ୍କ ଦରମା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)