/odishatv-khabar/media/media_files/2025/11/07/chadakhai-special-bbsr-2025-11-07-13-26-41.jpg)
CHADAKHAI-SPECIAL-BBSR Photograph: (OTV)
ଧର୍ମ ମାସ କାର୍ତ୍ତିକ ପର ଦିନ ଛାଡଖାଇ । କିନ୍ତୁ ଏଥର ଛାଡଖାଇ ଗୁରୁବାରରେ ପଡିଥିଲା ତେଣୁ ଟିକେ ମାଛ ମାର୍କେଟ ଟିକେ ମାନ୍ଦା ପଡିଯାଇଥିଲା । କିନ୍ତୁ ଆଜି ଶୁକ୍ରବାର ଦିନ ଛାଡଖାଇ ସ୍ପେଶାଲ ହେଉଛି । ମାସ ମାସ ଧରି ମାଛ ମାଂସ ନଖାଇ ପାଟି ଟିକେ ଅସୁଆଦିଆ ହୋଇଯାଇଥିଲା ତେଣୁ ଆଜି ଟିକେ ମାଛ ମାଂସ ମାଡ ହେବ । ସକାଳୁ ସକାଳୁ ଭୁବନେଶ୍ବରରେ ମାଛ ମାର୍କେଟରେ ଭିଡ । ସକାଳ ବେଳକୁ ପାଦ ପକାଇବାକୁ ଜାଗା ନାର୍ହି । ମାର୍କେଟରେ ଭଳିକି ଭଳି ମାଛ । ରୋହି, ଭାକୁର, ଭେକଟି ମାଛ ସାଂଗକୁ କଙ୍କଡା, ଚିଙ୍ଗୁଡି, ମଟନ୍ ,ଚିକେନ୍, ଅଣ୍ଡା ନେବାକୁ ଲୋକଙ୍କ ଭିଡ ଜମିଛି । ନିଜ ନିଜ ପସନ୍ଦର ନନଭେଜ୍ ନେବାକୁ ଗ୍ରାହକ ବି ରେଡି ।
ଛାଡଖାଇ ପାଇଁ ଟିକେ ମାଛ ମାଂସର ଦର ବି ବଢିଯାଇଛି । କଙ୍କଡା ଦର ଶୁଣିଲେ ମୁଣ୍ଡ ଘାବରେଇ ଯିବ । କଙ୍କଡା କିଲ ୫ ଶହରୁ ଆରମ୍ଭ କରି ୨୫ ଶହ ଟଙ୍କା , ମଟନ୍ ୮ ଶହରୁ ୮୫୦ ରହିଛି । ମାଛର ଦାମ୍ ବି ଟିକେ ଉଚ୍ଚା ରହିଛି। ସେହିପରି ରୋହି ଭାକୁର ୨୦୦ ଟଙ୍କା, ମିରିକାଳୀ ୨୫୦, ବାଗଦା ଚିଙ୍ଗୁଡ଼ି ୬୦୦ରୁ୧୦୦୦, ଇଲିସି ୧୮୦୦,ବଡ଼ ଚିଙ୍ଗୁଡ଼ି ୪୮୦,ପୋହଳା ୨୦୦, ଚୁନା ମାଛ ୨୫୦,ଅକ୍ଟୋପସ ୩୦୦, ଚାନ୍ଦି ୨୫୦, ପମ୍ପ୍ଲେଟ ୯୦୦ , କୁରାଣ୍ଡି ୩୫୦, କଣ୍ଟାଲ ୫00, ଭେକଟି ୫00 ,କିଂଗ୍ ଫିସ୍ ୬00 ଟଙ୍କା ରହିଛି । ଆଜି ଛାଡଖାଇ ପାଇଁ ଭଲ ବିଜିନେସ୍ ହେବ ବୋଲି ବ୍ୟବସାୟୀ ସଂଘ ଆଶା କରିଛନ୍ତି ।
ଆଜି ଛାଡଖାଇରେ ସମଗ୍ର ଓଡିଶାରେ ୬୦ରୁ ୭୦ କୋଟି ଟଙ୍କାର ବିଜନେସ୍ ଏବଂ କେବଳ ଭୁବନେଶ୍ବରରେ ୫ ରୁ ୭ କୋଟି ବିଜିନେସ୍ ହେବ ବୋଲି ଆଶା ରଖିଛନ୍ତି ମାଛ ବ୍ୟବସାୟୀ ସଂଘ ।
Chadkhai Special Recipe: ଛାଡ଼ଖାଇକୁ କରନ୍ତୁ ସ୍ପେଶାଲ, ବନାନ୍ତୁ ‘ଚିଙ୍ଗୁଡ଼ି ମଲାଇ’

Brazilian Hairdressers Photo: ରାହୁଲଙ୍କ ପାଇଁ ଟ୍ରେଣ୍ଡରେ ବିଦେଶିନୀ , ଜାଣନ୍ତୁ କିଏ ଏହି ମହିଳା ?

Indian Roads Congress: ଆଜିଠୁ ଭୁବନେଶ୍ବରରେ ଇଣ୍ଡିଆନ ରୋଡ୍ସ କଂଗ୍ରେସ , ଉଦଘାଟନ କରିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ

Veteran Bollywood Singer: ଆଉ ନାହାନ୍ତି ବର୍ଷୀୟାନ୍ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତ , କିଛି ଦିନ ହେବ ସେ ଅସୁସ୍ଥ ଥିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)