/odishatv-khabar/media/media_files/2026/01/19/jail-letter-2026-01-19-16-57-48.jpg)
JAIL LETTER Photograph: (OTV)
ଚୌଦ୍ୱାର ଜେଲ୍ ରୁ ୨ ଦୁର୍ଦ୍ଦାନ୍ତ ବିହାରୀ କଏଦୀ ଫେରାର୍ ଘଟଣା ବଢିଲା ଜେଲ୍ ଅଧୀକ୍ଷକ ଓ ପୂର୍ବତନ୍ ଜେଲର୍ ବିବାଦ । ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶଙ୍କ ନାଁରେ ପାଲଟା ଏତଲା ଦେଲେ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ।
ସନ୍ତୋଷିନୀ ତାଙ୍କୁ ଗାଳିଗୁଲଜ ସହ ଧମକଚମକ ଦେଇଥିବା ନେଇ ଚୌଦ୍ବାର ଥାନାରେ ଅଭିଯୋଗ କଲେ ସୁଜିତ୍। ସନ୍ତୋଷୀନି ଜେଲର ଭାବେ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଏତଲାରେ ଦର୍ଶାଇଛନ୍ତି।
ଗତକାଲି ସୁଜିତ୍ ଙ୍କ ନାଁରେ ଜାଲିଆତି ଓ ପଦବୀର ଅପବ୍ୟବର ଅଭିଯୋଗ ଆଣି ଏତଲା ଦେଇଥିଲେ ସନ୍ତୋଷିନୀ। କଏଦୀ ଫେରାର୍ ଘଟଣାରେ ସୁଜିତ ସର୍ଭିସ୍ ରେକର୍ଡ ଟାମ୍ପରିଂ କରିଥିବା ଏତଲାରେ ଦର୍ଶାଇଥିଲେ । ଏପରିକି କଏଦୀ ଫେରାର ପଛରେ ସୁଜିତଙ୍କ ସଂପୃକ୍ତି ଥିବାଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ସନ୍ତୋଷିନୀ।
ଏପଟେ ସାଧାରଣ ଜନତାଙ୍କ ହାତରେ ଜେଲ ଗୁମର। ପଦାକୁ ଆସିଛି ଚୌଦ୍ବାର ଜେଲର 400 ଶହରୁ ଅଧିକ ଚିଠି। ଜେଲ ଅଧିକ୍ଷକ ସୁଜିତ୍ ରାଉଳ ବିଭିନ୍ନ ସମୟରେ ଲେଖିଥିବା ଡ୍ରାଫ୍ଟ ଚିଠି ଏବେ ସର୍ବସାଧାରଣରେ ଘୁରି ବୁଲୁଛି। ଏ ସବୁ ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିବା ସହ ଜେଲ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।
Govinda Breaks Silence on Marriage Rumors: ବିବାହ ଗୁଜବ ଉପରେ ଗୋବିନ୍ଦାଙ୍କ କଡା ଜବାବ, ଷଡ଼ଯନ୍ତ୍ର ଅଭିଯୋଗ

Auto rickshaw overturns: ଭୟଙ୍କର ଦୁର୍ଘଟଣା; ୧୦ ଫୁଟ୍ ତଳକୁ ଖସିଲା ଅଟୋ, ୧୨ ଆହତ

Wife Murder Case: ସ୍ତ୍ରୀକୁ ମାରି ଥାନାରେ ପହଞ୍ଚିଲା ସ୍ୱାମୀ, କହିଲା ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି

Caught on Camera: ଜଣେ ବୁର୍ଖା ପିନ୍ଧା ମହିଳା ବସରେ ଚଢ଼ି ଡ୍ରାଇଭରଙ୍କୁ ପିଟି ଲହୁଲୁହାଣ କରିଦେଲେ; ଭିଡିଓ ହେଲା ଭାଇରାଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)